ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

The Sakala Picture
Published On

ସାନଖେମୁଣ୍ଡି: ୩୨୬ନଂ ଜାତୀୟ ରାଜପଥର ଆସିକା-ଦିଗପହଣ୍ଡି ମୁଖ୍ୟରାସ୍ତା ପାଟପୁର ଥାନା ଶ୍ରୀଚନ୍ଦନପୁର ଗ୍ରାମ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଟପୁର ଥାନା ପି.ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ବାଇଁ (୬୫), ଆହତ ଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗ୍ରାମର ଦିବ୍ୟlଙ୍ଗ କୋରା ପାତ୍ର (୩୮) । ସୂଚନା ମୁତାବକ ଦିବ୍ୟlଙ୍ଗ କୋରା ପାତ୍ର ନିଜର ଟ୍ରାଇ ସାଇକେଲରୁ ଓହ୍ଲାଇ […]

ସାନଖେମୁଣ୍ଡି: ୩୨୬ନଂ ଜାତୀୟ ରାଜପଥର ଆସିକା-ଦିଗପହଣ୍ଡି ମୁଖ୍ୟରାସ୍ତା ପାଟପୁର ଥାନା ଶ୍ରୀଚନ୍ଦନପୁର ଗ୍ରାମ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଟପୁର ଥାନା ପି.ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ବାଇଁ (୬୫), ଆହତ ଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗ୍ରାମର ଦିବ୍ୟlଙ୍ଗ କୋରା ପାତ୍ର (୩୮) ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ସୂଚନା ମୁତାବକ ଦିବ୍ୟlଙ୍ଗ କୋରା ପାତ୍ର ନିଜର ଟ୍ରାଇ ସାଇକେଲରୁ ଓହ୍ଲାଇ ନଳକୂପକୁ ଗାଧୋଇବା ପାଇଁ ଯାଉଥିବା ବେଳେ ଶେରଗଡ଼ରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଏକ ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣାରେ କୋରା ପାତ୍ର ଗୁରୁତର ଆହତ ହୋଇଥିଲେ । ପରେ ଶ୍ରୀଚନ୍ଦନପୁର ଶିବ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ଡାକ୍ତରଙ୍କୁ ଧକ୍କା ଦେଇ ଚାଲିଯାଇଥିଲା, ଘଟଣା ସ୍ଥଳରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଆହତକୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ମୃତକ ଡାକ୍ତରଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ଆସିକା-ଦିଗପହଣ୍ଡି ମୂଖ୍ୟ ରାସ୍ତାରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୂଝା କରିବା ପରେ ରାସ୍ତାରୋକ ହଟିଥିଲା । ପରେ ପାଟପୁର ପୋଲିସ ଏକ ମାମଲା ରୁଜ୍ଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

18 Nov 2023 By The Sakala

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ସାନଖେମୁଣ୍ଡି: ୩୨୬ନଂ ଜାତୀୟ ରାଜପଥର ଆସିକା-ଦିଗପହଣ୍ଡି ମୁଖ୍ୟରାସ୍ତା ପାଟପୁର ଥାନା ଶ୍ରୀଚନ୍ଦନପୁର ଗ୍ରାମ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଟପୁର ଥାନା ପି.ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ବାଇଁ (୬୫), ଆହତ ଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗ୍ରାମର ଦିବ୍ୟlଙ୍ଗ କୋରା ପାତ୍ର (୩୮) ।

ସୂଚନା ମୁତାବକ ଦିବ୍ୟlଙ୍ଗ କୋରା ପାତ୍ର ନିଜର ଟ୍ରାଇ ସାଇକେଲରୁ ଓହ୍ଲାଇ ନଳକୂପକୁ ଗାଧୋଇବା ପାଇଁ ଯାଉଥିବା ବେଳେ ଶେରଗଡ଼ରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଏକ ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣାରେ କୋରା ପାତ୍ର ଗୁରୁତର ଆହତ ହୋଇଥିଲେ । ପରେ ଶ୍ରୀଚନ୍ଦନପୁର ଶିବ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ଡାକ୍ତରଙ୍କୁ ଧକ୍କା ଦେଇ ଚାଲିଯାଇଥିଲା, ଘଟଣା ସ୍ଥଳରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଆହତକୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ମୃତକ ଡାକ୍ତରଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ଆସିକା-ଦିଗପହଣ୍ଡି ମୂଖ୍ୟ ରାସ୍ତାରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୂଝା କରିବା ପରେ ରାସ୍ତାରୋକ ହଟିଥିଲା । ପରେ ପାଟପୁର ପୋଲିସ ଏକ ମାମଲା ରୁଜ୍ଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର