ପେଟ୍ରୋଲ ଓ ଡିଜେଲ ଗାଡ଼ିର ଭବିଷ୍ୟତ ଶୂନ୍: ଅଟୋମୋବାଇଲ କମ୍ପାନୀଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଚେତାବନୀ

Suryakanta Picture
Published On

ଦେଶରେ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ିର ଭବିଷ୍ୟତକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ବୟାନ ଦେଇଛନ୍ତି। ନିକଟରେ ଅନୁଷ୍ଠିତ 'ବସ୍‌ୱାର୍ଲ୍ଡ ଇଣ୍ଡିଆ କନକ୍ଲେଭ ୨୦୨୬'ରେ ଉଦବୋଧନ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଗାଡ଼ିର କୌଣସି ଭବିଷ୍ୟତ ନାହିଁ। ଯଦି ଅଟୋମୋବାଇଲ କମ୍ପାନୀ (OEM) ଗୁଡ଼ିକ ଏବେଠାରୁ ନିଜର ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନ ନକରନ୍ତି, ତେବେ ସେମାନଙ୍କୁ ଭବିଷ୍ୟତରେ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ସିଜେପିର ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମରେ ୟୁଟ୍ୟୁବର ଧ୍ରୁବ ରାଠୀ ଅଟକ

ବିକଳ୍ପ ଇନ୍ଧନ ଓ ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଗୁରୁତ୍ୱ

ପାରମ୍ପରିକ ଇନ୍ଧନ ବଦଳରେ ପରିବେଶ ଅନୁକୂଳ ଇନ୍ଧନ ଯଥା ହାଇଡ୍ରୋଜେନ, ଇଥାନଲ, ସିଏନଜି (CNG), ଏଲଏନଜି (LNG) ଏବଂ ଇଲେକ୍ଟ୍ରିକ୍ ଗାଡ଼ି (EV) ର ବ୍ୟବହାର ବୃଦ୍ଧି କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ହାଇଡ୍ରୋଜେନକୁ "ଭବିଷ୍ୟତର ଇନ୍ଧନ" ବୋଲି ଅଭିହିତ କରି ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶର ୧୦ଟି ରୁଟ୍‌ରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ହାଇଡ୍ରୋଜେନ ଟ୍ରକ୍ ଏବଂ ବସ୍ ଚଳାଚଳ କରୁଛି। ଟାଟା ମୋଟର୍ସ, ଭଲଭୋ, ଅଶୋକ ଲେଲ୍ୟାଣ୍ଡ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଏହାସହ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରାଯିବା ସହିତ ଫ୍ଲେକ୍ସ-ଇଞ୍ଜିନ ପ୍ରସ୍ତୁତି ଦିଗରେ ମଧ୍ୟ କାମ ଚାଲିଛି।

ଆହୁରି ପଢ଼ନ୍ତୁ: ବିକ୍ଷୋଭ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ସିଜେପି ନେତା ଅଭିଜିତ ଦିପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ଅଟକ

ଆମଦାନୀ ବୋଝ ଏବଂ ପ୍ରଦୂଷଣ ଚିନ୍ତା

ଭାରତ ବର୍ତ୍ତମାନ ନିଜର ଇନ୍ଧନ ଆବଶ୍ୟକତା ପୂରଣ କରିବା ପାଇଁ ଆମଦାନୀ ଉପରେ ବହୁଳ ଭାବରେ ନିର୍ଭରଶୀଳ, ଯାହା ଦେଶର ଅର୍ଥନୀତି ଉପରେ ବିପୁଳ ବୋଝ ପକାଉଛି। ଏହାଛଡ଼ା ଦିନକୁ ଦିନ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ମଧ୍ୟ ଏକ ଗମ୍ଭୀର ସମସ୍ୟା ପାଲଟିଛି। ଏହି ଦୃଷ୍ଟିରୁ ଡିଜେଲ ଓ ପେଟ୍ରୋଲ ଗାଡ଼ି ଉପରେ ନିର୍ଭରଶୀଳତା କମାଇବା କେବଳ ଅର୍ଥନୈତିକ ନୁହେଁ, ବରଂ ପରିବେଶ ପାଇଁ ମଧ୍ୟ ଏକାନ୍ତ ଆବଶ୍ୟକ ବୋଲି ଗଡ଼କରୀ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତରରେ ପହଞ୍ଚିବା ପରେ CJP ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରଙ୍କା ଓ ଆଜିଙ୍କ୍ୟ ସିନ୍ଦେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ

ସାର୍ବଜନୀନ ପରିବହନରେ ସୁରକ୍ଷାକୁ ପ୍ରାଥମିକତା

କେବଳ ଇନ୍ଧନ ପରିବର୍ତ୍ତନ ନୁହେଁ, ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ସ୍ତରର କରିବା ଏବଂ ଯାତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏବେଠାରୁ ନୂଆ ବସ୍ ଗୁଡ଼ିକର ପଞ୍ଜିକରଣ ପାଇଁ କେବଳ ସେଲ୍ଫ-ସାର୍ଟିଫିକେସନ ଯଥେଷ୍ଟ ହେବନାହିଁ। ବସ୍‌ର ଫିଜିକାଲ ଏବଂ ଭିଡିଓ ଭେରିଫିକେସନ୍ କରାଯାଇ ତାହାକୁ ବାହନ (Vahan) ପୋର୍ଟାଲରେ ଅପଲୋଡ୍ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି。

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର