ମନୋରଞ୍ଜନ
ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡରେ଼ ପିଟି ତଳକୁ ଖସି ପଡିଲା କାର୍, ଅଳ୍ପେକେ ବଞ୍ଚିଲେ ଡ୍ରାଇଭର
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ବର ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡରେ଼ ପିଟି ହୋଇ ୧୦ ଫୁଟ ତଳକୁ ଖସି ପଡ଼ିଲା କାର୍ । ତଳେ ଥିବା ଗଛରେ ପିଟି ହୋଇ ଏକ ଘର ଉପରକୁ ଛିଟିକି ପଡ଼ିଥିଲା କାର । ତେବେ ଏହି ସଡକ ଦୁର୍ଘଟଣାରେ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ ଚାଳକ ଓ ଘରେ ଥିବା ଲୋକେ । ଆଜି ସକାଳୁ ସକାଳୁ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କାର ଡ୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ ଓ ଗାଡି ଅଧିକ ବେଗରେ ଚଳାଇଥିବାରୁ ଏଭଳି ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଯୁବକ ମାନେ କହୁଛନ୍ତି ।





