ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ, ଭୋର ୪ଟା ସୁଦ୍ଧା ସରିବ ବିବାହ

The Sakala Picture
Published On

ଭୁବନେଶ୍ବର : ଆସନ୍ତା ଜୁନ ୫ ତାରିଖ ରେ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ପାଳିତ ହେବ । ଯାତ୍ରାକୁ ଶୃଙ୍ଖଳିତ ଓ ଯଥା ରୀତି ନୀତି ସହ ପାଳନ କରିବା ପାଇଁ ମନ୍ଦିର ପ୍ରଶାସକ ବିଭିନ୍ନ ନିଯୋଗ ସହ ଏକ ବୈଠକ ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ଏଜ୍‌କ୍ୟୁଟିଭ୍ ଅଫିସର ଭବାନୀ ପ୍ରସାଦ ମିଶ୍ର, ବିଧାୟକ ସୁର ରାଉତରାୟଙ୍କ ସମେତ ସବୁ ନିଯୋଗମାନଙ୍କ ସହ ବୈଠକ […]

ଭୁବନେଶ୍ବର : ଆସନ୍ତା ଜୁନ ୫ ତାରିଖ ରେ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ପାଳିତ ହେବ । ଯାତ୍ରାକୁ ଶୃଙ୍ଖଳିତ ଓ ଯଥା ରୀତି ନୀତି ସହ ପାଳନ କରିବା ପାଇଁ ମନ୍ଦିର ପ୍ରଶାସକ ବିଭିନ୍ନ ନିଯୋଗ ସହ ଏକ ବୈଠକ ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ଏଜ୍‌କ୍ୟୁଟିଭ୍ ଅଫିସର ଭବାନୀ ପ୍ରସାଦ ମିଶ୍ର, ବିଧାୟକ ସୁର ରାଉତରାୟଙ୍କ ସମେତ ସବୁ ନିଯୋଗମାନଙ୍କ ସହ ବୈଠକ ହୋଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗ ଦେଇନଥିଲେ। ବୈଠକର ନିଷ୍ପତି କ୍ରମେ ଆସନ୍ତା ଜୁନ ୪ ତାରିଖରେ ଶିବ -ପାର୍ବତୀ (ଦେବ ଦଂପତି) ବିବାହ ଅନୁଷ୍ଠିତ ହେବ। ସକାଳ ୬.୩୦ ରେ ମଙ୍ଗଳ ଆଳତି ଆଉ ତାପରେ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାହାଣମେଲା ରହିବ।

ଆହୁରି ପଢ଼ନ୍ତୁ: ରୋଜଗାର ଆଶାରେ ଋଷ୍‌ ଯାଇଥିଲେ ଗଞ୍ଜାମ ଯୁବକ, ୟୁକ୍ରେନର ଡ୍ରୋନ୍‌ ମାଡ଼ରେ ଚାଲିଗଲା ଜୀବନ

ଜୁନ ୪ ତାରିଖ ସକାଳୁ ୫ ତାରିଖ ରାତ୍ରି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ପାଇଁ ନୀତି ନିର୍ଘଣ୍ଟ କରିଛି ମନ୍ଦିର ପ୍ରଶାସନ । ୪ ତାରିଖ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସକାଳ ସାଢେ଼ ୬ ଟା ରେ ଅନୁଷ୍ଠିତ ହେବ। ଶାହାଣମେଳା ଦର୍ଶନ ସାଢ଼େ ୬ ଟାରୁ ସାଢ଼େ ୯ଟା, ମହାସ୍ନାନ ସକାଳ ୧୦ ଟା ,ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା,ବଲ୍ଲଭ,ଠାକୁରାଣୀ ବଲ୍ଲଭ ୧୦ଟା ୨୦ ରୁ ୧୧ ଘଟିକା,ସକାଳ ଧୂପ ୧୧ ଟା ରୁ ୧୨ଟା ୩୦ ପରେ ଅପରାହ୍ନ ୩ଟା ଯାଏ ସାହାଣ ମେଳା ଦର୍ଶନ ରହିଛି । ଏହା ପରେ ସନ୍ଧ୍ୟା ଧୂପ। ଏହାସହ ଠାକୁର ବିଜେ ସାନ୍ଧ୍ୟ ସାଢ଼େ ୬ ଟାରୁ ରହିଛି । ରାତ୍ର ୮ ଘଟିକାରେ ଶ୍ରୀ କପିଳନାଥ ବିଜେ ହେବା ପରେ ରାତ୍ର ୧୧ ଘଟିକା ରେ ବାରାନୁଗମନ୍ କାର୍ଯକ୍ରମ ରହିଛି । ରାତ୍ର ୧୨ ଘଟିକା ରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଗ୍ରାମବାସୀ, ୧୦ ଦିନ ପରେ ହାଡ଼ ଓ ପାଉଁଶ ଜବତ

ମହାପ୍ରଭୁ ଲିଙ୍ଗରାଜଙ୍କର ବିଭିନ୍ନ ରୀତିନୀତି ପରେ ରାତି ୧୨.୩୦ ରୁ ଭୋର ୪ ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବନି ପ୍ରସାଦ ମିଶ୍ର ।  ସେହିପରି ୫ ତାରିଖ ସକାଳେ ଫେରନ୍ତା ରୋଷଣୀ ସହ ମନ୍ଦିର ରେ ବିଭିନ୍ନ ରୀତି ନୀତି ମଧ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ କରାଯିବ ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍, ୬ ମୃତ

ଅନ୍ୟପଟେ ଜମିଜମା ସଂକ୍ରାନ୍ତୀୟ ଦାବି ପୂରଣ ହୋଇ ନଥିବାରୁ  ଆଜିର ବୈଠକରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗଦେଇ ନଥିଲେ। । ତେବେ ସେମାନଙ୍କୁ ମନ୍ଦିର ପ୍ରଶାସନ ଶ୍ରୀଜୀଉଙ୍କ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଯାହା ଦାବି ରହିଛି ତାହା ଉପରେ ଟ୍ରଷ୍ଟ ବୋର୍ଡରେ ସମାଧାନ କରାଯିବ ବୋଲି ମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି ।

31 May 2022 By The Sakala

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ, ଭୋର ୪ଟା ସୁଦ୍ଧା ସରିବ ବିବାହ

ଭୁବନେଶ୍ବର : ଆସନ୍ତା ଜୁନ ୫ ତାରିଖ ରେ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ପାଳିତ ହେବ । ଯାତ୍ରାକୁ ଶୃଙ୍ଖଳିତ ଓ ଯଥା ରୀତି ନୀତି ସହ ପାଳନ କରିବା ପାଇଁ ମନ୍ଦିର ପ୍ରଶାସକ ବିଭିନ୍ନ ନିଯୋଗ ସହ ଏକ ବୈଠକ ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ଏଜ୍‌କ୍ୟୁଟିଭ୍ ଅଫିସର ଭବାନୀ ପ୍ରସାଦ ମିଶ୍ର, ବିଧାୟକ ସୁର ରାଉତରାୟଙ୍କ ସମେତ ସବୁ ନିଯୋଗମାନଙ୍କ ସହ ବୈଠକ ହୋଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗ ଦେଇନଥିଲେ। ବୈଠକର ନିଷ୍ପତି କ୍ରମେ ଆସନ୍ତା ଜୁନ ୪ ତାରିଖରେ ଶିବ -ପାର୍ବତୀ (ଦେବ ଦଂପତି) ବିବାହ ଅନୁଷ୍ଠିତ ହେବ। ସକାଳ ୬.୩୦ ରେ ମଙ୍ଗଳ ଆଳତି ଆଉ ତାପରେ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାହାଣମେଲା ରହିବ।

ଜୁନ ୪ ତାରିଖ ସକାଳୁ ୫ ତାରିଖ ରାତ୍ରି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ପାଇଁ ନୀତି ନିର୍ଘଣ୍ଟ କରିଛି ମନ୍ଦିର ପ୍ରଶାସନ । ୪ ତାରିଖ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସକାଳ ସାଢେ଼ ୬ ଟା ରେ ଅନୁଷ୍ଠିତ ହେବ। ଶାହାଣମେଳା ଦର୍ଶନ ସାଢ଼େ ୬ ଟାରୁ ସାଢ଼େ ୯ଟା, ମହାସ୍ନାନ ସକାଳ ୧୦ ଟା ,ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା,ବଲ୍ଲଭ,ଠାକୁରାଣୀ ବଲ୍ଲଭ ୧୦ଟା ୨୦ ରୁ ୧୧ ଘଟିକା,ସକାଳ ଧୂପ ୧୧ ଟା ରୁ ୧୨ଟା ୩୦ ପରେ ଅପରାହ୍ନ ୩ଟା ଯାଏ ସାହାଣ ମେଳା ଦର୍ଶନ ରହିଛି । ଏହା ପରେ ସନ୍ଧ୍ୟା ଧୂପ। ଏହାସହ ଠାକୁର ବିଜେ ସାନ୍ଧ୍ୟ ସାଢ଼େ ୬ ଟାରୁ ରହିଛି । ରାତ୍ର ୮ ଘଟିକାରେ ଶ୍ରୀ କପିଳନାଥ ବିଜେ ହେବା ପରେ ରାତ୍ର ୧୧ ଘଟିକା ରେ ବାରାନୁଗମନ୍ କାର୍ଯକ୍ରମ ରହିଛି । ରାତ୍ର ୧୨ ଘଟିକା ରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ମହାପ୍ରଭୁ ଲିଙ୍ଗରାଜଙ୍କର ବିଭିନ୍ନ ରୀତିନୀତି ପରେ ରାତି ୧୨.୩୦ ରୁ ଭୋର ୪ ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବନି ପ୍ରସାଦ ମିଶ୍ର ।  ସେହିପରି ୫ ତାରିଖ ସକାଳେ ଫେରନ୍ତା ରୋଷଣୀ ସହ ମନ୍ଦିର ରେ ବିଭିନ୍ନ ରୀତି ନୀତି ମଧ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ କରାଯିବ ।

ଅନ୍ୟପଟେ ଜମିଜମା ସଂକ୍ରାନ୍ତୀୟ ଦାବି ପୂରଣ ହୋଇ ନଥିବାରୁ  ଆଜିର ବୈଠକରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗଦେଇ ନଥିଲେ। । ତେବେ ସେମାନଙ୍କୁ ମନ୍ଦିର ପ୍ରଶାସନ ଶ୍ରୀଜୀଉଙ୍କ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଯାହା ଦାବି ରହିଛି ତାହା ଉପରେ ଟ୍ରଷ୍ଟ ବୋର୍ଡରେ ସମାଧାନ କରାଯିବ ବୋଲି ମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର