ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ୧୮ ଓ ୧୯ ତାରିଖ ପାଇଁ ସିଭିୟର ହିଟଓ୍ବେଭ ଆଲର୍ଟ ଜାରି

The Sakala Picture
Published On

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୧୮ ଏବଂ ୧୯ ତାରିଖରେ ସିଭିୟର ହିଟଓ୍ବେଭ ପାଇଁ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦୁଇ ଦିନ ପାଇଁ ମୟୂରଭଞ୍ଜ, ନୟାଗଡ଼, ଗଜପତି ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଉପରେ ରହିବ ତାପମାତ୍ରା । ଏପ୍ରିଲ ୧୮ ତାରିଖରେ ବାରିପଦାର ତାପମାତ୍ରା ୪୫ ଡିଗ୍ରୀ ହେବାର ଆକଳନ କରାଯାଇଥିବା ବେଳେ ଅନୁଗୁଳ, […]

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୧୮ ଏବଂ ୧୯ ତାରିଖରେ ସିଭିୟର ହିଟଓ୍ବେଭ ପାଇଁ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦୁଇ ଦିନ ପାଇଁ ମୟୂରଭଞ୍ଜ, ନୟାଗଡ଼, ଗଜପତି ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଉପରେ ରହିବ ତାପମାତ୍ରା ।

ଆହୁରି ପଢ଼ନ୍ତୁ: ଉଚ୍ଛୁଳା ଦୟାନଦୀରେ ମାଛ ଧରୁଥିଲେ ବାପା-ପୁଅ, ଡଙ୍ଗାରୁ ଖସିପଡି ପୁଅ ନିଖୋଜ

ଏପ୍ରିଲ ୧୮ ତାରିଖରେ ବାରିପଦାର ତାପମାତ୍ରା ୪୫ ଡିଗ୍ରୀ ହେବାର ଆକଳନ କରାଯାଇଥିବା ବେଳେ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରିରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇପାରେ। ନୂଆପଡ଼ା, ଝାରସୁଗୁଡ଼ା, ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ବର ଓ ନୟାଗଡ଼ରେ ୪୩ ଡିଗ୍ରୀ ପାରା ପହଞ୍ଚିପାରେ।

ଆହୁରି ପଢ଼ନ୍ତୁ: ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମାମାଡ଼ ଧମକ, କୋର୍ଟ ପରିସରରେ ବମ୍‌ ଓ ଡଗ୍‌ ସ୍କ୍ୱାଡ୍‌ର ଯାଞ୍ଚ

ସେହିପରି, ଏପ୍ରିଲ ୧୯ ତାରିଖରେ ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ବାରିପଦା ଓ ମାଲକାନଗିରିରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହେବାର ଆକଳନ କରାଯାଉଛି। ସମ୍ବଲପୁର, ନୂଆପଡ଼ା ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏପ୍ରିଲ ୨୦ ଓ ୨୦ ତାରିଖ ଦିନ ମଧ୍ୟ ତାତିରୁ ନିସ୍ତାର ମିଳିବ ନାହିଁ। ଏହି ଦୁଇ ଦିନ ସମ୍ବଲପୁରରେ ପାରା ୪୪ ଡିଗ୍ରୀ ରହିପାରେ। ଏପ୍ରିଲ ୨୦ରେ ସମ୍ବଲପୁର, ସୋନପୁର ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି: ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ, ପୂର୍ବତନ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ଜେରା

17 Apr 2024 By The Sakala

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ୧୮ ଓ ୧୯ ତାରିଖ ପାଇଁ ସିଭିୟର ହିଟଓ୍ବେଭ ଆଲର୍ଟ ଜାରି

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୧୮ ଏବଂ ୧୯ ତାରିଖରେ ସିଭିୟର ହିଟଓ୍ବେଭ ପାଇଁ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦୁଇ ଦିନ ପାଇଁ ମୟୂରଭଞ୍ଜ, ନୟାଗଡ଼, ଗଜପତି ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଉପରେ ରହିବ ତାପମାତ୍ରା ।

ଏପ୍ରିଲ ୧୮ ତାରିଖରେ ବାରିପଦାର ତାପମାତ୍ରା ୪୫ ଡିଗ୍ରୀ ହେବାର ଆକଳନ କରାଯାଇଥିବା ବେଳେ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରିରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇପାରେ। ନୂଆପଡ଼ା, ଝାରସୁଗୁଡ଼ା, ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ବର ଓ ନୟାଗଡ଼ରେ ୪୩ ଡିଗ୍ରୀ ପାରା ପହଞ୍ଚିପାରେ।

ସେହିପରି, ଏପ୍ରିଲ ୧୯ ତାରିଖରେ ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ବାରିପଦା ଓ ମାଲକାନଗିରିରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହେବାର ଆକଳନ କରାଯାଉଛି। ସମ୍ବଲପୁର, ନୂଆପଡ଼ା ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏପ୍ରିଲ ୨୦ ଓ ୨୦ ତାରିଖ ଦିନ ମଧ୍ୟ ତାତିରୁ ନିସ୍ତାର ମିଳିବ ନାହିଁ। ଏହି ଦୁଇ ଦିନ ସମ୍ବଲପୁରରେ ପାରା ୪୪ ଡିଗ୍ରୀ ରହିପାରେ। ଏପ୍ରିଲ ୨୦ରେ ସମ୍ବଲପୁର, ସୋନପୁର ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର