ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ହୁତୁହୁତୁ ହୋଇ ଜଳିଗଲା କାର: ବୈଷ୍ଣୋଦେବୀରୁ ଫେରୁଥିବା ୫ ଜଣ ଜୀବନ୍ତ ଦଗ୍ଧ

Suryakanta Picture
Published On

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜସ୍ଥାନର ଅଲୱାର ନିକଟରେ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯିବାରୁ ୫ ଜଣ ଶ୍ରଦ୍ଧାଳୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା, ଜଣେ ପୁରୁଷ ଏବଂ ଗୋଟିଏ ଶିଶୁ ଅଛନ୍ତି। ସମସ୍ତେ ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲା ଅନ୍ତର୍ଗତ ଚୈନପୁରା ଗାଁର ବାସିନ୍ଦା ଏବଂ ସେମାନେ ବୈଷ୍ଣୋଦେବୀ ଦର୍ଶନ ସାରି ନିଜ ଘରକୁ ଫେରୁଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହଠାତ୍ ଗ୍ୟାସ୍ ଲିକ୍ ଯୋଗୁଁ ଲାଗିଲା ନିଆଁ

ପୋଲିସର ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏହି ଘଟଣାଟି ଲକ୍ଷ୍ମଣଗଡ଼ ଥାନା ଅଧୀନରେ ଥିବା ମୌଜପୁର ନିକଟରେ ଘଟିଥିଲା। ପରିବାର ଲୋକେ ଏକ ଟ୍ୟାକ୍ସି ଭଡ଼ା କରି ବୈଷ୍ଣୋଦେବୀ ଯାଇଥିଲେ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଇ ଫେରୁଥିବା ବେଳେ ଗାଡ଼ିରୁ ହଠାତ୍ ସିଏନଜି (CNG) ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି, ଯାହା ଫଳରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଯାଇଥିଲା। ଗାଡ଼ିଟି ଉଭୟ ସିଏନଜି ଏବଂ ପେଟ୍ରୋଲରେ ଚାଲୁଥିବାରୁ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଫଳରେ ଗାଡ଼ି ଭିତରେ ବସିଥିବା ୫ ଜଣ ଯାତ୍ରୀ ବାହାରକୁ ବାହାରିବାର କୌଣସି ସୁଯୋଗ ପାଇନଥିଲେ ଏବଂ ଭିତରେ ହିଁ ଜଳି ଯାଇଥିଲେ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଡ୍ରାଇଭର ଗୁରୁତର ଆହତ

ଅନ୍ୟପକ୍ଷରେ, ନିଆଁ ଲାଗିବା ମାତ୍ରେ କାର୍ ଡ୍ରାଇଭର ବିନୋଦ କୁମାର ମେହର ଚଳନ୍ତା ଗାଡ଼ିରୁ ଡେଇଁପଡ଼ି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତଥାପି ସେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ମେଡିକାଲ ଏବଂ ପରେ ଅଧିକ ଚିକିତ୍ସା ପାଇଁ ଜୟପୁରର ସବାଇ ମାନସିଂହ (SMS) ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଘଟଣାସ୍ଥଳରେ ତଦନ୍ତ ଜାରି

ଖବର ପାଇବା ମାତ୍ରେ ଲକ୍ଷ୍ମଣଗଡ଼ ପୋଲିସ, ଅଗ୍ନିଶମ ବାହିନୀ ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଥିଲା। ମୃତଦେହଗୁଡ଼ିକ ଏତେ ମାତ୍ରାରେ ଜଳି ଯାଇଛି ଯେ, ଚିହ୍ନଟ ପ୍ରକ୍ରିୟା ବହୁତ କଷ୍ଟକର ହୋଇପଡ଼ିଛି। ଡିଏସପି କୈଳାଶ ଜିନ୍ଦଲଙ୍କ କହିବା ଅନୁଯାୟୀ, ପୋଲିସ ଡିଏନଏ (DNA) ଟେଷ୍ଟ ମାଧ୍ୟମରେ ମୃତକଙ୍କ ପରିଚୟ ନିଶ୍ଚିତ କରିବାକୁ ପ୍ରସ୍ତୁତି ଚଳାଇଛି ଏବଂ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର