ଲିଜା ପ୍ରେମରେ ଅନ୍ଧ ହୋଇ ଉଜାଡିଦେଲେ ସଂସାର

Tapas Ranjan Nanda Picture
Published On

ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କ ସ୍ତ୍ରୀ ମାମାଲି ଗଣମାଧ୍ୟମ ଆଗରେ ନିଜର ଦୁଃଖ ବଖାଣିଛନ୍ତି । ସ୍ୱାମୀ ଦିନେଶ କିପରି ପରକୀୟା ପ୍ରୀତିରେ ପଡ଼ି ନିଜର ହସଖୁସିର ସଂସାରକୁ ଉଜାଡି ଦେଇଛନ୍ତି, ସେନେଇ ମାମାଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ 'ଲଭ୍-ମର୍ଡର-ଆକ୍ସିଡେଣ୍ଟ' ମାମଲାରେ ନୂଆ ଟ୍ୱିଷ୍ଟ: ତ୍ରିକୋଣୀୟ ପ୍ରେମରୁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଲିଜା ପ୍ରେମରେ ଭୁଲିଗଲେ ସ୍ତ୍ରୀ ଓ ପିଲାଙ୍କୁ

ମାମାଲିଙ୍କ କହିବା ଅନୁଯାୟୀ, ଦୀର୍ଘ ୧୦ ବର୍ଷ ତଳେ ସେମାନଙ୍କର ପ୍ରେମ ବିବାହ ହୋଇଥିଲା ଏବଂ ତାଙ୍କର ଏକ ଝିଅ ମଧ୍ୟ ଅଛି । ଦିନେଶ ପେଶାରେ ଜଣେ ଡ୍ରାଇଭର ଥିଲେ ଏବଂ ପ୍ରଥମେ କଟକ ଓ ପରେ ଭୁବନେଶ୍ୱରରେ କାମ କରୁଥିଲେ । କିନ୍ତୁ ଯେବେଠାରୁ ଦିନେଶ ଲିଜାଙ୍କ ସଂସ୍ପର୍ଶରେ ଆସିଥିଲେ, ସେବେଠାରୁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା । ଲିଜା ପ୍ରେମରେ ପାଗଳ ହୋଇ ଦିନେଶ ଆଉ ନିୟମିତ ଘରକୁ ଆସୁନଥିଲେ କି ସ୍ତ୍ରୀ ଓ ଝିଅଙ୍କ କଥା ପଚାରୁ ନଥିଲେ । ଲିଜା ସହ ସମ୍ପର୍କ ରଖିବା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଉଜୁଡି ଯାଇଛି ବୋଲି ମାମାଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ

ଥାନାରେ ଆତ୍ମସମର୍ପଣ ଓ ପୋଲିସର କାର୍ଯ୍ୟାନୁଷ୍ଠାନ

ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଅଭିଯୁକ୍ତ ଦିନେଶ ଚାଲି ଚାଲି ଆସି ଜଗତସିଂହପୁର ସଦର ଥାନାରେ ପହଞ୍ଚିଥିଲେ । ସେଠାରେ ଥିବା ଡିସିଓଙ୍କୁ ଭେଟି ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ସହ ଆତ୍ମସମର୍ପଣ କରିଥିଲେ । ଏହି ଖବର ପାଇବା ପରେ କମିଶନରେଟ ପୋଲିସ ତୁରନ୍ତ ଜଗତସିଂହପୁର ପହଞ୍ଚି ଦିନେଶଙ୍କୁ ଭୁବନେଶ୍ୱର ଆଣିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଘଟଣାର ଅଧିକ ତଦନ୍ତ ସହ ଅଭିଯୁକ୍ତର ଟିଆଇ ପ୍ୟାରେଡ଼ କରାଯିବ । ସୂଚନାଯୋଗ୍ୟ ଯେ, ଦିନେଶଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅରିଲୋ ଗାଁରେ । ତାଙ୍କ ବାପା ମାଆଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଥିବା ବେଳେ ଘରେ ଏବେ କେବଳ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ନିଖୋଜ ଓଡ଼ିଆ ନାବିକ ସାର୍ଥକ: ୫ ଦିନ ପରେ ବି ମିଳିଲାନି ପତ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp