ମନୋରଞ୍ଜନ
ହସ୍ପିଟାଲରୁ ସୁସ୍ଥ ହୋଇ ବୋଲେରୋରେ ଫେରୁଥିଲେ ମହିଳା, ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇ ଚାଲିଗଲା ଜୀବନ
ବ୍ରହ୍ମପୁର: ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିବା ବେଳେ ସଡକ ଦୁର୍ଘଟଣାରେ ମୃତ୍ୟୁ । ହସ୍ପିଟାଲରୁ ସୁସ୍ଥ ହୋଇ ବୋଲେରୋରେ ଫେରୁଥିଲେ, ଆମ୍ବୁଲାନ୍ସ ସହ ହେଲା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କପାମଣ୍ଡି ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଚାରିଝୋଡି ଗାଁର ଆଶାକର୍ମୀ ଲଳିତା ନାଇକ । ତାଙ୍କ ଦେହ ଖରାପ ଥିବାରୁ କଟକ ମେଡିକାଲ ଯାଇଥିଲେ । ସୁସ୍ଥ ହୋଇ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣାରେ ମୃତ ମହିଳାଙ୍କ ଭଉଣୀ ଓ ଭଣଜା ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।





