ସ୍ତ୍ରୀ ଓ ପିଲାକୁ ନ ପାଇବାରୁ ଶ୍ୱଶୁର ଉପରକୁ ଗୁଳିମାଡ କଲା ଜ୍ୱାଇଁ

The Sakala Picture
Published On

କୁଚିଣ୍ଡା: ଶ୍ୱଶୁରକୁ ଉପରକୁ ଗୁଳିମାଡ କଲା ଜ୍ୱାଇଁ । ସ୍ତ୍ରୀ ଓ ପିଲାଙ୍କୁ ଘରେ ନ ପାଇବାରୁ ଶ୍ଵଶୁରଙ୍କ ଘରେ ତାଙ୍କ ଉପରକୁ ଗୁଳିମାଡ଼ କରିଛି ଜ୍ଵାଇଁ । କୁଚିଣ୍ଡା ମହୁଲପାଲି ଥାନା ବନ୍ଧକାନୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ଵଶୁର । ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରିଛି ମହୁଲପାଲି ଥାନା ପୋଲିସ । ଅଭିଯୁକ୍ତଙ୍କ ନାଁ ବେଦବ୍ୟାସ ଶବର। ତାଙ୍କ ଘର ବାଉରିଗୋଡ଼ା […]

କୁଚିଣ୍ଡା: ଶ୍ୱଶୁରକୁ ଉପରକୁ ଗୁଳିମାଡ କଲା ଜ୍ୱାଇଁ । ସ୍ତ୍ରୀ ଓ ପିଲାଙ୍କୁ ଘରେ ନ ପାଇବାରୁ ଶ୍ଵଶୁରଙ୍କ ଘରେ ତାଙ୍କ ଉପରକୁ ଗୁଳିମାଡ଼ କରିଛି ଜ୍ଵାଇଁ । କୁଚିଣ୍ଡା ମହୁଲପାଲି ଥାନା ବନ୍ଧକାନୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ଵଶୁର । ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରିଛି ମହୁଲପାଲି ଥାନା ପୋଲିସ । ଅଭିଯୁକ୍ତଙ୍କ ନାଁ ବେଦବ୍ୟାସ ଶବର। ତାଙ୍କ ଘର ବାଉରିଗୋଡ଼ା ଗାଁରେ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ସୂଚନା ଅନୁସାରେ, ଆଜି ଘରେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନ ପାଇ ବେଦବ୍ୟାସ ରାଗିଯାଇଥିଲେ ଏବଂ ଶ୍ୱଶୁର ଘର ଲୋକେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନେଇ ଯାଇଥିବେ ଭାବି ସେ ସେଠାରେ ଯାଇ ପହଞ୍ଚିଥିଲେ। ଶ୍ୱଶୁର ଘରେ ପହଞ୍ଚି ସେ ତାଙ୍କ ଶ୍ୱଶୁର କୁଞ୍ଜବନ ରଣାଙ୍କୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଥିଲେ। ତେବେ ସୌଭାଗ୍ୟ ବଶତଃ ଗୁଳି କୁଞ୍ଜବନଙ୍କ ଶରୀରରେ ବାଜି ନଥିଲା। ତେବେ ପୋଲିସ ଏକ ମାମଲା ରୁଜୁ କରି ବେଦବ୍ୟସକୁ କୋର୍ଟ ଚାଲାଣ କରିଛି ଏବଂ ତା ପାଖରୁ ଗୋଟେ ଦେଶୀ ବନ୍ଧୁକ ,୨୦ ରାଉଣ୍ଡ ଗୁଳି ଓ ଗନ ପାଉଡର ତା ଘରୁ ଜବତ କରିଥିବା ପୋଲିସ ପକ୍ଷରୁ ପ୍ରକାଶ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର