ସତ୍ୟଚେତନା ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ଆନ୍ଦୋଳନର ରୌପ୍ୟଜୟନ୍ତୀ ସମାରୋହ

୨ଜଣଙ୍କୁ ଜ୍ୟୋତ୍ସ୍ନା ମା’ ସ୍ମାରକୀ ପୁରସ୍କାର, ୫ଜଣଙ୍କୁ ସତ୍ୟଚେତନା ଲେଖକ ସମ୍ମାନ

Sakala Desk Picture
Published On

ଭୁବନେଶ୍ୱର: ଅନ୍ତର୍ଜାତୀୟ ସତ୍ୟଚେତନା ଆଧ୍ୟାତ୍ମିକ ଟ୍ରଷ୍ଟର ଓଡ଼ିଶା ଶାଖା ପକ୍ଷରୁ ୨୬ ତାରିଖ ଦିନ, ସ୍ଥାନୀୟ ୟୁନିଟ- ୩ ସ୍ଥିତ ବୁଦ୍ଧମନ୍ଦିର ସଭାକକ୍ଷରେ ସତ୍ୟଚେତନା ଆଧ୍ୟାତ୍ମିକ ଆନ୍ଦୋଳନର ରୌପ୍ୟଜୟନ୍ତୀ ସମାରୋହ ଏବଂ ଜ୍ୟୋତ୍ସ୍ନା ମା’ ସ୍ମାରକୀ ଆଧ୍ୟାତ୍ମିକ ସାହିତ୍ୟ ଲେଖକ ସମ୍ମାନ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ମାସିକ ଆଧ୍ୟାତ୍ମିକ ପତ୍ରିକା 'ସତ୍ୟଚେତନା'ର ମୁଖ୍ୟ ସମ୍ପାଦକ ଡ. ଅସିତ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ 'ବେଦଯଜ୍ଞ ମିଶନ'ର ଅଧ୍ୟକ୍ଷ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବେଦ ବିଦ୍ୟାଳୟର କୁଳପତି ଡ. ହରିହର କାନୁନଗୋ ଏବଂ ସମ୍ମାନିତ ଅତିଥି ଭାବେ ସତ୍ୟଚେତନା ଟ୍ରଷ୍ଟ, ଓଡ଼ିଶାର ମ୍ୟାନେଜିଂ ଟ୍ରଷ୍ଟି ସୁଦୀପ ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକ ଚିନ୍ତନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ଆହୁରି ପଢ଼ନ୍ତୁ: ପୁରୀ ବେଳାଭୂମିରେ ଅଘଟଣ; ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକ ମୃତ

Silver Jubilee Celebration of Satyachena International Spiritual Movement (2)

ଆହୁରି ପଢ଼ନ୍ତୁ: ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା

ଅନ୍ତର୍ଜାତୀୟ ସତ୍ୟଚେତନା ଆଧ୍ୟାତ୍ମିକ ଆନ୍ଦୋଳନ ତଥା ତାମିଲନାଡୁର ଥିରୁବନ୍ନାମଲାଇସ୍ଥିତ ସତ୍ୟଚେତନା ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ଶ୍ରୀଆତ୍ମାନନ୍ଦଜୀଙ୍କ ପୌରୋହିତ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱାଳନ କରାଯିବା ସହିତ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା । ସତ୍ୟଚେତନା ପରିବାରର ଜୀବନଦାନୀ କର୍ମୀ ଅଜୟ କୁମାର ବିଶ୍ୱାଳ ସତ୍ୟଚେତନା କ'ଣ ଓ କାହିଁକି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସତ୍ୟଚେତନା ଗ୍ଲୋବାଲ ମିଶନର ନିର୍ଦ୍ଦେଶିକା ବିଷ୍ଣୁପ୍ରିୟାଜୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁ ଦାସଜୀ ଏବଂ ସତ୍ୟଚେତନା ଗ୍ଲୋବାଲ ମିଶନର ସଂଯୋଜିକା ତୁଳସୀଜୀ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସ୍ୱାମୀ ଶ୍ରୀ ଆତ୍ମାନନ୍ଦଜୀ ମହାରାଜ ଓ ଅତିଥିମାନେ 'ସତ୍ୟଚେତନା'ର ଫେବ୍ରୁଆରୀ ସଂଖ୍ୟା ଉନ୍ମୋଚନ କରିଥିଲେ। ଗୁରୁମା' ସ୍ୱର୍ଗତା ଡକ୍ଟର ଜ୍ୟୋତ୍ସ୍ନାରାଣୀ ମିଶ୍ରଙ୍କ ଗବେଷଣା ନିବନ୍ଧ ପୁସ୍ତକ 'ଅବିସ୍ମରଣୀୟା ବିଦ୍ୟୁତପ୍ରଭା'କୁ କବୟିତ୍ରୀ ବିଦ୍ୟୁତପ୍ରଭା ଦେବୀଙ୍କ ସୁପୁତ୍ର ଡ. ସଚଚ୍ଚିଦାନନ୍ଦ ମହାନ୍ତି ଉନ୍ମୋଚନ କରିଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଉତ୍କଳ ଦିବସ: କାହିଁକି ପାଳନ ହୁଏ ଏହି ମହାନ ଦିନ? ଏମିତି ଗଠନ ହୋଇଥିଲା ଆମ ଓଡ଼ିଶା

ଏଥିସହିତ ଅପର୍ଣ୍ଣା ମିଶ୍ର ଓ ସ୍ମିତରଞ୍ଜନ ଷଡ଼ଙ୍ଗୀଙ୍କୁ 'ଜ୍ୟୋତ୍ସ୍ନା ମା’ ସ୍ମାରକୀ ଆଧ୍ୟାତ୍ମିକ ସାହିତ୍ୟ ଲେଖକ ସମ୍ମାନ' ପ୍ରଦାନ କରାଯାଇଥିଲା। ପୁରସ୍କାର  ସ୍ୱରୂପ ଉଭୟଙ୍କୁ ମାନପତ୍ର ଓ ଉପଢୌକନ ସହ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ଜ୍ୟୋତ୍ସ୍ନା ମା' ସ୍ମାରକୀ ପ୍ରତିଷ୍ଠାନର ଅଧ୍ୟକ୍ଷା ସୀତା ଏୟାରମିଲ ପ୍ରଦାନ କରିଥିଲେ। ସେହିପରି, ଅନନ୍ତ ଗୋପାଳ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ସେନାପତି, ସୁପ୍ରିୟା ମହାପାତ୍ର, ରବିନାରାୟଣ ପଟ୍ଟନାୟକ ଓ ପ୍ରୀତୀଶ କୁମାର ମହାନ୍ତିଙ୍କୁ 'ସତ୍ୟଚେତନା' ଲେଖକ ସମ୍ମାନ ସ୍ବରୂପ ମାନପତ୍ର, ଉତ୍ତରୀୟ ଓ ପାଞ୍ଚ ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ, 'ସତ୍ୟଚେତନା'ର ସମ୍ପାଦକ ଗୋକୁଳାନନ୍ଦ  ପରିଡ଼ାଙ୍କୁ 'ରୌପ୍ୟଜୟନ୍ତୀ ସମ୍ମାନ' ସ୍ବରୂପ ମାନପତ୍ର ଓ ଉତ୍ତରୀୟ ସହିତ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । 

'ସତ୍ୟଚେତନା ଗ୍ଲୋବାଲ ଭିଜନ' ରୂପେ କୣତ୍ରିମ ବୁଦ୍ଧିମତା ଯୁଗରେ ଶିକ୍ଷା ସଂପର୍କରେ ଏହାର ଅଧ୍ୟକ୍ଷ ଭେଙ୍କଟ ରମନ୍ନା ଏକ ପାଓ୍ବାର ପଏଣ୍ଟ୍ ଉପସ୍ଥାପନା  କରିଥିଲେ।  ପରିଶେଷରେ, ଅନ୍ତର୍ଜାତୀୟ ସତ୍ୟଚେତନା ଟ୍ରଷ୍ଟର ପ୍ରତିଷ୍ଠାତା ସଦଗୁରୁ ସ୍ୱାମୀ ଶ୍ରୀଆତ୍ମାନନ୍ଦଜୀ ତାଙ୍କର ଦିବ୍ୟ ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଦର୍ଶକମାନଙ୍କୁ ଆଧ୍ୟାତ୍ମିକ ଚେତନାରେ ଉଦବୁଦ୍ଧ ହେବା ପାଇଁ ଦିଗଦର୍ଶନ ଦେଇଥିଲେ ।  ବରିଷ୍ଠ ସାମ୍ବାଦିକ ସୁଦାମବନ୍ଧୁ ଭଟ୍ଟମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସତ୍ୟଚେତନା ଟ୍ରଷ୍ଟର ନିର୍ଦ୍ଦେଶକ ଧନେଶ୍ୱର ସାହୁ ମାନପତ୍ର ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟର ବହୁ ବୁଦ୍ଧିଜୀବୀ, ଅଧ୍ୟାପକ, ପ୍ରାଧ୍ୟାପକ, ସାହିତ୍ୟିକ, ସାମ୍ବାଦିକ ତଥା ଆଧ୍ୟାତ୍ମିକ ଚେତନାରେ ରୁଚି ରଖୁଥିବା ବ୍ୟକ୍ତିଗଣ ଯୋଗଦାନ କରିଥିଲେ ।

27 Jan 2026 By Sakala Desk

ସତ୍ୟଚେତନା ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ଆନ୍ଦୋଳନର ରୌପ୍ୟଜୟନ୍ତୀ ସମାରୋହ

୨ଜଣଙ୍କୁ ଜ୍ୟୋତ୍ସ୍ନା ମା’ ସ୍ମାରକୀ ପୁରସ୍କାର, ୫ଜଣଙ୍କୁ ସତ୍ୟଚେତନା ଲେଖକ ସମ୍ମାନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ସତ୍ୟଚେତନା ଆଧ୍ୟାତ୍ମିକ ଟ୍ରଷ୍ଟର ଓଡ଼ିଶା ଶାଖା ପକ୍ଷରୁ ୨୬ ତାରିଖ ଦିନ, ସ୍ଥାନୀୟ ୟୁନିଟ- ୩ ସ୍ଥିତ ବୁଦ୍ଧମନ୍ଦିର ସଭାକକ୍ଷରେ ସତ୍ୟଚେତନା ଆଧ୍ୟାତ୍ମିକ ଆନ୍ଦୋଳନର ରୌପ୍ୟଜୟନ୍ତୀ ସମାରୋହ ଏବଂ ଜ୍ୟୋତ୍ସ୍ନା ମା’ ସ୍ମାରକୀ ଆଧ୍ୟାତ୍ମିକ ସାହିତ୍ୟ ଲେଖକ ସମ୍ମାନ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ମାସିକ ଆଧ୍ୟାତ୍ମିକ ପତ୍ରିକା 'ସତ୍ୟଚେତନା'ର ମୁଖ୍ୟ ସମ୍ପାଦକ ଡ. ଅସିତ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ 'ବେଦଯଜ୍ଞ ମିଶନ'ର ଅଧ୍ୟକ୍ଷ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବେଦ ବିଦ୍ୟାଳୟର କୁଳପତି ଡ. ହରିହର କାନୁନଗୋ ଏବଂ ସମ୍ମାନିତ ଅତିଥି ଭାବେ ସତ୍ୟଚେତନା ଟ୍ରଷ୍ଟ, ଓଡ଼ିଶାର ମ୍ୟାନେଜିଂ ଟ୍ରଷ୍ଟି ସୁଦୀପ ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକ ଚିନ୍ତନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

Silver Jubilee Celebration of Satyachena International Spiritual Movement (2)

ଅନ୍ତର୍ଜାତୀୟ ସତ୍ୟଚେତନା ଆଧ୍ୟାତ୍ମିକ ଆନ୍ଦୋଳନ ତଥା ତାମିଲନାଡୁର ଥିରୁବନ୍ନାମଲାଇସ୍ଥିତ ସତ୍ୟଚେତନା ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ଶ୍ରୀଆତ୍ମାନନ୍ଦଜୀଙ୍କ ପୌରୋହିତ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱାଳନ କରାଯିବା ସହିତ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା । ସତ୍ୟଚେତନା ପରିବାରର ଜୀବନଦାନୀ କର୍ମୀ ଅଜୟ କୁମାର ବିଶ୍ୱାଳ ସତ୍ୟଚେତନା କ'ଣ ଓ କାହିଁକି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସତ୍ୟଚେତନା ଗ୍ଲୋବାଲ ମିଶନର ନିର୍ଦ୍ଦେଶିକା ବିଷ୍ଣୁପ୍ରିୟାଜୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁ ଦାସଜୀ ଏବଂ ସତ୍ୟଚେତନା ଗ୍ଲୋବାଲ ମିଶନର ସଂଯୋଜିକା ତୁଳସୀଜୀ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସ୍ୱାମୀ ଶ୍ରୀ ଆତ୍ମାନନ୍ଦଜୀ ମହାରାଜ ଓ ଅତିଥିମାନେ 'ସତ୍ୟଚେତନା'ର ଫେବ୍ରୁଆରୀ ସଂଖ୍ୟା ଉନ୍ମୋଚନ କରିଥିଲେ। ଗୁରୁମା' ସ୍ୱର୍ଗତା ଡକ୍ଟର ଜ୍ୟୋତ୍ସ୍ନାରାଣୀ ମିଶ୍ରଙ୍କ ଗବେଷଣା ନିବନ୍ଧ ପୁସ୍ତକ 'ଅବିସ୍ମରଣୀୟା ବିଦ୍ୟୁତପ୍ରଭା'କୁ କବୟିତ୍ରୀ ବିଦ୍ୟୁତପ୍ରଭା ଦେବୀଙ୍କ ସୁପୁତ୍ର ଡ. ସଚଚ୍ଚିଦାନନ୍ଦ ମହାନ୍ତି ଉନ୍ମୋଚନ କରିଥିଲେ ।

ଏଥିସହିତ ଅପର୍ଣ୍ଣା ମିଶ୍ର ଓ ସ୍ମିତରଞ୍ଜନ ଷଡ଼ଙ୍ଗୀଙ୍କୁ 'ଜ୍ୟୋତ୍ସ୍ନା ମା’ ସ୍ମାରକୀ ଆଧ୍ୟାତ୍ମିକ ସାହିତ୍ୟ ଲେଖକ ସମ୍ମାନ' ପ୍ରଦାନ କରାଯାଇଥିଲା। ପୁରସ୍କାର  ସ୍ୱରୂପ ଉଭୟଙ୍କୁ ମାନପତ୍ର ଓ ଉପଢୌକନ ସହ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ଜ୍ୟୋତ୍ସ୍ନା ମା' ସ୍ମାରକୀ ପ୍ରତିଷ୍ଠାନର ଅଧ୍ୟକ୍ଷା ସୀତା ଏୟାରମିଲ ପ୍ରଦାନ କରିଥିଲେ। ସେହିପରି, ଅନନ୍ତ ଗୋପାଳ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ସେନାପତି, ସୁପ୍ରିୟା ମହାପାତ୍ର, ରବିନାରାୟଣ ପଟ୍ଟନାୟକ ଓ ପ୍ରୀତୀଶ କୁମାର ମହାନ୍ତିଙ୍କୁ 'ସତ୍ୟଚେତନା' ଲେଖକ ସମ୍ମାନ ସ୍ବରୂପ ମାନପତ୍ର, ଉତ୍ତରୀୟ ଓ ପାଞ୍ଚ ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ, 'ସତ୍ୟଚେତନା'ର ସମ୍ପାଦକ ଗୋକୁଳାନନ୍ଦ  ପରିଡ଼ାଙ୍କୁ 'ରୌପ୍ୟଜୟନ୍ତୀ ସମ୍ମାନ' ସ୍ବରୂପ ମାନପତ୍ର ଓ ଉତ୍ତରୀୟ ସହିତ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । 

'ସତ୍ୟଚେତନା ଗ୍ଲୋବାଲ ଭିଜନ' ରୂପେ କୣତ୍ରିମ ବୁଦ୍ଧିମତା ଯୁଗରେ ଶିକ୍ଷା ସଂପର୍କରେ ଏହାର ଅଧ୍ୟକ୍ଷ ଭେଙ୍କଟ ରମନ୍ନା ଏକ ପାଓ୍ବାର ପଏଣ୍ଟ୍ ଉପସ୍ଥାପନା  କରିଥିଲେ।  ପରିଶେଷରେ, ଅନ୍ତର୍ଜାତୀୟ ସତ୍ୟଚେତନା ଟ୍ରଷ୍ଟର ପ୍ରତିଷ୍ଠାତା ସଦଗୁରୁ ସ୍ୱାମୀ ଶ୍ରୀଆତ୍ମାନନ୍ଦଜୀ ତାଙ୍କର ଦିବ୍ୟ ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଦର୍ଶକମାନଙ୍କୁ ଆଧ୍ୟାତ୍ମିକ ଚେତନାରେ ଉଦବୁଦ୍ଧ ହେବା ପାଇଁ ଦିଗଦର୍ଶନ ଦେଇଥିଲେ ।  ବରିଷ୍ଠ ସାମ୍ବାଦିକ ସୁଦାମବନ୍ଧୁ ଭଟ୍ଟମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସତ୍ୟଚେତନା ଟ୍ରଷ୍ଟର ନିର୍ଦ୍ଦେଶକ ଧନେଶ୍ୱର ସାହୁ ମାନପତ୍ର ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟର ବହୁ ବୁଦ୍ଧିଜୀବୀ, ଅଧ୍ୟାପକ, ପ୍ରାଧ୍ୟାପକ, ସାହିତ୍ୟିକ, ସାମ୍ବାଦିକ ତଥା ଆଧ୍ୟାତ୍ମିକ ଚେତନାରେ ରୁଚି ରଖୁଥିବା ବ୍ୟକ୍ତିଗଣ ଯୋଗଦାନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର