ଇତିହାସ କହେ ବିଷମକଟକ ରାଜବାଟୀ
ରାୟଗଡ଼ା/ବିଷମକଟକ(ଶିବ ନାରାୟଣ ଗୌଡ଼/ଜି.ଶ୍ରୀନିବାସ): କିମ୍ୱଦନ୍ତୀ କହେ ଏହି ରାଜବାଟ ପରିସରରେ ଚାଲୁଥିବା ବ୍ଲକ କାର୍ଯ୍ୟାଳୟର କିଛି କକ୍ଷକୁ ଯାଇ ଫାଇଲ, କାଗଜପତ୍ର ଆଣିବାକୁ ହେଲେ କର୍ମଚାରୀଙ୍କୁ ନିଜର ଗୋଟିଏ ଟୋପା ରକ୍ତ ତଳେ ପକାଇବାକୁ ପଡୁଥିଲା। ଯଦ୍ୱାରା ସେମାନଙ୍କ କୌଣସି ପ୍ରକାର କ୍ଷତି ହେଉ ନ ଥିଲା। ଆଉ ଏମିତି ନ କରିବା ଦ୍ୱାରା ପ୍ରତିବର୍ଷ କାହାର ହେଲେ ମଧ୍ୟ ମୃତ୍ୟୁ ସୁନିଶ୍ଚିତ ହେଉଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ବ୍ଲକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା ବୋଲି […]
ରାୟଗଡ଼ା/ବିଷମକଟକ(ଶିବ ନାରାୟଣ ଗୌଡ଼/ଜି.ଶ୍ରୀନିବାସ): କିମ୍ୱଦନ୍ତୀ କହେ ଏହି ରାଜବାଟ ପରିସରରେ ଚାଲୁଥିବା ବ୍ଲକ କାର୍ଯ୍ୟାଳୟର କିଛି କକ୍ଷକୁ ଯାଇ ଫାଇଲ, କାଗଜପତ୍ର ଆଣିବାକୁ ହେଲେ କର୍ମଚାରୀଙ୍କୁ ନିଜର ଗୋଟିଏ ଟୋପା ରକ୍ତ ତଳେ ପକାଇବାକୁ ପଡୁଥିଲା। ଯଦ୍ୱାରା ସେମାନଙ୍କ କୌଣସି ପ୍ରକାର କ୍ଷତି ହେଉ ନ ଥିଲା। ଆଉ ଏମିତି ନ କରିବା ଦ୍ୱାରା ପ୍ରତିବର୍ଷ କାହାର ହେଲେ ମଧ୍ୟ ମୃତ୍ୟୁ ସୁନିଶ୍ଚିତ ହେଉଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ବ୍ଲକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା ବୋଲି କିମ୍ୱଦନ୍ତୀ ରହିଛି।
ରାୟଗଡ଼ା ଜିଲ୍ଳାରେ ପ୍ରାଚୀନ ଯୁଗର ଅନେକ କୀର୍ତ୍ତିରାଜ ଓ ଐତିହ୍ୟଗୁଡିକ ଦେଖିବାକୁ ମିଳୁଥିବା ବେଳେ ବିଷମକଟକ ଠାରେ ଥିବା ରାଜା ଶାସନ କାଳର ରାଜବାଟୀ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବହୁ ପ୍ରାଚୀନ ସମୟରୁ ରାୟଗଡ଼ା ଜିଲ୍ଳାର ବିଷମକଟକ ଏକ ଐତିହାସିକ ନଗରୀ ଭାବେ ପରିଚିତ ହୋଇରହିଛି। ବହୁ ରାଜା ମହାରାଜା ଏହି ଅଞ୍ଚଳକୁ ଶାସନ କରିଥିଲେ। ବର୍ତ୍ତମାନ ବିଷମକଟକ ଠାରେ ମିଳିଥିବା ଶିଳାଟି ବହୁ ପୁରାତନ। ଏଥିରୁ ଅନୁମେୟ ହେଉଛି ଯେ, ନବମ ଓ ଦଶମ ଶତାଦ୍ଦୀ ବେଳେ ବିଷମକଟକ ଏକ ସମୃଦ୍ଧ ଅଞ୍ଚଳ ରହିଥିଲା।
କିମ୍ୱଦନ୍ତୀ କହେ ଦ୍ୱାଦଶ ଶତାଦ୍ଦୀର ଶେଷ ଭାଗରେ ଏଠାରେ ଦାଦାର୍ଣ୍ଣବ ଦେବ ନାମରେ ଜଣେ ଦକ୍ଷ ଗଙ୍ଗବଂଶୀ ନରପତି ଶାସନ କରୁଥିଲେ। ତାଙ୍କ ପରେ କୀର୍ତ୍ତିରାଜ କାଳରୁ ଆହୁରି କେତେଜଣ ରାଜା ଶାସନ କରିଛନ୍ତି। ଶେଡଗଙ୍ଗ ଦେବଙ୍କ ଭାଇ ଓ ପେମଦି ଦେବଙ୍କ ଅଧୀନରେ ବିଷମକଟକ ଦୀର୍ଘ କାଳ ଶାସିତ ହୋଇଥିଲା। ଯେଉଁ ସମୟରେ ସୂର୍ଯ୍ୟବଂଶୀ ରାଜାମାନଙ୍କ ଅଧୀନରେ ବିଷମକଟକ ଅଞ୍ଚଳ ରହିଥିଲା ସେତେବେଳେ ଜଣେ ପାତ୍ରଙ୍କୁ ଏହି ଅଞ୍ଚଳ ଶାସନ ପରିଚାଳନା ଦାୟିତ୍ୱ ଦେଇଥିଲେ। ସପ୍ତଦଶୀ ଶତାଦ୍ଦୀରେ ଶେଷ ଭାଗରେ ଜୟପୁର ମହାରାଜା ରଘୁନାଥ କୃଷ୍ଣଦେବ ପାତ୍ରଙ୍କୁ ଥାଟରାଜା ଉପାଧୀ ଦେଇଥିଲେ। ଯାହାକି ଏମାନେ ଆଠ ପୁୁରୁଷ ଧରି ବିଷମକଟକରେ ଶାସନ ଭାର ଗ୍ରହଣ କରିଥିଲେ। ଏହି ଥାଟରାଜା ମାନେ ଥିଲେ କୃଷ୍ଣଚନ୍ଦ୍ର ଥାଟରାଜା, ପିତାମ୍ୱର ଥାଟରାଜା, ସେମାନାଥ, ରାମଚନ୍ଦ୍ର, କୃଷ୍ଣନରେନ୍ଦ୍ର, ଶ୍ରୀରାମ ନରେନ୍ଦ୍ର ଭଳି ଏହି ବଂଶର ଥାଟରାଜାମାନେ ଶାସନ କରିଆସୁଥିବା କିମ୍ୱଦନ୍ତୀ କହୁଛି।
୧୭୦୩ ଖ୍ରୀଷ୍ଟାଦ୍ଦରେ ବିଷମକଟକ ରାଜବାଟୀ ନିର୍ମାଣ କରାଯାଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ଜୟପୁର ଅଧିକାର କରି ନେବା ପରେ ଅବିଭକ୍ତ କୋରାପୁଟ ସେମାନଙ୍କ ଅଧିନକୁ ଚାଲି ଯାଇଥିଲା। ଇଂରାଜୀ ଅଧୀନରେ ଜୟପୁର ରାଜା ସ୍ୱତନ୍ତ୍ର ଭାବେ ଶାସନ କରିଥିଲେ। ବିଷମକଟକ ଥାଟରାଜା ନରେନ୍ଦ୍ର ଅସୁସ୍ଥତା ଥିବା ଯୋଗୁଁ ପାରିକୁଦ ରାଜ ପରିବାରରୁ ଗୋବିନ୍ଦ ଚନ୍ଦ୍ରଙ୍କୁ ଆଣି ପୋଷ୍ୟପୁତ୍ର କରିଥିଲେ। ଗୋବିନ୍ଦ ଚନ୍ଦ୍ର ନାବାଳକ ଥିବା ହେତୁ କୋର୍ଟ ଅଫ୍ ୱାର୍ଡ ଅଧୀନରେ ବିଷମକଟକ ଶାସିତ ହେଲା। ପରବର୍ତ୍ତୀ କାଳରେ ଜୟପୁର ମହାରାଜା ଓ ଇଂରେଜମାନେ ବିଷମକଟକ ଥାଟରାଜାଙ୍କ ଜରିଆରେ ବୁଝାମଣାରେ ବିଷମକଟକ ଅଞ୍ଚଳକୁ ଜୟପୁର ମହାରାଜା ଛାଡି ଦେଇ ଚାଲିଯାଇଥିଲେ। ୧୯୫୨ରେ ଜମିଦାରୀ ଉଚ୍ଛେଦ ପରେ ଧୀରେ ଧୀରେ ରାଜତନ୍ତ୍ର ଲୋପ ପାଇଥିବା ବେଳେ ରାଜ ପ୍ରସାଦ ତଥା ରାଜବାଟୀଗୁଡିକ ରାଜାଙ୍କ ଅଧୀନରେ ହିଁ ରହୁଥିଲା। ବ୍ରିଟିଶ କାଳରୁ ବିଷମକଟକର ରାଜବାଟୀରେ ବ୍ଲକ କାର୍ଯ୍ୟାଳୟ କାର୍ଯ୍ୟ କରି ଆସିଥିଲା। କିମ୍ୱଦନ୍ତୀ କହେ ଏହି ବ୍ଲକ କାର୍ଯ୍ୟାଳୟର କିଛି କକ୍ଷକୁ ଯାଇ ଫାଇଲ, କାଗଜପତ୍ର ଆଣିବାକୁ ହେଲେ କର୍ମଚାରୀଙ୍କୁ ନିଜର ଗୋଟିଏ ଟୋପା ରକ୍ତ ତଳେ ପକାଇବାକୁ ପଡୁଥିଲା। ଯଦ୍ୱାରା ସେମାନଙ୍କ କୌଣସି ପ୍ରକାର କ୍ଷତି ହେଉ ନ ଥିଲା। ଆଉ ଏମିତି ନ କରିବା ଦ୍ୱାରା ପ୍ରତିବର୍ଷ କାହାର ହେଲେ ମଧ୍ୟ ମୃତ୍ୟୁ ସୁନିଶ୍ଚିତ ହେଉଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ବ୍ଲକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା ବୋଲି କିମ୍ୱଦନ୍ତୀ ରହିଛି।
ଏହି ରାଜବାଟୀ ତଥା ଦୁର୍ଗରେ ଏବେ ବି ରାଜାଙ୍କ ପୂଜା ଘରର ଏକ କବାଟ ଦଣ୍ଡାୟମାନ ହୋଇ ରହିଥିବା ଦେଖିବାକୁ ମିଳୁଛି। ରାଜାରାଜୁଡା ସମୟର ଏହି କବାଟ ଏବେ ବି ଦେଖିବାକୁ ନୂତନ ଭଳି ଦେଖାଯାଉଥିବା ବେଳେ ଏଥିରେ ବିଷ୍ଣୁଙ୍କ ଦଶାବତାରର ଖୋଦିତ ସୁନ୍ଦର କଳାକୃତି ରହିଛି। ବର୍ତ୍ତମାନ ରାଜବାଟୀଟି ଅସୁରକ୍ଷିତ ହୋଇ ରହିଥିବା ବେଳେ ଏହାର ରକ୍ଷାଣବେକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବିଷମକଟକକୁ ପ୍ରାଚୀନ କାଳ ସହ ଯୋଡି ରଖିବାରେ ମାଧ୍ୟମ ସାଜିଥିବା ଏହି ରାଜବାଟୀ ଭଳି ଐତିହ୍ୟକୁ ସଂରକ୍ଷଣ କରି ରଖିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଳା ପ୍ରଶାସନ ପାଖେ ଦୀର୍ଘ ଦିନ ହେଲା ଦାବି ଉଠି ଆସୁଛି। ତେବେ ଜିଲ୍ଳା ସଂସ୍କୃତି ବିଭାଗ ପକ୍ଷରୁ ରାଜବାଟୀରେ ଇତିହାସ ବର୍ଣ୍ଣନା କରୁଥିବା ଦଶାବତାର କବାଟର ସଂରକ୍ଷଣ ସହ ରାଜବାଟୀର ରକ୍ଷାଣବେକ୍ଷଣ ପାଇଁ ଜିଲ୍ଳାପାଳଙ୍କ ଦୃଷ୍ଟି ଆର୍କଷଣ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରୀ ପ୍ରକାଶ କରିଛନ୍ତି।