ପୋଖରୀରୁ ଉଦ୍ଧାର ପରେ ଆଖି ବୁଜିଲା ଦନ୍ତା

The Sakala Picture
Published On

ସମ୍ବଲପୁର: ଜୀବନ ସଂଗ୍ରାମରେ ହାରିଗଲା ଗଜରାଜ । ଅସୁସ୍ଥ ହାତୀକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ଚିକିତ୍ସା ସମୟରେ ହାତୀର ମୃତ୍ୟୁ ହୋଇଛି । ୫ଦିନ ପରେ କ୍ରେନ୍ ସହାୟତାରେ ପୋଖରୀରୁ ହାତୀକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଶେଷରେ ହାତୀଟି ପ୍ରାଣ ହରାଇଛି । ହାତୀ ଦେହରେ ବେଲ୍ଟ ଲଗାଇ ପୋଖରୀରୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ […]

ସମ୍ବଲପୁର: ଜୀବନ ସଂଗ୍ରାମରେ ହାରିଗଲା ଗଜରାଜ । ଅସୁସ୍ଥ ହାତୀକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ଚିକିତ୍ସା ସମୟରେ ହାତୀର ମୃତ୍ୟୁ ହୋଇଛି । ୫ଦିନ ପରେ କ୍ରେନ୍ ସହାୟତାରେ ପୋଖରୀରୁ ହାତୀକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଶେଷରେ ହାତୀଟି ପ୍ରାଣ ହରାଇଛି । ହାତୀ ଦେହରେ ବେଲ୍ଟ ଲଗାଇ ପୋଖରୀରୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଘଟଣାସ୍ଥଳରେ ପୋଲିସ୍‌ ଡିଜି ଓ ଡିସିପିଙ୍କ ତଦନ୍ତ

ସୂଚନାଯୋଗ୍ୟ ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟରେ ଥିବା ଏକ ପୋଖରୀକୁ ଗତ ଗୁରୁବାର ରାତିରେ ପାଣି ପିଇବାକୁ ଆସି ପଙ୍କରେ ଫସି ଯାଇଥିଲା ହାତୀ । ପୋଖରୀରେ ପଡ଼ି ହାତୀର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଏନେଇ ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ସମସ୍ତ ଚେଷ୍ଟା ଫେଲ ମାରିଥିଲା । ଦିନକୁ ଦିନ ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଶେଷରେ ବନବିଭାଗ ଓୟୁଏଟି ଟିମ୍‌ର ସହଯୋଗ ଲୋଡିଥିଲା । ଓୟୁଏଟିର ଏକ ଟିମ୍‌ ସମ୍ବଲପୁରରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ ।ହାତୀକୁ ପୋଖରୀ କୂଳରେ ଅଳ୍ପପାଣିରେ ରଖି ଚିକିତ୍ସା କରାଯାଉଥିଲା ।

ଆହୁରି ପଢ଼ନ୍ତୁ: ଓଏମସିର କୋଡିଙ୍ଗାମାଳି ଖଣି ସମ୍ପ୍ରସାରଣ ସପକ୍ଷରେ ସ୍ଥାନୀୟ ଲୋକେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସରକାର ପ୍ରତିବଦ୍ଧ

ଚିକିତ୍ସା ସମୟରେ ହାତୀଟିର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଆଜି କ୍ରେନ୍‌ ଓ ବେଲ୍ଟ ସହାୟତାରେ ହାତୀକୁ ପୋଖରୀ ବାହାରକୁ ଅଣାଯାଇଥିଲା। ପୋଖରୀରୁ ହାତୀକୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀର ମୃତ୍ୟୁ ହୋଇସାରିଥିଲା । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି । ତେବେ ହାତୀଟିର ମୃତ୍ୟୁ ପରେ ମୃତଦେହକୁ ପୋଷ୍ଟମର୍ଟମ କରାଯିବ। ଏହାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ସେନେଇ ତନାଘନା ଚାଲିଛି ।

ଆହୁରି ପଢ଼ନ୍ତୁ: ବେଲପାହାଡ଼ ଫାଟକରେ ଦିନ ଦ୍ଵିପ୍ରହରରେ ଭୁଜାଲି ମାଡ଼; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

21 Jun 2022 By The Sakala

ପୋଖରୀରୁ ଉଦ୍ଧାର ପରେ ଆଖି ବୁଜିଲା ଦନ୍ତା

ସମ୍ବଲପୁର: ଜୀବନ ସଂଗ୍ରାମରେ ହାରିଗଲା ଗଜରାଜ । ଅସୁସ୍ଥ ହାତୀକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ଚିକିତ୍ସା ସମୟରେ ହାତୀର ମୃତ୍ୟୁ ହୋଇଛି । ୫ଦିନ ପରେ କ୍ରେନ୍ ସହାୟତାରେ ପୋଖରୀରୁ ହାତୀକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଶେଷରେ ହାତୀଟି ପ୍ରାଣ ହରାଇଛି । ହାତୀ ଦେହରେ ବେଲ୍ଟ ଲଗାଇ ପୋଖରୀରୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି।

ସୂଚନାଯୋଗ୍ୟ ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟରେ ଥିବା ଏକ ପୋଖରୀକୁ ଗତ ଗୁରୁବାର ରାତିରେ ପାଣି ପିଇବାକୁ ଆସି ପଙ୍କରେ ଫସି ଯାଇଥିଲା ହାତୀ । ପୋଖରୀରେ ପଡ଼ି ହାତୀର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଏନେଇ ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ସମସ୍ତ ଚେଷ୍ଟା ଫେଲ ମାରିଥିଲା । ଦିନକୁ ଦିନ ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଶେଷରେ ବନବିଭାଗ ଓୟୁଏଟି ଟିମ୍‌ର ସହଯୋଗ ଲୋଡିଥିଲା । ଓୟୁଏଟିର ଏକ ଟିମ୍‌ ସମ୍ବଲପୁରରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ ।ହାତୀକୁ ପୋଖରୀ କୂଳରେ ଅଳ୍ପପାଣିରେ ରଖି ଚିକିତ୍ସା କରାଯାଉଥିଲା ।

ଚିକିତ୍ସା ସମୟରେ ହାତୀଟିର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଆଜି କ୍ରେନ୍‌ ଓ ବେଲ୍ଟ ସହାୟତାରେ ହାତୀକୁ ପୋଖରୀ ବାହାରକୁ ଅଣାଯାଇଥିଲା। ପୋଖରୀରୁ ହାତୀକୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀର ମୃତ୍ୟୁ ହୋଇସାରିଥିଲା । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି । ତେବେ ହାତୀଟିର ମୃତ୍ୟୁ ପରେ ମୃତଦେହକୁ ପୋଷ୍ଟମର୍ଟମ କରାଯିବ। ଏହାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ସେନେଇ ତନାଘନା ଚାଲିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର