କୋଭିଡ୍ ଟିକା ନେବା ପରେ ଡାକ୍ତରଙ୍କୁ କରୋନା : ଆଇଜିଏଚରେ ପଜିଟିଭ୍, ଆରଏମଆରସିରେ ନେଗେଟିଭ୍

The Sakala Picture
Published On

ରାଉରକେଲା : ଦୁଇ ଦୁଇଥର ଟିକା ନେଇସାରିଥିବା ରାଉରକେଲାର ଜଣେ ବରିଷ୍ଠ ଡାକ୍ତରଙ୍କ ଆଇଜିଏଚରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଆରଏମଆରସିରୁ ଆରଟି ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।  ରାଉରକେଲା ଆଇଜିଏଚରେ ପଜିଟିଭ୍ , ଭୁବନେଶ୍ୱର ଆରଏମଆରସିରେ ନେଗେଟିଭ୍ । ରାଉରକେଲାର ଅବସରପ୍ରାପ୍ତ ଡାକ୍ତର ଏସ୍ ସୁଲେମାନଙ୍କ କୋଭିଡ ରିପୋର୍ଟ ଏବେ ନେଗେଟିଭ ଆସିଛି । ପୂର୍ବରୁ ଆଇଜିଏଚରେ ଡାକ୍ତର ସୁଲେମାନଙ୍କ ହୋଇଥିବା କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା […]

ରାଉରକେଲା : ଦୁଇ ଦୁଇଥର ଟିକା ନେଇସାରିଥିବା ରାଉରକେଲାର ଜଣେ ବରିଷ୍ଠ ଡାକ୍ତରଙ୍କ ଆଇଜିଏଚରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଆରଏମଆରସିରୁ ଆରଟି ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।  ରାଉରକେଲା ଆଇଜିଏଚରେ ପଜିଟିଭ୍ , ଭୁବନେଶ୍ୱର ଆରଏମଆରସିରେ ନେଗେଟିଭ୍ । ରାଉରକେଲାର ଅବସରପ୍ରାପ୍ତ ଡାକ୍ତର ଏସ୍ ସୁଲେମାନଙ୍କ କୋଭିଡ ରିପୋର୍ଟ ଏବେ ନେଗେଟିଭ ଆସିଛି । ପୂର୍ବରୁ ଆଇଜିଏଚରେ ଡାକ୍ତର ସୁଲେମାନଙ୍କ ହୋଇଥିବା କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଗତ ଜାନୁଆରି ୧୬ ତାରିଖରେ ପ୍ରଥମ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏହି କ୍ରମରେ  ଡାକ୍ତର ଏସ୍ ସୁଲେମାନ ଜାନୁଆରି ୧୬ରେ ପ୍ରଥମ ଡୋଜ୍ ଓ ଫେବ୍ରୁଆରି ୧୫ ତାରିଖରେ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଟିକା ନେବାର ବେଶ୍ କିଛି ଦିନ ଯାଏଁ ସବୁ ଠିକଠାକ୍ ଚାଲିଥିଲା। ମାତ୍ର ମାର୍ଚ୍ଚ ପହିଲାରେ ସେ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। କାଶ ଓ କଫ ଆଦି କୋଭିଡ୍ ଲକ୍ଷଣ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ତେବେ ଆଣ୍ଟିଜେନରେ କୋଭିଡ୍ ଟେଷ୍ଟ୍ କରିବାରୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ମାତ୍ର ଲକ୍ଷଣ ଦୂର ନ ହେବାରୁ ଗତ ୪ ତାରିଖରେ ଆର୍ଟିପିସିଆର୍ ଟେଷ୍ଟ୍ ହୋଇଥିଲା। ଏଥର କିନ୍ତୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଦ୍ବିତୀୟ ଡୋଜ୍ ଟିକା ନେବାପରେ ମଧ୍ୟ ଆକ୍ରାନ୍ତ ହେବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଦେଇଥିଲା। ତେବେ ପୁନର୍ବାର ପରୀକ୍ଷା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଥିଲା। ତାଙ୍କଠାରୁ ପୁଣିଥରେ ସ୍ବାବ୍ ଓ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ବର ଆସିଏମ୍ଆର୍କୁ ପଠାଯାଇଥିଲା। ଆସିଏମ୍ଆର୍ର ଆରଟି ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର