ପୁରୀରେ ପ୍ରବଳ ବର୍ଷା: ଭୁଶୁଡ଼ିଲା ପଞ୍ଚତୀର୍ଥ ଶ୍ୱେତଗଙ୍ଗାର ୨୫ ଫୁଟ୍ ଲମ୍ବର ପାଚେରି

Madhusudan Das Picture
Published On

ପୁରୀ: ପୁରୀ ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାର ଏକ ପାଚେରି ପ୍ରବଳ ବର୍ଷା କାରଣରୁ ଭୁଶୁଡ଼ି ପଡ଼ିଛି। ଗତ ଗୁରୁବାର ରାତିରେ ପୁଷ୍କରିଣୀର ପଶ୍ଚିମ ପାର୍ଶ୍ୱରେ ଥିବା ପ୍ରାୟ ୨୫ ଫୁଟ୍ ଲମ୍ବର ପାଚେରି ଭାଙ୍ଗି ପଡ଼ିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ପାଚେରି ଭୁଶୁଡ଼ିବାର କିଛି ସମୟ ପୂର୍ବରୁ ସେହି ସ୍ଥାନରେ ଦୁଇ ଜଣ ଛୋଟ ପିଲା ଉପସ୍ଥିତ ଥିଲେ। ସୌଭାଗ୍ୟବଶତଃ, ସେମାନେ ହଠାତ୍ ସେଠାରୁ ଚାଲିଯିବାର କିଛି ମୁହୂର୍ତ୍ତ ପରେ ହିଁ ପାଚେରିଟି ଭାଙ୍ଗି ପଡ଼ିଥିଲା। ଯଦି ଏହି ଅଘଟଣ ଦିନ ବେଳା ଘଟିଥାନ୍ତା, ତେବେ ପୁଷ୍କରିଣୀରେ ସ୍ନାନ କରୁଥିବା ଅନେକ ଶ୍ରଦ୍ଧାଳୁ ଆହତ ହେବାର ଆଶଙ୍କା ରହିଥିଲା।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

କ୍ରମାଗତ ବର୍ଷା ଏବଂ ପାଣି ଜମି ରହିବା କାରଣରୁ ଏହି ପୁରୁଣା ପାଚେରିଟି ଦୁର୍ବଳ ହୋଇଯାଇଥିଲା। ଭୁଶୁଡ଼ିବା ଫଳରେ ପାଚେରିର ମାଟି ଏବଂ ପଥର ସିଧାସଳଖ ପୁଷ୍କରିଣୀ ଭିତରକୁ ଖସିପଡ଼ିଥିଲା। ଏହା ସହିତ ନିକଟସ୍ଥ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାରୁ ପଶ୍ଚିମ ପାର୍ଶ୍ୱରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଖୋଲା ବିଦ୍ୟୁତ୍ ତାର ପଡ଼ିରହିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବିପଦ ଆଶଙ୍କା କରିଥିଲେ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର