ଦ୍ୱିତୀୟ ଲହର ସବୁବେଳେ ତୀବ୍ର; ସଚେତନ ଓ ସତର୍କ ରହିବା ନିହାତି ଆବଶ୍ୟକ- ଆରଏମଆରସି ନିର୍ଦେଶିକା

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର କାରଣ ଲୋକଙ୍କ ମଧ୍ୟରେ ସଂଯମତା ଏବଂ ସତର୍କତାରେ ଅବହେଳା  ବୋଲି  ଆରଏମଆରସି ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି। ସଂଘମିତ୍ରାଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ଲହର ସବୁବେଳେ ତୀବ୍ର ରହିଥାଏ। ତେଣୁ ସମସ୍ତେ ଅଧିକ ସଚେତନ, ସତର୍କ ରହିବା ନିହାତି ଆବଶ୍ୟକ। ଏଥିସହ ଯଦି କାହା ପାଖରେ କୋଭିଡର ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ତୁରନ୍ତ […]

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର କାରଣ ଲୋକଙ୍କ ମଧ୍ୟରେ ସଂଯମତା ଏବଂ ସତର୍କତାରେ ଅବହେଳା  ବୋଲି  ଆରଏମଆରସି ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ

ସଂଘମିତ୍ରାଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ଲହର ସବୁବେଳେ ତୀବ୍ର ରହିଥାଏ। ତେଣୁ ସମସ୍ତେ ଅଧିକ ସଚେତନ, ସତର୍କ ରହିବା ନିହାତି ଆବଶ୍ୟକ। ଏଥିସହ ଯଦି କାହା ପାଖରେ କୋଭିଡର ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ତୁରନ୍ତ ଯାଇ ପରୀକ୍ଷା କରାଇନେବା ଉଚିତ୍ । ତତ୍ ସହିତ ଯଦି ଜଣେ ବ୍ୟକ୍ତି ଟିକା ନେଇ ମଧ୍ୟ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସୁଛି, ତେବେ ସେ ମଧ୍ୟ ନିଜକୁ ସଙ୍ଗରୋଧରେ ରଖିବା ସହିତ ଆବଶ୍ୟକ ସ୍ଥଳେ ଟେଷ୍ଟ କରାଇନେବାକୁ ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମାଈ ହାତୀର ମୃତଦେହ ଠାବ: ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

ଅନ୍ୟପଟେ ଜଣେ ବ୍ୟକ୍ତି ନିଜର ସାମ୍ପୁଲ ପରୀକ୍ଷା ପାଇଁ ଦେଇଥିଲେ, ରିପୋର୍ଟ ଆସିବା ଯାଏଁ ନିଜକୁ ସଙ୍ଗରୋଧରେ ରଖନ୍ତୁ । କୋଭିଡର ସମସ୍ତ ନିୟମ ପାଳନ କରିବା ସହିତ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ଡାକ୍ତର ସଂଘମିତ୍ରା ପତି ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଲଗାଣ ବର୍ଷା: ଫୁଲୁଛି ବୈତରଣୀ ଓ ବ୍ରାହ୍ମଣୀ ନଦୀ, ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନଜର

ଏହାସହ ଗୋଟିଏ ପରିବାରର ସମସ୍ତେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ସେମାନେ ସମସ୍ତେ ସାଙ୍ଗ ହୋଇ ରହିପାରିବେ । ହେଲେ ଏହି ସମୟରେ ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଯଦି ନେଗେଟିଭ୍ ରିପୋର୍ଟ ମିଳିବା ପରେ ବି ଆପଣଙ୍କ ପାଖରେ କୋଭିଡର ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ଡାକ୍ତରଙ୍କ ପରାମର୍ଶ ସହିତ ତୁରନ୍ତ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

28 Apr 2021 By The Sakala

ଦ୍ୱିତୀୟ ଲହର ସବୁବେଳେ ତୀବ୍ର; ସଚେତନ ଓ ସତର୍କ ରହିବା ନିହାତି ଆବଶ୍ୟକ- ଆରଏମଆରସି ନିର୍ଦେଶିକା

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର କାରଣ ଲୋକଙ୍କ ମଧ୍ୟରେ ସଂଯମତା ଏବଂ ସତର୍କତାରେ ଅବହେଳା  ବୋଲି  ଆରଏମଆରସି ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି।

ସଂଘମିତ୍ରାଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ଲହର ସବୁବେଳେ ତୀବ୍ର ରହିଥାଏ। ତେଣୁ ସମସ୍ତେ ଅଧିକ ସଚେତନ, ସତର୍କ ରହିବା ନିହାତି ଆବଶ୍ୟକ। ଏଥିସହ ଯଦି କାହା ପାଖରେ କୋଭିଡର ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ତୁରନ୍ତ ଯାଇ ପରୀକ୍ଷା କରାଇନେବା ଉଚିତ୍ । ତତ୍ ସହିତ ଯଦି ଜଣେ ବ୍ୟକ୍ତି ଟିକା ନେଇ ମଧ୍ୟ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସୁଛି, ତେବେ ସେ ମଧ୍ୟ ନିଜକୁ ସଙ୍ଗରୋଧରେ ରଖିବା ସହିତ ଆବଶ୍ୟକ ସ୍ଥଳେ ଟେଷ୍ଟ କରାଇନେବାକୁ ସେ କହିଛନ୍ତି ।

ଅନ୍ୟପଟେ ଜଣେ ବ୍ୟକ୍ତି ନିଜର ସାମ୍ପୁଲ ପରୀକ୍ଷା ପାଇଁ ଦେଇଥିଲେ, ରିପୋର୍ଟ ଆସିବା ଯାଏଁ ନିଜକୁ ସଙ୍ଗରୋଧରେ ରଖନ୍ତୁ । କୋଭିଡର ସମସ୍ତ ନିୟମ ପାଳନ କରିବା ସହିତ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ଡାକ୍ତର ସଂଘମିତ୍ରା ପତି ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଗୋଟିଏ ପରିବାରର ସମସ୍ତେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ସେମାନେ ସମସ୍ତେ ସାଙ୍ଗ ହୋଇ ରହିପାରିବେ । ହେଲେ ଏହି ସମୟରେ ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଯଦି ନେଗେଟିଭ୍ ରିପୋର୍ଟ ମିଳିବା ପରେ ବି ଆପଣଙ୍କ ପାଖରେ କୋଭିଡର ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ଡାକ୍ତରଙ୍କ ପରାମର୍ଶ ସହିତ ତୁରନ୍ତ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର