ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

ଖୋଜିବାରେ ସହାୟତା କରିବାକୁ କେନ୍ଦ୍ର ସରକାର, ସିପିଂ ମହାନିର୍ଦ୍ଦେଶକ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ

Madhusudan Das Picture
Published On

ଭୁବନେଶ୍ୱର: ମଝି ସମୁଦ୍ରରୁ ରହସ୍ୟମୟ ଭାବେ ଜଣେ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍‌ ସାର୍ଥକ ମହାପାତ୍ର ଗାଏବ ହୋଇଯାଇଛନ୍ତି। ସିଙ୍ଗାପୁରରୁ ଚୀନ୍‌କୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ସେ ରହସ୍ୟମୟ ଭାବେ ଗାଏବ ହୋଇଯାଇଛନ୍ତି। ଶେଷଥର ପାଇଁ ସେ ଘଟଣା ଦିନ ରାତି ୯ରେ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ତାଙ୍କ ସଂପର୍କରେ କୌଣସି ପତ୍ତା ମିଳୁନଥିବାରୁ ପରିବାର ଲୋକ ବହୁତ ଚିନ୍ତିତ । ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସାର୍ଥକଙ୍କୁ ଖୋଜିବାରେ ସହାୟତା କରିବାକୁ କେନ୍ଦ୍ର ସରକାର, ସିପିଂ ମହାନିର୍ଦ୍ଦେଶକ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ। 

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଭଦ୍ରକ ଜିଲ୍ଲାର ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ରେ ଆଙ୍ଗଲୋ ଇଷ୍ଟର୍ନ ସିପିଂ କମ୍ପାନୀର ସିପ୍‌ ଇଏ ଜର୍ସିରେ କ୍ୟାଡେଟ ଭାବେ ଯୋଗଦେଇଥିଲେ। ସିଙ୍ଗାପୁରରୁ ଚୀନ୍‌କୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ସେ ରହସ୍ୟମୟ ଭାବେ ଗାଏବ ହୋଇଯାଇଛନ୍ତି। ଶେଷଥର ପାଇଁ ସେ ଘଟଣା ଦିନ ରାତି ୯ରେ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ସକାଳ ୪ଟାରୁ ୮ପର୍ଯ୍ୟନ୍ତ ରିପୋର୍ଟ ଟାଇମ୍‌ ହୋଇଥିଲେ ମଧ୍ୟ ଡ୍ୟୁଟି ମଝିରୁ ଅର୍ଥାତ୍‌ ସକାଳ ୬ଟାରେ ସେ ନିଜ ରୁମ୍‌କୁ ଆସିଥିଲେ। ପରେ ୮ଟାରେ ସେ ରୁମ୍‌ରେ ନଥିବା ସହକର୍ମୀମାନେ ଜାଣିବା ପରେ କମ୍ପାନୀ ପକ୍ଷରୁ ପରିବାରକୁ ଅବଗତ କରାଯାଇଥିଲା। ତାଙ୍କ ପୁଅ ନିଖୋଜ ଅଛନ୍ତି ଓ ତାଙ୍କୁ ସମୁଦ୍ର ମଝିରେ ଖୋଜା ଚାଲିଥିବା ସୂଚନା ଦେଇଥିଲେ। ଏହି ଖବର ପାଇବା ପରେ ସାର୍ଥକଙ୍କ ମା’ ଓ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପୁଅକୁ ଖୋଜି ଆଣିବାକୁ ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

ପରିବାର ଲୋକଙ୍କ ଅନୁରୋଧ ପରେ କେନ୍ଦ୍ରର ୪ଟି ବିଭାଗକୁ ଚିଠି ଲେଖିଛନ୍ତି ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଛନ୍ତି ପିଆରସି ବିଶାଲ ଗଗନ। ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ହତ୍ୟା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର