ମନୋରଞ୍ଜନ
ରାଜଧାନୀରେ ଗୁଣ୍ଡାଗିରି; ରାତି ଅଧରେ ଗୁଣ୍ଡା ଲଗାଇ ଜାଗା ମାଲିକ ଭାଙ୍ଗିଦେଲେ ପିଲାଙ୍କ ସ୍କୁଲ୍
ଭୁବନେଶ୍ୱର: ରାଜଧାନୀରେ ପୁଣି ଗୁଣ୍ଡାଗିରି। ରାତି ଅଧରେ ଜାଗା ମାଲିକ ଗୁଣ୍ଡା ଲଗାଇ ଭାଙ୍ଗିଦେଲେ ପିଲାଙ୍କ ସ୍କୁଲ୍। ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ସାଇ ସରସ୍ୱତୀ ବିଦ୍ୟା ମନ୍ଦିରର ସ୍କୁଲ ସମ୍ପାଦିକା ଲକ୍ଷ୍ମୀ ପାଣିଗ୍ରାହୀ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜାଗା ମାଲିକ ବିନୋଦ ଚନ୍ଦ୍ର ମହାନ୍ତି ୫୦ରୁ ଅଧିକ ଭଡାଟିଆ ଗୁଣ୍ଡା ଓ ବୁଲ ଡ୍ରୋଜର ଲଗାଇ ସ୍କୁଲକୁ ଭାଙ୍ଗିବା ସହ ୪ଟି କମ୍ପ୍ୟୁଟର, ଆସବାବପତ୍ର, ସାର୍ଟିଫିକେଟ ଓ ୨ […]
ଭୁବନେଶ୍ୱର: ରାଜଧାନୀରେ ପୁଣି ଗୁଣ୍ଡାଗିରି। ରାତି ଅଧରେ ଜାଗା ମାଲିକ ଗୁଣ୍ଡା ଲଗାଇ ଭାଙ୍ଗିଦେଲେ ପିଲାଙ୍କ ସ୍କୁଲ୍। ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ସାଇ ସରସ୍ୱତୀ ବିଦ୍ୟା ମନ୍ଦିରର ସ୍କୁଲ ସମ୍ପାଦିକା ଲକ୍ଷ୍ମୀ ପାଣିଗ୍ରାହୀ।
ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜାଗା ମାଲିକ ବିନୋଦ ଚନ୍ଦ୍ର ମହାନ୍ତି ୫୦ରୁ ଅଧିକ ଭଡାଟିଆ ଗୁଣ୍ଡା ଓ ବୁଲ ଡ୍ରୋଜର ଲଗାଇ ସ୍କୁଲକୁ ଭାଙ୍ଗିବା ସହ ୪ଟି କମ୍ପ୍ୟୁଟର, ଆସବାବପତ୍ର, ସାର୍ଟିଫିକେଟ ଓ ୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ସ୍କୁଲ ସମ୍ପାଦିକା। ୨୦୦୪ରେ ସ୍କୁଲ ସ୍ଥାପନ ପରେ ଜାଗା ପାଇଁ ବିନୋଦ ମହାନ୍ତି ୨୦୧୦ରେ ୧୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଦୁଇ ମାସ ତଳେ ଜାଗା ଛାଡିବା ପାଇଁ ସ୍କୁଲ ସମ୍ପାଦିକାଙ୍କୁ କହିଥିଲେ। ହେଲେ ନବମ ଦଶମ ଶ୍ରେଣୀ ପିଲାଙ୍କ ଅଧା ପାଠ ପଢା ହୋଇଥିବାରୁ, ସ୍କୁଲ ଛାଡିବା ପାଇଁ ଆଉ କିଛି ଦିନ ସମୟ ମାଗିଥିଲେ। ହେଲେ ଅତର୍କିତ ଭାବରେ ରାତିରେ ଆସି ସ୍କୁଲ ଭାଙ୍ଗିଥିବା ଅଭିଯୋଗ ହୋଇଛି।
ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ






