ସୁରକ୍ଷାକର୍ମୀଙ୍କ ଗତିବିଧି ପ୍ରସାରଣ ଉପରେ ଲାଗିଲା କଟକଣା…
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନାର ବଡ଼ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାରି ମଧ୍ୟରେ ମିଡିଆ ପ୍ରସାରଣ ଉପରେ କଟକଣା ଲଗାଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ସମସ୍ତ ମିଆ ପ୍ଲାଟଫର୍ମ, ଏଜେନ୍ସୀ ଏବଂ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା […]
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନାର ବଡ଼ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାରି ମଧ୍ୟରେ ମିଡିଆ ପ୍ରସାରଣ ଉପରେ କଟକଣା ଲଗାଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ସମସ୍ତ ମିଆ ପ୍ଲାଟଫର୍ମ, ଏଜେନ୍ସୀ ଏବଂ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ପରାମର୍ଶ ଜାରି କରାଯାଇଛି।
ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେତନଟୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ
ଜାରି ହୋଇଥିବା ଆଡଭାଇଜରି ମୁତାବକ, ପ୍ରତିରକ୍ଷା ସଂପର୍କିତ ଖବର ପ୍ରସାରଣ କରିବାକୁ ବାରଣ କରାଯାଇଛି । ସେନାବାହିନୀ ତଥା ସୁରକ୍ଷା କର୍ମୀଙ୍କ ଗତିବିଧି ପ୍ରସାରଣକୁ ମନା କରାଯାଇଛି । ସମ୍ବେଦନଶୀଳ ଖବର ପ୍ରସାରଣକୁ ବାରଣ କରାଯାଇଛି । ଜାତୀୟ ସ୍ବାର୍ଥକୁ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ






