ନୃଶଂସ ବାପା: ଫାର୍ସା ଆକ୍ରମଣରେ ଚାଲିଗଲା ଗୋଟିଏ ଝିଅର ଜୀବନ, ଆଉ ୩ଝିଅ ସମେତ ମା’ ଗୁରୁତର

The Sakala Picture
Published On

କୁଚିଣ୍ଡା: ନୃଶଂସ ବାପା । ବାପା ଘଟାଇଛି ନାରକୀୟ କାଣ୍ଡ। ନିଜର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଘଟିଛି। ଅଭିଯୁକ୍ତର ନାଁ ସୁଖୁ ଓରାମ। ସୂଚନା […]

କୁଚିଣ୍ଡା: ନୃଶଂସ ବାପା । ବାପା ଘଟାଇଛି ନାରକୀୟ କାଣ୍ଡ। ନିଜର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଘଟିଛି। ଅଭିଯୁକ୍ତର ନାଁ ସୁଖୁ ଓରାମ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ଅନୁଯାୟୀ, ସୁଖୁ ଓରାମ ଆଜି ଭୋରରେ ସେ ତା’ର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଖୁଙ୍କ ଆକ୍ରମଣରେ ତାଙ୍କ ପତ୍ନୀ ବି ଆହତ ହୋଇଛନ୍ତି। ପତ୍ନୀ ଓ ଛୁଆଙ୍କୁ ଆକ୍ରମଣ କରିବା ପରେ ସୁଖୁ ନିଜ ବେକକୁ ଫାର୍ସାରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତିନି ଝିଅଙ୍କ ସହିତ ଏହି ଦୁଇ ଜଣ ବି ଗଡ଼ପୋଷ ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଗୋବିନ୍ଦପୁର ଥାନା ଓ ଗଡ଼ପୋଷ ଫାଣ୍ଡି ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ। ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

12 Jun 2021 By The Sakala

ନୃଶଂସ ବାପା: ଫାର୍ସା ଆକ୍ରମଣରେ ଚାଲିଗଲା ଗୋଟିଏ ଝିଅର ଜୀବନ, ଆଉ ୩ଝିଅ ସମେତ ମା’ ଗୁରୁତର

କୁଚିଣ୍ଡା: ନୃଶଂସ ବାପା । ବାପା ଘଟାଇଛି ନାରକୀୟ କାଣ୍ଡ। ନିଜର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଘଟିଛି। ଅଭିଯୁକ୍ତର ନାଁ ସୁଖୁ ଓରାମ।

ସୂଚନା ଅନୁଯାୟୀ, ସୁଖୁ ଓରାମ ଆଜି ଭୋରରେ ସେ ତା’ର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଖୁଙ୍କ ଆକ୍ରମଣରେ ତାଙ୍କ ପତ୍ନୀ ବି ଆହତ ହୋଇଛନ୍ତି। ପତ୍ନୀ ଓ ଛୁଆଙ୍କୁ ଆକ୍ରମଣ କରିବା ପରେ ସୁଖୁ ନିଜ ବେକକୁ ଫାର୍ସାରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତିନି ଝିଅଙ୍କ ସହିତ ଏହି ଦୁଇ ଜଣ ବି ଗଡ଼ପୋଷ ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଗୋବିନ୍ଦପୁର ଥାନା ଓ ଗଡ଼ପୋଷ ଫାଣ୍ଡି ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ। ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି।

https://www.thesakala.in/latest-odisha-news/sambalpur/kuchinda-news/article-2891
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର