ମନୋରଞ୍ଜନ
ଓଡ଼ିଶା
ବଢ଼ୁଛି ହୀରାକୁଦ ଡ୍ୟାମର ଜଳସ୍ତର : ଖୋଲିଲା ୫ଟି ଗେଟ୍, ସନ୍ଧ୍ୟା ସୁଦ୍ଧା ଖୋଲିବ ଆଉ ୫ଟି ଗେଟ୍
ସମ୍ବଲପୁର : ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ତଳମୁଣ୍ଡରେ ବନ୍ୟା ପରିସ୍ଥିତି ବେଳେ ଉପରମୁଣ୍ଡରେ ବି ପ୍ରବଳ ବର୍ଷା ହୋଇଛି। ଫଳରେ ଗତକାଲି ଠାରୁ ହୀରାକୁଦକୁ ବ୍ୟାପକ ମାତ୍ରାରେ ପାଣି ଆସୁଛି। ଆଜି ମଧ୍ୟାହ୍ନ ବେଳକୁ ଜଳଭଣ୍ଡାରକୁ ୪ ଲକ୍ଷ ୭୪ ହଜାର ୬୪୬ କ୍ୟୁସେକ ଜଳ ପ୍ରବେଶ କରୁଛି। ସେପଟେ ଜଳସ୍ତର ୬୧୬ ଫୁଟ ଅତିକ୍ରମ କରିଛି। ଫଳରେ ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ […]
ସମ୍ବଲପୁର : ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ତଳମୁଣ୍ଡରେ ବନ୍ୟା ପରିସ୍ଥିତି ବେଳେ ଉପରମୁଣ୍ଡରେ ବି ପ୍ରବଳ ବର୍ଷା ହୋଇଛି। ଫଳରେ ଗତକାଲି ଠାରୁ ହୀରାକୁଦକୁ ବ୍ୟାପକ ମାତ୍ରାରେ ପାଣି ଆସୁଛି। ଆଜି ମଧ୍ୟାହ୍ନ ବେଳକୁ ଜଳଭଣ୍ଡାରକୁ ୪ ଲକ୍ଷ ୭୪ ହଜାର ୬୪୬ କ୍ୟୁସେକ ଜଳ ପ୍ରବେଶ କରୁଛି। ସେପଟେ ଜଳସ୍ତର ୬୧୬ ଫୁଟ ଅତିକ୍ରମ କରିଛି। ଫଳରେ ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ଆହୁରି ୫ଟି ଗେଟ ଖୋଲିଛନ୍ତି। ମୋଟ ୭ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ୭ଟି ଗେଟ ଦେଇ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ ଜଳ ମହାନଦୀକୁ ଛଡାଯାଇଛି।
ହୀରାକୁଦ ଡ୍ୟାମରେ ଆଜି ୫ଟି ଗେଟ୍ ଖୋଲାଯିବା ନେଇ ତଳିଅଞ୍ଚଳରେ ଲୋକଙ୍କୁ ସୂଚନା ଦିଆଯାଇଥିଲା। ଏହାସହ ଗେଟ୍ ଖୋଲିବା ପରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କର କିଛି କ୍ଷତି ହେବ ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ଏଥିପାଇଁ ଗେଟ୍ ଖୋଲିବା ପାଇଁ ଜଳ ସଂପଦ ବିଭାଗ ଏପରି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ମୋଟ ୭ଟି ଗେଟ୍ ଖୋଲାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଆଉ ୫ଟି ଗେଟ୍ ଖୋଲିବ।
ଅନ୍ୟପକ୍ଷରେ କଟକ ମୁଣ୍ଡଳୀରେ ଜଳସ୍ତର କମୁଛି। ମୁଣ୍ଡୁଳିରେ ଏବେ ୬ଲକ୍ଷ ୬୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମହାନଦୀର ତଳମୁଣ୍ଡରେ ଜଳସ୍ତର କମିବା ଆରମ୍ଭ ହେବା ବେଳକୁ ହୀରାକୁଦର ଗେଟ ଖୋଲାଯାଇଛି । ହୀରାକୁଦରୁ ଛଡା ଯାଇଥିବା ପାଣି ଖଇରମାଳରେ ପହଂଚିବାକୁ ୧୨ ଘଂଟା ସମୟ ଲାଗିବ । ପରେ ବନ୍ୟାଜଳ ପ୍ରାୟ ୩୬ ଘଣ୍ଟା ମଧ୍ୟରେ ମୁଣ୍ଡଳୀରେ ପହଞ୍ଚିବ। ଏନେଇ ଜଳସଂପଦ ବିଭାଗ ସ୍ଥିତି ଉପରେ ନଜର ରଖିଛି। ଏହାସହ ଯେଉଁ ସ୍ଥାନରେ ସବୁ ଘାଇ ସୃଷ୍ଟି ହୋଇଛି ତା’ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।





