୫ ଟି ରାଜ୍ୟ ପୁଲିସର ନିଦ ହଜାଇଥିବା ମୋଷ୍ଟ ୱାଣ୍ଟଡ ମାଓ ନେତା ରାମକ୍ରିଷ୍ଣାର ମୃତ୍ୟୁ

The Sakala Picture
Published On

ଭୁବନେଶ୍ବର : ୫ଟି ରାଜ୍ୟର ପୁଲିସ ପାଇଁ ଚିନ୍ତା ର କାରଣ ଥିବା ମାଓ ନେତା ଆରକେଙ୍କ ମୃତ୍ୟୁ  । ଏକଦା ଆନ୍ଧ୍ର-ଓଡ଼ିଶା-ଝାଡ଼ଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟଡ ମାଓ ନେତା ତଥା ସଂଗଠନ କେନ୍ଦ୍ରୀୟ କମିଟିର ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍ସିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୃତ୍ୟୁ ଘଟିଥିବା ସୁଚନା ମିଳିଛି। ନିର୍ଦ୍ଦିଷ୍ଟ ଭାବେ ମାଓ ସଂଗଠନ କିମ୍ବା ପୁଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆ ଯାଇ ନାହିଁ ତଥାପି କିଛିଦିନ ହେଲା ସେ […]

ଭୁବନେଶ୍ବର : ୫ଟି ରାଜ୍ୟର ପୁଲିସ ପାଇଁ ଚିନ୍ତା ର କାରଣ ଥିବା ମାଓ ନେତା ଆରକେଙ୍କ ମୃତ୍ୟୁ  । ଏକଦା ଆନ୍ଧ୍ର-ଓଡ଼ିଶା-ଝାଡ଼ଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟଡ ମାଓ ନେତା ତଥା ସଂଗଠନ କେନ୍ଦ୍ରୀୟ କମିଟିର ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍ସିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୃତ୍ୟୁ ଘଟିଥିବା ସୁଚନା ମିଳିଛି। ନିର୍ଦ୍ଦିଷ୍ଟ ଭାବେ ମାଓ ସଂଗଠନ କିମ୍ବା ପୁଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆ ଯାଇ ନାହିଁ ତଥାପି କିଛିଦିନ ହେଲା ସେ କିଡନୀ ଜନିତ ରୋଗରେ ପୀଡିତ ହୋଇ ଗୁରୁତର ହୋଇଥିଲେ। ତେବେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ଚାରି ଦଶନ୍ଧି ଧରି ସେ ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ମାଓବାଦୀ ହିଂସାର ସେ ମାଷ୍ଟର ମାଇଣ୍ଡ ଥିଲେ । ତାଙ୍କ ମୃତ୍ୟୁ ମାଓ ଗଡ଼ ପାଇଁ ଏକ ଶକ୍ତ ଝଟକା ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

ଆର୍‌.କେ ନାଁରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ଥିବା ବେଳେ ତା’ଉପରେ ୯୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଅନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ତୁମରୁକୋଟା ଗାଁର ବାସିନ୍ଦା ଆର୍‌.କେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍‌ ରଜଶେଖର ରେଡ୍ଡିଙ୍କ ନେତୃତତ୍ୱାଧିନ କଂଗ୍ରେସ ସରକାର ସହ ଶାନ୍ତି ଆଲୋଚନାରେ ତତ୍କାଳୀନ ସିପିଆଇ-ଏମଏଲର ନେତୃତ୍ୱ ନେଇଥିଲା।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

ଅକ୍ଟୋବର ୨୦୧୬ରେ ଓଡ଼ିଶାର ମାଲକାନଗିରି ସୀମାନ୍ତ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡରେ ଆର୍‌.କେ ଆହତ ହୋଇଥିଲା। ପରେ ସେ ସୁରକ୍ଷିତ ଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା। ସେତେବେଳେ ପୁଲସ ମାଓବାଦୀ ଗୁଳି ବିନିମୟରେ ପ୍ରାୟ ୩୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

15 Oct 2021 By The Sakala

୫ ଟି ରାଜ୍ୟ ପୁଲିସର ନିଦ ହଜାଇଥିବା ମୋଷ୍ଟ ୱାଣ୍ଟଡ ମାଓ ନେତା ରାମକ୍ରିଷ୍ଣାର ମୃତ୍ୟୁ

ଭୁବନେଶ୍ବର : ୫ଟି ରାଜ୍ୟର ପୁଲିସ ପାଇଁ ଚିନ୍ତା ର କାରଣ ଥିବା ମାଓ ନେତା ଆରକେଙ୍କ ମୃତ୍ୟୁ  । ଏକଦା ଆନ୍ଧ୍ର-ଓଡ଼ିଶା-ଝାଡ଼ଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟଡ ମାଓ ନେତା ତଥା ସଂଗଠନ କେନ୍ଦ୍ରୀୟ କମିଟିର ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍ସିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୃତ୍ୟୁ ଘଟିଥିବା ସୁଚନା ମିଳିଛି। ନିର୍ଦ୍ଦିଷ୍ଟ ଭାବେ ମାଓ ସଂଗଠନ କିମ୍ବା ପୁଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆ ଯାଇ ନାହିଁ ତଥାପି କିଛିଦିନ ହେଲା ସେ କିଡନୀ ଜନିତ ରୋଗରେ ପୀଡିତ ହୋଇ ଗୁରୁତର ହୋଇଥିଲେ। ତେବେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ଚାରି ଦଶନ୍ଧି ଧରି ସେ ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ମାଓବାଦୀ ହିଂସାର ସେ ମାଷ୍ଟର ମାଇଣ୍ଡ ଥିଲେ । ତାଙ୍କ ମୃତ୍ୟୁ ମାଓ ଗଡ଼ ପାଇଁ ଏକ ଶକ୍ତ ଝଟକା ବୋଲି କୁହାଯାଇଛି ।

ଆର୍‌.କେ ନାଁରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ଥିବା ବେଳେ ତା’ଉପରେ ୯୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଅନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ତୁମରୁକୋଟା ଗାଁର ବାସିନ୍ଦା ଆର୍‌.କେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍‌ ରଜଶେଖର ରେଡ୍ଡିଙ୍କ ନେତୃତତ୍ୱାଧିନ କଂଗ୍ରେସ ସରକାର ସହ ଶାନ୍ତି ଆଲୋଚନାରେ ତତ୍କାଳୀନ ସିପିଆଇ-ଏମଏଲର ନେତୃତ୍ୱ ନେଇଥିଲା।

ଅକ୍ଟୋବର ୨୦୧୬ରେ ଓଡ଼ିଶାର ମାଲକାନଗିରି ସୀମାନ୍ତ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡରେ ଆର୍‌.କେ ଆହତ ହୋଇଥିଲା। ପରେ ସେ ସୁରକ୍ଷିତ ଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା। ସେତେବେଳେ ପୁଲସ ମାଓବାଦୀ ଗୁଳି ବିନିମୟରେ ପ୍ରାୟ ୩୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର