ବ୍ରିଜ୍‍ ଓ ରାସ୍ତା ନିର୍ମାଣରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା, ହେଲେ କାମ ହେଉଛି ନିମ୍ନମାନର: ତରଭା – କଣ୍ଟାମାଳ ବ୍ରିଜ୍‍ ଆପ୍ରୋଚ୍‍ ରୋଡରେ ଫାଟ, ନିର୍ମାଣରେ ତ୍ରୁଟି ଓ ଅନିୟମିତତା ଅଭିଯୋଗ

The Sakala Picture
Published On

ତରଭା: ତରଭା-କଣ୍ଟାମାଳ ବ୍ରିଜ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। କାମ ସମ୍ପୂର୍ଣ୍ଣ ହେବା ପରେ ଏହି ପୋଲ କ ସଂଯୋଗ କରିବା ପାଇଁ ତିନି ଗୋଟି ଛୋଟ ପୋଲ ରହିଛି। ପୋଲର ଉଭୟ ପାଶ୍ୱରେ ଦିଆଯାଇଥିବା ମାଟି ବର୍ଷା ଜଳରେ ଧୋଇ ହୋଇଯାଇଛି। ନିମ୍ନମାନର କାମ ହୋଇଥିବାରୁ ତାହା ପୋଲ କୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଫାଟ ସୃଷ୍ଟି ହୋଇଛି। ତରଭା-କଣ୍ଟାମାଳକୁ ସଂଯୋଗ କରିବା ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ତେଲ ନଦୀ ଉପରେ […]

ତରଭା: ତରଭା-କଣ୍ଟାମାଳ ବ୍ରିଜ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। କାମ ସମ୍ପୂର୍ଣ୍ଣ ହେବା ପରେ ଏହି ପୋଲ କ ସଂଯୋଗ କରିବା ପାଇଁ ତିନି ଗୋଟି ଛୋଟ ପୋଲ ରହିଛି। ପୋଲର ଉଭୟ ପାଶ୍ୱରେ ଦିଆଯାଇଥିବା ମାଟି ବର୍ଷା ଜଳରେ ଧୋଇ ହୋଇଯାଇଛି। ନିମ୍ନମାନର କାମ ହୋଇଥିବାରୁ ତାହା ପୋଲ କୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଫାଟ ସୃଷ୍ଟି ହୋଇଛି। ତରଭା-କଣ୍ଟାମାଳକୁ ସଂଯୋଗ କରିବା ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ତେଲ ନଦୀ ଉପରେ ଏକ ବିରାଟ ପୋଲ ନିର୍ମାଣ କରାଯାଛି। ହେଲେ ଅଳ୍ପ ବର୍ଷା ହେବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଦିଆଯାଇଥିବା ପାଚେରିରୁ ପଥର ଖସି ଚାଷ ଜମି ମାନଙ୍କରେ ସବୁ ପୋତି ହୋଇଯାଇଛି। ନିମ୍ନମାନର କାମ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ଗୁଡିକର ଫାଟକୁ ଲୁଚାଇବାକୁ ନେଇ ଅନେକ ସ୍ଥାନରେ ମାଟି ଓ କ୍ରସର ଗୁଣ୍ଡ ପକାଉ ଥିବାର ଲକ୍ଷ୍ୟ ରହିଛି। ଏପରି ଅବସ୍ଥା ହୋଇ ମଧ୍ୟ ଅନେକ ଭାରି ଯାନବାହାନ ଯିବା ଆସିବା କରୁଛି। ପିଚୁରେ ନିର୍ମାଣ ହୋଇଥିବା ରାସ୍ତା ମଧ୍ୟ ଏପରି ଭାବରେ ଫାଟ ସୃଷ୍ଟି ହୋଇଛି ଯେ ଗମନା ଗମନ କ୍ଷେତ୍ରରେ କେତେବେଳେ କଣ ହୋଇଯିବ ତାହା କହି ହେବ ନାହିଁ। ଯଦି ଏହି ପୋଲ ବର୍ଷର ପ୍ରଥମ ବର୍ଷାରେ ଏପରି ଅବସ୍ଥା ହୋଇଛି , ତାହେଲେ ତେଲ ନଦୀରେ ବନ୍ୟା ହେଲେ ରାସ୍ତାର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ ସୃଷ୍ଟି କରୁଛି। ଏଥିରେ ଦୁର୍ନୀତି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ , ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ କରାଇବାରେ ଆବଶ୍ୟକ ରହିଛି ବୋଲି ଦାବି ହେଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସର ‘ଅପରେସନ ସାଇବର କବଚ’: ୩୭,୦୯୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ

28 Jul 2021 By The Sakala

ବ୍ରିଜ୍‍ ଓ ରାସ୍ତା ନିର୍ମାଣରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା, ହେଲେ କାମ ହେଉଛି ନିମ୍ନମାନର: ତରଭା – କଣ୍ଟାମାଳ ବ୍ରିଜ୍‍ ଆପ୍ରୋଚ୍‍ ରୋଡରେ ଫାଟ, ନିର୍ମାଣରେ ତ୍ରୁଟି ଓ ଅନିୟମିତତା ଅଭିଯୋଗ

ତରଭା: ତରଭା-କଣ୍ଟାମାଳ ବ୍ରିଜ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। କାମ ସମ୍ପୂର୍ଣ୍ଣ ହେବା ପରେ ଏହି ପୋଲ କ ସଂଯୋଗ କରିବା ପାଇଁ ତିନି ଗୋଟି ଛୋଟ ପୋଲ ରହିଛି। ପୋଲର ଉଭୟ ପାଶ୍ୱରେ ଦିଆଯାଇଥିବା ମାଟି ବର୍ଷା ଜଳରେ ଧୋଇ ହୋଇଯାଇଛି। ନିମ୍ନମାନର କାମ ହୋଇଥିବାରୁ ତାହା ପୋଲ କୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଫାଟ ସୃଷ୍ଟି ହୋଇଛି। ତରଭା-କଣ୍ଟାମାଳକୁ ସଂଯୋଗ କରିବା ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ତେଲ ନଦୀ ଉପରେ ଏକ ବିରାଟ ପୋଲ ନିର୍ମାଣ କରାଯାଛି। ହେଲେ ଅଳ୍ପ ବର୍ଷା ହେବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଦିଆଯାଇଥିବା ପାଚେରିରୁ ପଥର ଖସି ଚାଷ ଜମି ମାନଙ୍କରେ ସବୁ ପୋତି ହୋଇଯାଇଛି। ନିମ୍ନମାନର କାମ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ଗୁଡିକର ଫାଟକୁ ଲୁଚାଇବାକୁ ନେଇ ଅନେକ ସ୍ଥାନରେ ମାଟି ଓ କ୍ରସର ଗୁଣ୍ଡ ପକାଉ ଥିବାର ଲକ୍ଷ୍ୟ ରହିଛି। ଏପରି ଅବସ୍ଥା ହୋଇ ମଧ୍ୟ ଅନେକ ଭାରି ଯାନବାହାନ ଯିବା ଆସିବା କରୁଛି। ପିଚୁରେ ନିର୍ମାଣ ହୋଇଥିବା ରାସ୍ତା ମଧ୍ୟ ଏପରି ଭାବରେ ଫାଟ ସୃଷ୍ଟି ହୋଇଛି ଯେ ଗମନା ଗମନ କ୍ଷେତ୍ରରେ କେତେବେଳେ କଣ ହୋଇଯିବ ତାହା କହି ହେବ ନାହିଁ। ଯଦି ଏହି ପୋଲ ବର୍ଷର ପ୍ରଥମ ବର୍ଷାରେ ଏପରି ଅବସ୍ଥା ହୋଇଛି , ତାହେଲେ ତେଲ ନଦୀରେ ବନ୍ୟା ହେଲେ ରାସ୍ତାର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ ସୃଷ୍ଟି କରୁଛି। ଏଥିରେ ଦୁର୍ନୀତି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ , ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ କରାଇବାରେ ଆବଶ୍ୟକ ରହିଛି ବୋଲି ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର