ବାଟବଣା ଧୂମପାନ ନିଷେଧ ଆଇନ

The Sakala Picture
Published On

ଭୁବନେଶ୍ୱର : ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ କରାଯାଇଥିଲେ ମଧ୍ୟ ଏହାକୁ ଅନେକ ପାଳନ କରୁନାହାନ୍ତି। ସର୍ବସାଧାରଣ ସ୍ଥାନ ଅର୍ଥାତ୍‍ ଡାକ୍ତରଖାନା ପରିସର, ସରକାରୀ ଦପ୍ତର ନିକଟ, କୋର୍ଟ ପରିସର, ରେଳବାଇ ପ୍ରତିଷ୍ଠା କେନ୍ଦ୍ର, ହୋଟେଲ, ପାଠାଗାର, ବଜାର ଘାଟ ପ୍ରେକ୍ଷାଳୟ ନିକଟ, ବିମାନବନ୍ଦର ଆଦି ସ୍ଥାନରେ ଧୂମପାନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏଭଳି ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି କମିସନରେଟ […]

ଭୁବନେଶ୍ୱର : ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ କରାଯାଇଥିଲେ ମଧ୍ୟ ଏହାକୁ ଅନେକ ପାଳନ କରୁନାହାନ୍ତି। ସର୍ବସାଧାରଣ ସ୍ଥାନ ଅର୍ଥାତ୍‍ ଡାକ୍ତରଖାନା ପରିସର, ସରକାରୀ ଦପ୍ତର ନିକଟ, କୋର୍ଟ ପରିସର, ରେଳବାଇ ପ୍ରତିଷ୍ଠା କେନ୍ଦ୍ର, ହୋଟେଲ, ପାଠାଗାର, ବଜାର ଘାଟ ପ୍ରେକ୍ଷାଳୟ ନିକଟ, ବିମାନବନ୍ଦର ଆଦି ସ୍ଥାନରେ ଧୂମପାନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏଭଳି ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି କମିସନରେଟ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିଥିଲା। ଗତବର୍ଷ ମାତ୍ର ୫୦ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ଉଲ୍ଲଘଂନକାରୀ ସର୍ବସାଧାରଣରେ ଧୂମପାନ କରୁଥିବାରୁ ପୁଲିସ ସେମାନଙ୍କୁ ଠାରୁ ଜରିମାନା ଆଦାୟ କରିବା ସହ ଦଣ୍ଡିତ କରିଥିଲା।

ଆହୁରି ପଢ଼ନ୍ତୁ: ସେଲ୍‌ଫି ନେବା ହେଲା କାଳ: ନୀଳଗିରିର ବ୍ଲୁ ଲେକ୍‌ରେ ବୁଡ଼ିଗଲେ ଦୁଇ କଲେଜ ଛାତ୍ର

ତେବେ ଆଶ୍ଚର୍ଯ୍ୟର କଥା ଏବର୍ଷ କେହି ଜଣେ ବ୍ୟକ୍ତି ବି ଏଥିରେ ଦଣ୍ଡିତ କରାଯାଇନି ବା ଜଣଙ୍କୁ ଠାରୁ ବି ଜରିମାନା ଆଦାୟ କରାଯାଇନି। କେବଳ କରୋନା ଭୁତାଣୁକୁ ଢ଼ାଲ କରି କମିସନରେଟ ପୁଲିସ ନିଜ ଦୋଷରୁ ମୁଣ୍ଡ ଖସାଇ ଦେଉଛି। ଏପରିକି କରୋନା କଟକଣାରେ ଲୋକଙ୍କୁ ସଚେତନତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏଗୁଡିକୁ କିଏ ପଚାରେ ବୋଲି ସଫେଇ ଦେଇଛି ପୁଲିସ। କରୋନା କଟକଣା ହ୍ରାସ ପାଇବା ପରେ ପୁଣି ଏଭଳି ଚଢ଼ଉକୁ ଜୋରଦାର କରାଯିବା ସହ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୪ ମେ’ ମାସ ପହିଲାରୁ ଧୂମପାନ ନିଷେଧ ଦିବସ ରୂପ ପାଳନ କରାଯାଇଛି। ୨୦୦୮ ଅକ୍ଟୋବର ୨ରୁ ସର୍ବସାଧାରଣରେ ଧୂମପାନ ନିଷେଧ ଆଇନ୍‍କୁ ସାରା ଦେଶରେ ବଳବତ୍ତର ରହିଛି।

ଆହୁରି ପଢ଼ନ୍ତୁ: ପାରାଦୀପ ଉପକୂଳରୁ ଚୀନ୍ ଯାଉଥିବା ପାନାମା ଜାହାଜ 'ଏମ୍‌ଭି ଓସେନ୍ ୱିନର' ବୁଡ଼ିଲା: ୨ ଜଣ ଉଦ୍ଧାର, ୨୨ ନିଖୋଜ

ସଂଶୋଧନ ଆଇନ୍‍ ଅନୁଯାୟୀ ୨୦୧୯ରୁ ସିଗାରେଟ୍‍ କିମ୍ବା ତମାଖୁଜାତ ଦ୍ରବ୍ୟର ପ୍ୟାକେଟ୍‍ ଉପରେ ସ୍ୱାସ୍ଥ୍ୟ ସତର୍କତା ଚିତ୍ର ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏଥିସହିତ ୧୮ବର୍ଷରୁ କମ୍‍ ବୟସ ପିଲାଙ୍କୁ ସିଗାରେଟ୍‍ ବିକ୍ରି ନ କରିବା ଓ ସେମାନେ କିଣିବା ଉପରେ କଟକଣା ଲାଗୁ ହୋଇଛି। ତେବେ ଏଭଳି କିଛି ନୂଆ ଆଇନ୍‍ କେବଳ କାଗଜକଲମରେ ସୀମିତ ରହିଛି। ସର୍ବସାଧାରଣ ସ୍ଥାନରେ ସିଗାରେଟ୍‍ ଟାଣିଲେ ୨୦୦ଟଙ୍କା ଜରିମାନା ଦେବାର ଆଇନ୍‍ରେ ରହିଛି।

ଆହୁରି ପଢ଼ନ୍ତୁ: ହିମାଚଳ ପ୍ରଦେଶର ମାଉଣ୍ଟ ୟୁନାମ ବିଜୟ କଲେ ଓଡ଼ିଶାର ମହିଳା ପର୍ବତାରୋହୀ, ରାଜ୍ୟପାଳଙ୍କ ଶୁଭେଚ୍ଛା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର