ଦ୍ରୁତ ଗାଡ଼ି ଚାଳକଙ୍କୁ ଧରିବ ସଫ୍ଟୱେର ଆଧାରିତ ରାଡାର ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ୱର: ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କିମ୍ବା ଟ୍ରାଫିକ୍‍ ନିୟମ ଉଲ୍ଲଘଂନ କଲେ ପରିବହନ ବିଭାଗ କର୍ମଚାରୀ କିମ୍ବା ପୁଲିସ କର୍ମଚାରୀଙ୍କ ନଜରରୁ ବର୍ତ୍ତିବା ସହଜ ହେବ ନାହିଁ। କାରଣ ଖୁବ୍‍ ଶୀଘ୍ର ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ରାଜପଥରେ ବେପୁରଆ ଗାଡ଼ି ଚାଳକଙ୍କୁ ଜଗିବ। ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି, ଭୁବନେଶ୍ୱରର ସ୍କୁଲ ଅଫ୍‍ ଇଲେକ୍ଟ୍ରିକାଲ ସାଇନ୍ସକୁ ପରିବହନ ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସମ୍ପ୍ରତି ଆଇଆଇଟି ପକ୍ଷରୁ ଏହି ସଫ୍ଟୱେର […]

ଭୁବନେଶ୍ୱର: ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କିମ୍ବା ଟ୍ରାଫିକ୍‍ ନିୟମ ଉଲ୍ଲଘଂନ କଲେ ପରିବହନ ବିଭାଗ କର୍ମଚାରୀ କିମ୍ବା ପୁଲିସ କର୍ମଚାରୀଙ୍କ ନଜରରୁ ବର୍ତ୍ତିବା ସହଜ ହେବ ନାହିଁ। କାରଣ ଖୁବ୍‍ ଶୀଘ୍ର ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ରାଜପଥରେ ବେପୁରଆ ଗାଡ଼ି ଚାଳକଙ୍କୁ ଜଗିବ। ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି, ଭୁବନେଶ୍ୱରର ସ୍କୁଲ ଅଫ୍‍ ଇଲେକ୍ଟ୍ରିକାଲ ସାଇନ୍ସକୁ ପରିବହନ ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସମ୍ପ୍ରତି ଆଇଆଇଟି ପକ୍ଷରୁ ଏହି ସଫ୍ଟୱେର ଲ୍ୟାବ୍‍ ପରୀକ୍ଷଣ ଚାଲିଥିବା ବେଳେ ଆସନ୍ତା ସପ୍ତାହରୁ ଏହାର କ୍ଷେତ୍ର ପରୀକ୍ଷଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପ ପାଇଁ ପରିବହନ ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି। ଏହାର ପ୍ରସ୍ତୁତକର୍ତ୍ତା କହିଛନ୍ତି ଯେ ଲ୍ୟାବ୍‍ ପରୀକ୍ଷଣ ପରେ ରାସ୍ତାରେ ନୂଆ ସଫ୍ଟୱେର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହେବ। ଏବେ ସୁଦ୍ଧା ସବୁ ପରୀକ୍ଷଣ ସଫଳ ରହିଛି। ତେଣୁ କ୍ଷେତ୍ର ଉପରେ ପରୀକ୍ଷଣ ସଫଳ ରହିବାରେ ସମସ୍ୟା ନାହିଁ। ଏହା ପରେ ପରିବହନ ବିଭାଗ ନିଜର ଇଣ୍ଟରସେପ୍ଟରରେ ଏହାର ଉପଯୋଗ ଆରମ୍ଭ କରିବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୨୨କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ସୂଚନା ଅନୁସାରେ, ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟରର ରିପୋର୍ଟ ଶତପ୍ରତିଶତ ଠିକ୍‍ ରହିବ। ସମ୍ପ୍ରତି ଜାତୀୟ ରାଜପଥରେ ନିୟୋଜିତ ହୋଇଥିବା ଇଣ୍ଟସେପ୍ଟର ଗାଡ଼ିର ରିପୋର୍ଟକୁ ନେଇ ଅଭିଯୋଗ ଆସୁଛି। ଦୂରରେ ଥିବା ଗାଡ଼ିର ସଠିକ୍‍ ଗତି ମାପିବା ଏବଂ ଏହାର ଫଟୋ ଉତ୍ତୋଳନ କରିବାରେ ତ୍ରୁଟି ରହୁଛି। ବିଭିନ୍ନ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଇଣ୍ଟରସେଫ୍ଟର ଭ୍ୟାନ ଜରିଆରେ ଦ୍ରୁତ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଉଛି। ତେବେ ଦ୍ରୁତ ଗାଡ଼ି ଚାଳକଙ୍କ ପାଇଁ ଏହା ପର୍ଯ୍ୟାପ୍ତ ହେଉନଥିବା ଦେଖାଯାଇଛି। ଏହା ଛଡ଼ା ସବୁ ସ୍ଥାନରେ ଇଣ୍ଟରସେପ୍ଟର ଭ୍ୟାନ୍‍ ଏବଂ କର୍ମଚାରୀ ମୁତୟନ କରିବା ସମ୍ଭବ ନୁହେଁ। ଇଣ୍ଟରସେପ୍ଟର ଭ୍ୟାନ୍‍ କିଣିବା ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ୁଥିବା ବେଳେ ରକ୍ଷଣାବେକ୍ଷଣ ବଡ଼ ସମସ୍ୟା ହୋଇଛି। ଏପରିସ୍ଥଳେ ସଫ୍ଟୱେର ଆଧାରିତ ରାଡାର ବ୍ୟବସ୍ଥା ଦ୍ରୁତ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଅଧିକ ସକ୍ଷମ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ନୂଆ ବ୍ୟବସ୍ଥାରେ ଦୂରରେ ଥିବା ଗାଡ଼ିର ବେଗ ମାପିବା ସହିତ ଭିଡିଓ ଏବଂ ଚିତ୍ର ଉତ୍ତୋଳନ କରିବା ସମ୍ଭବ ହେବ। ଏଥିରେ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ରହିଛି। ରାଜ୍ୟରେ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ସିଂହଭାଗ ଦୁର୍ଘଟଣା ପାଇଁ ଦ୍ରୁତ ଗାଡ଼ି ଚାଳନା ଦାୟୀ। ଗତବର୍ଷ ଘଟିଥିବା ସଡ଼କ ଦୁର୍ଘଟଣାରୁ ୬୯ ପ୍ରତିଶତ କେବଳ ଦ୍ରୁତ ଗାଡ଼ି ଚାଳନା ପାଇଁ ହୋଇଥିଲା। ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ହାଲୁକା ଓ ଭାରୀ ଯାନରେ ଦ୍ରୁତ ଗାଡ଼ି ଚାଳନା ପାଇଁ ଯଥାକ୍ରମେ ୨ ହଜାର ଓ ଚାରି ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର