ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ପୁଣି ନକଲି ଡାକ୍ତର ଚିହ୍ନଟ। ନକଲି ଡାକ୍ତରଙ୍କ ମାୟାରେ ହଟହଟା ହେଲେ ଅସଲି ଡାକ୍ତରାଣୀ। ଯାହା ଫଳରେ ଅସଲି ଡାକ୍ତରାଣୀଙ୍କୁ ଚୁନା ଲଗାଇଦେଲେ ନକଲି ଡାକ୍ତର। ଡାକ୍ତରାଣୀଙ୍କ ଠାରୁ ୧.୩ ଲକ୍ଷ ଠକି ନେଲେ। ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଠକେଇ ଅଭିଯୋଗରେ ନକଲି ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନକଲି ଡାକ୍ତର ଜଣଙ୍କ ହେଲେ ସରୋଜ ମିଶ୍ର ଓରଫ ଭବାନୀ ସିଦ୍ଧାର୍ଥ ଶଙ୍କର। ତାଙ୍କ ବୟସ ୩୨। ତାଙ୍କ ଘର ଅନୁଗୋଳ ଜିଲ୍ଲା କଲାରୀରେ ଅଞ୍ଚଳରେ।

ଆହୁରି ପଢ଼ନ୍ତୁ: ଇଞ୍ଜିନରେ ତ୍ରୁଟି ସନ୍ଦେହ, ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପେଶାରେ ଜଣେ ଡାକ୍ତର। ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ। ବାହାଘର ପାଇଁ ସେ ଏକ ବିବାହ ୱେବସାଇଟ୍‌ରେ ନିଜକୁ ପଞ୍ଜୀକୃତ କରିଥିଲେ। ଏହି ମାଧ୍ୟମରେ ୨୦୨୫ ମସିହା ଡିସେମ୍ୱର ୯ ତାରିଖରେ ଅଭିଯୁକ୍ତଙ୍କ ସ୍ପଂସ୍ପର୍ଶରେ ଆସିଥିଲେ। ଅଭିଯୁକ୍ତ ନିଜକୁ ଅଭିଜିତ ମିଶ୍ର ଭାବରେ ମିଥ୍ୟା ପରିଚୟ ଦେଇ ନିଜକୁ ପୁନେରେ କାର୍ଯ୍ୟରତ ଡାକ୍ତର ବୋଲି ଦାବି କରିଥିଲେ। ପିତାଙ୍କ ନାମ ସରୋଜ ମିଶ୍ର ବୋଲି କହିଥିଲେ। ଅଭିଯୋଗକାରିଣୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ତାଙ୍କ ପରିଚୟ, ବୃତ୍ତି ଏବଂ ବିବାହ ଉଦ୍ଦେଶ୍ୟ ବିଷୟରେ ଏକ ମିଥ୍ୟା ବିଶ୍ୱାସ ସୃଷ୍ଟି କରିଥିଲେ। ଏହି ପ୍ରକାରର ପ୍ରଲୋଭନ ଏବଂ ଭୁଲ୍‌ ଉପସ୍ଥାପନା ଉପରେ ଆଧାର କରି, ଅଭିଯୁକ୍ତ ମୋବାଇଲ୍‌ କଲ୍‌ ଏବଂ ହ୍ୱାଟ୍ସଆପ୍‌ ମେସେଜ୍‌ ମାଧ୍ୟମରେ ଅଭିଯୋଗକାରିଣୀଙ୍କ ସହିତ ନିରନ୍ତର ଯୋଗାଯୋଗ ସ୍ଥାପନ କରିଥିଲେ। ଡିସେମ୍ୱର ୧୫ ତାରିଖରେ ଅଭିଯୁକ୍ତ ତାଙ୍କ ବନ୍ଧୁଙ୍କ ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଜରୁରୀ ଖର୍ଚ୍ଚ ବାହାନାରେ ଅଭିଯୋଗକାରିଣୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଦାବି କରିଥିଲେ। ତାଙ୍କର ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରି ଅଭିଯୋଗକାରିଣୀ ୧୬ ତାରିଖ ଦିନ ଅଭିଯୁକ୍ତକୁ ଫୋନ ପେ ମାଧ୍ୟମରେ ତିନୋଟି କିସ୍ତିରେ ୯୦ ହଜାର, ୧୦ ହଜାର ଟଙ୍କା ଏବଂ ୩୦ ହଜାର ଟଙ୍କା ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅଭିଯୋଗକାରୀ ଜାନୁଆରୀ ମାସରେ ଟଙ୍କା ଫେରସ୍ତ ଦାବି କରିଥିଲେ। ଅଭିଯୁକ୍ତ ତାଙ୍କ ଫୋନ୍‌ ଏଡାଇ ଯାଇଥିଲେ। ତାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ। ହତ୍ୟା ଧମକ ମଧ୍ୟ ଦେଇଥିଲେ। 

ଆହୁରି ପଢ଼ନ୍ତୁ: ସରକାର ଓ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: 'କ୍ରସ୍‌ ଭୋଟିଂ ନ କରିବାରୁ ବିଜେଡି ବିଧାୟିକାଙ୍କୁ ନିର୍ଯାତନା'

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଯିଏ ମିଥ୍ୟା ପରିଚୟ ଦେଇ ବିଭିନ୍ନ ବିବାହ ପ୍ଲାଟଫର୍ମରେ ନିଜକୁ ଡାକ୍ତର କିମ୍ୱା ଅନ୍ୟ ପ୍ରତିଷ୍ଠିତ ବୃତ୍ତିଗତ ଭାବରେ ପରିଚୟ ଦେଇ ସମ୍ଭାବ୍ୟ କନ୍ୟା ଏବଂ ସେମାନଙ୍କ ପରିବାରର ବିଶ୍ୱାସ ହାସଲ କରନ୍ତି। ପରେ ଟଙ୍କା ପ୍ରଲୋଭନ ଦେଖାଇ ଯୋଗାଯୋଗ ନମ୍ୱର ବନ୍ଦ କରି ସେମାନଙ୍କୁ ଠକନ୍ତି। ଏକ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ହେପାଜତରୁ ଗୋଟିଏ ମୋବାଇଲ ଫୋନ ଓ ଛଅ ହଜାର ସାତସହ ଟଙ୍କା ଜବତ କରାଯାଇଥିଲା। ପଚରାଉଚରା ସମୟରେ ସେ ଅପରାଧରେ ତାଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ। ସିସିଟିଏନଏସ ଯାଞ୍ଚରୁ ତାଙ୍କ ନାମରେ ପୂର୍ବରୁ ଛତ୍ରପୁର ଥାନାରେ ସମାନ ପ୍ରକାରର ଏକ ମାମଲା ରହିଥିବା ଜଣାପଡ଼ିଛି। ବାରମ୍ୱାର ପୁଲିସର ସଚେତନତାମୂଳକ ବାର୍ତ୍ତା ସତ୍ତ୍ୱେ ଲୋକେ ଜାଲ୍‌ ୱେବସାଇଟ୍‌ରେ ଆସୁଥିବା ମିଥ୍ୟା ବିଜ୍ଞାପନ ଉପରେ ଭରସା କରୁଛନ୍ତି। ଏପରିକି ବାରମ୍ୱାର ବୈବାହିକ ୱେବସାଇଟ୍‌ରେ ବିବାହର ନାଁରେ ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନ ହେଉନାହାନ୍ତି। ବାରମ୍ୱାର ବିବାହ ୱେବସାଇଟ୍‌ରେ ବିବାହର ନାଁରେ ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନ ହେଉନାହାନ୍ତି।

ଆହୁରି ପଢ଼ନ୍ତୁ: ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

07 Feb 2026 By Madhusudan Das

ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ

ଭୁବନେଶ୍ୱର: ରାଜଧାନୀରେ ପୁଣି ନକଲି ଡାକ୍ତର ଚିହ୍ନଟ। ନକଲି ଡାକ୍ତରଙ୍କ ମାୟାରେ ହଟହଟା ହେଲେ ଅସଲି ଡାକ୍ତରାଣୀ। ଯାହା ଫଳରେ ଅସଲି ଡାକ୍ତରାଣୀଙ୍କୁ ଚୁନା ଲଗାଇଦେଲେ ନକଲି ଡାକ୍ତର। ଡାକ୍ତରାଣୀଙ୍କ ଠାରୁ ୧.୩ ଲକ୍ଷ ଠକି ନେଲେ। ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଠକେଇ ଅଭିଯୋଗରେ ନକଲି ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନକଲି ଡାକ୍ତର ଜଣଙ୍କ ହେଲେ ସରୋଜ ମିଶ୍ର ଓରଫ ଭବାନୀ ସିଦ୍ଧାର୍ଥ ଶଙ୍କର। ତାଙ୍କ ବୟସ ୩୨। ତାଙ୍କ ଘର ଅନୁଗୋଳ ଜିଲ୍ଲା କଲାରୀରେ ଅଞ୍ଚଳରେ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପେଶାରେ ଜଣେ ଡାକ୍ତର। ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ। ବାହାଘର ପାଇଁ ସେ ଏକ ବିବାହ ୱେବସାଇଟ୍‌ରେ ନିଜକୁ ପଞ୍ଜୀକୃତ କରିଥିଲେ। ଏହି ମାଧ୍ୟମରେ ୨୦୨୫ ମସିହା ଡିସେମ୍ୱର ୯ ତାରିଖରେ ଅଭିଯୁକ୍ତଙ୍କ ସ୍ପଂସ୍ପର୍ଶରେ ଆସିଥିଲେ। ଅଭିଯୁକ୍ତ ନିଜକୁ ଅଭିଜିତ ମିଶ୍ର ଭାବରେ ମିଥ୍ୟା ପରିଚୟ ଦେଇ ନିଜକୁ ପୁନେରେ କାର୍ଯ୍ୟରତ ଡାକ୍ତର ବୋଲି ଦାବି କରିଥିଲେ। ପିତାଙ୍କ ନାମ ସରୋଜ ମିଶ୍ର ବୋଲି କହିଥିଲେ। ଅଭିଯୋଗକାରିଣୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ତାଙ୍କ ପରିଚୟ, ବୃତ୍ତି ଏବଂ ବିବାହ ଉଦ୍ଦେଶ୍ୟ ବିଷୟରେ ଏକ ମିଥ୍ୟା ବିଶ୍ୱାସ ସୃଷ୍ଟି କରିଥିଲେ। ଏହି ପ୍ରକାରର ପ୍ରଲୋଭନ ଏବଂ ଭୁଲ୍‌ ଉପସ୍ଥାପନା ଉପରେ ଆଧାର କରି, ଅଭିଯୁକ୍ତ ମୋବାଇଲ୍‌ କଲ୍‌ ଏବଂ ହ୍ୱାଟ୍ସଆପ୍‌ ମେସେଜ୍‌ ମାଧ୍ୟମରେ ଅଭିଯୋଗକାରିଣୀଙ୍କ ସହିତ ନିରନ୍ତର ଯୋଗାଯୋଗ ସ୍ଥାପନ କରିଥିଲେ। ଡିସେମ୍ୱର ୧୫ ତାରିଖରେ ଅଭିଯୁକ୍ତ ତାଙ୍କ ବନ୍ଧୁଙ୍କ ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଜରୁରୀ ଖର୍ଚ୍ଚ ବାହାନାରେ ଅଭିଯୋଗକାରିଣୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଦାବି କରିଥିଲେ। ତାଙ୍କର ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରି ଅଭିଯୋଗକାରିଣୀ ୧୬ ତାରିଖ ଦିନ ଅଭିଯୁକ୍ତକୁ ଫୋନ ପେ ମାଧ୍ୟମରେ ତିନୋଟି କିସ୍ତିରେ ୯୦ ହଜାର, ୧୦ ହଜାର ଟଙ୍କା ଏବଂ ୩୦ ହଜାର ଟଙ୍କା ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅଭିଯୋଗକାରୀ ଜାନୁଆରୀ ମାସରେ ଟଙ୍କା ଫେରସ୍ତ ଦାବି କରିଥିଲେ। ଅଭିଯୁକ୍ତ ତାଙ୍କ ଫୋନ୍‌ ଏଡାଇ ଯାଇଥିଲେ। ତାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ। ହତ୍ୟା ଧମକ ମଧ୍ୟ ଦେଇଥିଲେ। 

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଯିଏ ମିଥ୍ୟା ପରିଚୟ ଦେଇ ବିଭିନ୍ନ ବିବାହ ପ୍ଲାଟଫର୍ମରେ ନିଜକୁ ଡାକ୍ତର କିମ୍ୱା ଅନ୍ୟ ପ୍ରତିଷ୍ଠିତ ବୃତ୍ତିଗତ ଭାବରେ ପରିଚୟ ଦେଇ ସମ୍ଭାବ୍ୟ କନ୍ୟା ଏବଂ ସେମାନଙ୍କ ପରିବାରର ବିଶ୍ୱାସ ହାସଲ କରନ୍ତି। ପରେ ଟଙ୍କା ପ୍ରଲୋଭନ ଦେଖାଇ ଯୋଗାଯୋଗ ନମ୍ୱର ବନ୍ଦ କରି ସେମାନଙ୍କୁ ଠକନ୍ତି। ଏକ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ହେପାଜତରୁ ଗୋଟିଏ ମୋବାଇଲ ଫୋନ ଓ ଛଅ ହଜାର ସାତସହ ଟଙ୍କା ଜବତ କରାଯାଇଥିଲା। ପଚରାଉଚରା ସମୟରେ ସେ ଅପରାଧରେ ତାଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ। ସିସିଟିଏନଏସ ଯାଞ୍ଚରୁ ତାଙ୍କ ନାମରେ ପୂର୍ବରୁ ଛତ୍ରପୁର ଥାନାରେ ସମାନ ପ୍ରକାରର ଏକ ମାମଲା ରହିଥିବା ଜଣାପଡ଼ିଛି। ବାରମ୍ୱାର ପୁଲିସର ସଚେତନତାମୂଳକ ବାର୍ତ୍ତା ସତ୍ତ୍ୱେ ଲୋକେ ଜାଲ୍‌ ୱେବସାଇଟ୍‌ରେ ଆସୁଥିବା ମିଥ୍ୟା ବିଜ୍ଞାପନ ଉପରେ ଭରସା କରୁଛନ୍ତି। ଏପରିକି ବାରମ୍ୱାର ବୈବାହିକ ୱେବସାଇଟ୍‌ରେ ବିବାହର ନାଁରେ ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନ ହେଉନାହାନ୍ତି। ବାରମ୍ୱାର ବିବାହ ୱେବସାଇଟ୍‌ରେ ବିବାହର ନାଁରେ ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନ ହେଉନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର