କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ ଘଟଣା: ପଶ୍ଚିମବଙ୍ଗରୁ ୨ ମହିଳାଙ୍କ ସମେତ ୪ ଗିରଫ

The Sakala Picture
Published On

ସୋନପୁର: ସୋନପୁର କଲେଜ ଆକାଉଣ୍ଟରୁ ଜାଲି ଚେକ ମାଧ୍ୟମରେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ଗାଏବ ଘଟଣାରେ ସୋନପୁର ପୁଲିସକୁ ବଡ ସଫଳତା ମିଳିଛି । ପଶ୍ଚିମବଙ୍ଗର କୁଚ୍‌ବିହାରଠାରୁ ୨ ଜଣ ମହିଳାଙ୍କ ସମେତ ମୋଟ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସବୁଜ ଘୋଷ (୨୬), ସୁବାସ ଦାସ (୩୩), ବିୟୁଟି ଦାସ (୩୦) ଏବଂ ସବିତା ଦେ ସରକାର (୬୦) । ଏମାନଙ୍କ ନିକଟରୁ ୪ଟି […]

ସୋନପୁର: ସୋନପୁର କଲେଜ ଆକାଉଣ୍ଟରୁ ଜାଲି ଚେକ ମାଧ୍ୟମରେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ଗାଏବ ଘଟଣାରେ ସୋନପୁର ପୁଲିସକୁ ବଡ ସଫଳତା ମିଳିଛି । ପଶ୍ଚିମବଙ୍ଗର କୁଚ୍‌ବିହାରଠାରୁ ୨ ଜଣ ମହିଳାଙ୍କ ସମେତ ମୋଟ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସବୁଜ ଘୋଷ (୨୬), ସୁବାସ ଦାସ (୩୩), ବିୟୁଟି ଦାସ (୩୦) ଏବଂ ସବିତା ଦେ ସରକାର (୬୦) । ଏମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ୍‌, ଦୁଇଟି ଏଟିଏମ୍‌ କାର୍ଡ, ୩ଟି କ୍ରେଡିଟ୍‌ କାର୍ଡ, ଗୋଟିଏ ପାନକାର୍ଡ ଏବଂ ୪ଟି ପରିଚୟ ପତ୍ର ଜବତ ହୋଇଛି।  ତେବେ ଟଙ୍କା ଟ୍ରାନ୍ସଫର ହୋଇଥିବା ଆକାଉଣ୍ଟ ଧାରୀ ମହିଳା ସାଥୀ ଦତ୍ତା ଏବଂ ଅଭିଷେକ ସରକାର ନାମକ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତେବେ ସୋନପୁର ଏସ୍‌ପି ଅମରେଶ ପଣ୍ଡାଙ୍କ କହିବାନୁସାରେ ପାଟଣା ଇଓଡବ୍ଲୁ ହାତରେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ଜଣା ପଡିଛି । ଉକ୍ତ ବ୍ୟକ୍ତିଙ୍କ ନିକଟରୁ ବିଭିନ୍ନ ସ୍ଥାନର ୨୧ଟି ଜାଲ ଚେକ୍‌ ମିଳିଛି । ଏହା ମଧ୍ୟରୁ ସୋନପୁର କଲେଜ ପ୍ରିନ୍ସିପାଲଙ୍କ ସମେତ ଓଡିଶାର ଅନ୍ୟ ଦୁଇ ଜଣଙ୍କ ଜାଲି ଚେକ୍‌ ରହିଛି । ସୋନପୁର ପୁଲିସ୍‌ ବିହାର ପୁଲିସ୍‌ ସହ ଯୋଗାଯୋଗରେ କରି ତଦନ୍ତ ଜାରି ରଖିଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଖବର ଅନୁଯାୟୀ,  ଜୁନ୍‌ ୭ରେ ଜାଲି ଚେକ୍‌ ମାଧ୍ୟମରେ   ପଶ୍ଚିମବଙ୍ଗର କୁଚ୍‌ବିହାରଠ ଆଇଆଇସିଆଇ ବ୍ୟାଙ୍କରେ ଥିବା ସାଥୀ ଦତ୍ତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା । ସାଥୀ ଦତ୍ତା ନିଜ ଭାଇ ସବୁଜ ଘୋଷଙ୍କ ସହ ବ୍ୟାଙ୍କକୁ ଯାଇ ଅଧଘଣ୍ଟା ମଧ୍ୟରେ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ । ସବିତା ଦେ ସରକାରଙ୍କ ଜ୍ୱାଇଁ କୋଲକୋତା ନିବାସୀ ଅଭିଷେକ ସରକାର ଠକାମିର ଜାଲ ବିଛାଇ ଥିବା ସନ୍ଦେହ କରାଯାଉଛି। ତେବେ ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ୧୩ ଶହ କିଲୋମିଟର ଦୂର କୁଚ୍‌ବିହାରକୁ ଦୁଇ ଥର ସୋନପୁର ପୁଲିସ୍‌ ଟିମ୍‌ ଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଟ୍ରାନ୍ସଫର ହୋଇଥିବା ଟଙ୍କା ମଧ୍ୟରୁ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ପୁଲିସ୍‌ ଫ୍ରିଜ୍‌ କରିଛି । ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟ ଏହା ପଛରେ କାମ କରୁଥିବା ସନ୍ଦେହ କରାଯାଉଛି । ଖୁବ୍‌ ଶୀଘ୍ର ସମସ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି  ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଏବଂ ସୋନପୁର ଥାନା ଆଇଆଇସି କୃଷ୍ଣଚନ୍ଦ୍ର ମେହେର ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର