ଟ୍ୱିନସିଟିର ପୁଲିସ କମିଶନର ଭାବେ ଦାୟିତ୍ବ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

The Sakala Picture
Published On

ଭୁବନେଶ୍ବର : ଟ୍ୱିନସିଟି କଟକ-ଭୁବନେଶ୍ବରର ନୂଆ ପୁଲିସ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ । ବିଦାୟୀ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଦାୟିତ୍ୱ ଗ୍ରହଣ ଅବସରରେ କଟକ, ଭୁବନେଶ୍ୱର ଦ୍ୱୈତ୍ୟ ନଗରୀର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ କାମନା କରିଛନ୍ତି ନୂତନ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ଅବସରରେ ସେ କହିଛନ୍ତି ଯେ ସେ ସୁଚାରୁରୂପେ ନିଜର ଦାୟିତ୍ବ ସଂପନ୍ନ କରିବେ। ପୂର୍ବତନ […]

ଭୁବନେଶ୍ବର : ଟ୍ୱିନସିଟି କଟକ-ଭୁବନେଶ୍ବରର ନୂଆ ପୁଲିସ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ । ବିଦାୟୀ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଦାୟିତ୍ୱ ଗ୍ରହଣ ଅବସରରେ କଟକ, ଭୁବନେଶ୍ୱର ଦ୍ୱୈତ୍ୟ ନଗରୀର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ କାମନା କରିଛନ୍ତି ନୂତନ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆହୁରି ପଢ଼ନ୍ତୁ: ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି ବିଜେପି ସରକାର: ନବୀନ ପଟ୍ଟନାୟକ

ଏହି ଅବସରରେ ସେ କହିଛନ୍ତି ଯେ ସେ ସୁଚାରୁରୂପେ ନିଜର ଦାୟିତ୍ବ ସଂପନ୍ନ କରିବେ। ପୂର୍ବତନ ପୁଲିସ କମିସନରଙ୍କ ଏଜେଣ୍ଡାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବି। ପୁଲିସ କମିଶନର ହିସାବରେ ଦାୟିତ୍ୱକୁ ନିଷ୍ଠାର ସହ ପ୍ରତିପାଳନ କରିବି । କୌଣସି ପୁଲିସ ଅଫିସର ପାଇଁ ୨ଟି ମୁଖ୍ୟ ଦାୟିତ୍ୱ ହେଲା- ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ, ଅପରାଧ ଚିହ୍ନଟ । ନିଶ୍ଚିତ ଭାବେ ଏଥିପ୍ରତି ବିଶେଷ ପ୍ରାଥମିକତା ଦେଇ ମୁଁ କାର୍ଯ୍ୟ କରିବି । ପୂର୍ବତନ କମିଶନରଙ୍କ ଏଜେଣ୍ଡାକୁ ସୂଚାରୁରୂପେ କାର୍ଯ୍ୟକାରୀ ଉପରେ ଧ୍ୟାନ ଦେବି । ଉଭୟ ସହରର ଜନସାଧାରଣଙ୍କ ଧନଜୀବନ ସୁରକ୍ଷା କମିଶନରେଟ୍ ପୁଲିସର ବଡ଼ ଦାୟିତ୍ୱ ବୋଲି ନୂତନ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଡ଼େଇ ଗୋଡ଼େଇ ହାଣିଲେ ଦୃର୍ବୁତ୍ତ

Soumendra-Priyadarshi

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗଛରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

୧୯୯୫ ବ୍ୟାଚ୍‌ର ଓଡ଼ିଆ ଆଇପିଏସ୍‌ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଆନ୍ନା ବିଶ୍ବବିଦ୍ୟାଳୟରୁ ବି.ଟେକ୍‌ ପାସ୍‌ କରିବା ପରେ ଟାଟା ଇଞ୍ଜିନିୟରିଂରେ ୩ ବର୍ଷ ଚାକିରି କରିଥିଲେ। ଆଇପିଏସ୍‌ ପାଇବା ପରେ ପୁରୀରେ ପ୍ରଥମେ ଅତିରିକ୍ତ ଏସ୍‌ପି ଭାବରେ ଚାକିରି ଆରମ୍ଭ କରିଥିଲେ। ୧୯୯୯ର ମହାବାତ୍ୟା ମୁକାବିଲାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ରଥଯାତ୍ରା ସୁପରିଚାଳନାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ। ଏହା ପରେ ପୁରୀ, ଗଞ୍ଜାମ, କଟକ ଓ କେନ୍ଦୁଝର ଏସ୍‌ପି ଭାବରେ କାମ କରିଥିଲେ । ଡିଆଇଜି ଭାବରେ ପଦୋନ୍ନତି ପାଇବା ପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ଦାୟିତ୍ବ‌ ନେଇ ସଫଳତା ପାଇଥିଲେ। ନକ୍ସଲ ଦମନରେ ମଧ୍ୟ ତାଙ୍କର ବେଶ୍‌ ସୁନାମ ରହିଥିଲା। ପରେ ପୁଲିସ ଆଇଜି (ଅପରେସନ), ଓ ଆଇ (ଗୁଇନ୍ଦା) ଭାବରେ ମଧ୍ୟ ସେ ଦକ୍ଷତା‌ର ସହ କାର୍ଯ୍ୟ କରିଥିଲେ।

09 Mar 2021 By The Sakala

ଟ୍ୱିନସିଟିର ପୁଲିସ କମିଶନର ଭାବେ ଦାୟିତ୍ବ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ବର : ଟ୍ୱିନସିଟି କଟକ-ଭୁବନେଶ୍ବରର ନୂଆ ପୁଲିସ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ । ବିଦାୟୀ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଦାୟିତ୍ୱ ଗ୍ରହଣ ଅବସରରେ କଟକ, ଭୁବନେଶ୍ୱର ଦ୍ୱୈତ୍ୟ ନଗରୀର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ କାମନା କରିଛନ୍ତି ନୂତନ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହି ଅବସରରେ ସେ କହିଛନ୍ତି ଯେ ସେ ସୁଚାରୁରୂପେ ନିଜର ଦାୟିତ୍ବ ସଂପନ୍ନ କରିବେ। ପୂର୍ବତନ ପୁଲିସ କମିସନରଙ୍କ ଏଜେଣ୍ଡାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବି। ପୁଲିସ କମିଶନର ହିସାବରେ ଦାୟିତ୍ୱକୁ ନିଷ୍ଠାର ସହ ପ୍ରତିପାଳନ କରିବି । କୌଣସି ପୁଲିସ ଅଫିସର ପାଇଁ ୨ଟି ମୁଖ୍ୟ ଦାୟିତ୍ୱ ହେଲା- ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ, ଅପରାଧ ଚିହ୍ନଟ । ନିଶ୍ଚିତ ଭାବେ ଏଥିପ୍ରତି ବିଶେଷ ପ୍ରାଥମିକତା ଦେଇ ମୁଁ କାର୍ଯ୍ୟ କରିବି । ପୂର୍ବତନ କମିଶନରଙ୍କ ଏଜେଣ୍ଡାକୁ ସୂଚାରୁରୂପେ କାର୍ଯ୍ୟକାରୀ ଉପରେ ଧ୍ୟାନ ଦେବି । ଉଭୟ ସହରର ଜନସାଧାରଣଙ୍କ ଧନଜୀବନ ସୁରକ୍ଷା କମିଶନରେଟ୍ ପୁଲିସର ବଡ଼ ଦାୟିତ୍ୱ ବୋଲି ନୂତନ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Soumendra-Priyadarshi

୧୯୯୫ ବ୍ୟାଚ୍‌ର ଓଡ଼ିଆ ଆଇପିଏସ୍‌ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଆନ୍ନା ବିଶ୍ବବିଦ୍ୟାଳୟରୁ ବି.ଟେକ୍‌ ପାସ୍‌ କରିବା ପରେ ଟାଟା ଇଞ୍ଜିନିୟରିଂରେ ୩ ବର୍ଷ ଚାକିରି କରିଥିଲେ। ଆଇପିଏସ୍‌ ପାଇବା ପରେ ପୁରୀରେ ପ୍ରଥମେ ଅତିରିକ୍ତ ଏସ୍‌ପି ଭାବରେ ଚାକିରି ଆରମ୍ଭ କରିଥିଲେ। ୧୯୯୯ର ମହାବାତ୍ୟା ମୁକାବିଲାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ରଥଯାତ୍ରା ସୁପରିଚାଳନାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ। ଏହା ପରେ ପୁରୀ, ଗଞ୍ଜାମ, କଟକ ଓ କେନ୍ଦୁଝର ଏସ୍‌ପି ଭାବରେ କାମ କରିଥିଲେ । ଡିଆଇଜି ଭାବରେ ପଦୋନ୍ନତି ପାଇବା ପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ଦାୟିତ୍ବ‌ ନେଇ ସଫଳତା ପାଇଥିଲେ। ନକ୍ସଲ ଦମନରେ ମଧ୍ୟ ତାଙ୍କର ବେଶ୍‌ ସୁନାମ ରହିଥିଲା। ପରେ ପୁଲିସ ଆଇଜି (ଅପରେସନ), ଓ ଆଇ (ଗୁଇନ୍ଦା) ଭାବରେ ମଧ୍ୟ ସେ ଦକ୍ଷତା‌ର ସହ କାର୍ଯ୍ୟ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର