ପାଠ ଲାଗି ବାଜିରେ ଜୀବନ

The Sakala Picture
Published On

ରାୟଗଡ଼ା: ଭୌଗୋଳିକ ପ୍ରତିବନ୍ଧକ ସତ୍ତ୍ୱେ ଛାତ୍ରଛାତ୍ରୀମାନେ ନଦୀ ପାରହୋଇ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି। ପାଠପଢ଼ି ଚାକିରି କରି ପରିବାର ପ୍ରତିପୋଷଣ କରିବାର ଇଚ୍ଚାଶକ୍ତି ଆଗରେ ନାଗାବଳୀ ନଦୀର ପ୍ରଖର ଶ୍ରୋତ ବି ହାର ମାନିଛି । ପଡ଼ୋଶୀ ଆନ୍ଧ୍ରକୁ ଲାଗିଥିବା ସୀମାନ୍ତ କେରେଡ଼ା ପଞ୍ଚାୟତରେ ପ୍ରବାହିତ ଏହି ନାଗାବଳୀ ନଦୀ ଆରପାରିରେ ଥିବା ତିନି ଖଣ୍ଡ ଗ୍ରାମ ବୌର ହାଲୁଆ, ଆମ୍ପଲବଲ୍ସା ଓ ଅଣିଜା ଗ୍ରାମରେ ପିଲାମାନଙ୍କ ପାଠପଢା ସକାଶେ ହାଇସ୍କୁଲ ନାହିଁ । କେବଳ […]

ରାୟଗଡ଼ା: ଭୌଗୋଳିକ ପ୍ରତିବନ୍ଧକ ସତ୍ତ୍ୱେ ଛାତ୍ରଛାତ୍ରୀମାନେ ନଦୀ ପାରହୋଇ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି। ପାଠପଢ଼ି ଚାକିରି କରି ପରିବାର ପ୍ରତିପୋଷଣ କରିବାର ଇଚ୍ଚାଶକ୍ତି ଆଗରେ ନାଗାବଳୀ ନଦୀର ପ୍ରଖର ଶ୍ରୋତ ବି ହାର ମାନିଛି । ପଡ଼ୋଶୀ ଆନ୍ଧ୍ରକୁ ଲାଗିଥିବା ସୀମାନ୍ତ କେରେଡ଼ା ପଞ୍ଚାୟତରେ ପ୍ରବାହିତ ଏହି ନାଗାବଳୀ ନଦୀ ଆରପାରିରେ ଥିବା ତିନି ଖଣ୍ଡ ଗ୍ରାମ ବୌର ହାଲୁଆ, ଆମ୍ପଲବଲ୍ସା ଓ ଅଣିଜା ଗ୍ରାମରେ ପିଲାମାନଙ୍କ ପାଠପଢା ସକାଶେ ହାଇସ୍କୁଲ ନାହିଁ । କେବଳ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠପଢ଼ା ନିମନ୍ତେ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଆଶ୍ରମ ବିଦ୍ୟାଳୟଟିଏ ଅଛି। ଫଳରେ ଷଷ୍ଠଠାରୁ ଉଚ୍ଚଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀ କଷ୍ଟ ଭୋଗୁଥିବା ବେଳେ ଆଉ କେତେଜଣ ତେଲୁଗୁ ଭାଷା ପଢ଼ିବା ପାଇଁ ଆନ୍ଧ୍ର ପ୍ରଶାସନ ସହାୟତାରେ ହଷ୍ଟେଲରେ ରହୁଛନ୍ତି। କେରେଡ଼ା ପଞ୍ଚାୟତରେ ଦୀର୍ଘ ୩ ବର୍ଷ ହେବ ଏକ ବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଆଜି ପର୍ୟ୍ୟନ୍ତ ତାହା ଶେଷ ହେବାର ନାଁ ନେଉନାହିଁ। ଫଳରେ କେମଳମତି ପିଲାମାନେ ହାଇସ୍କୁଲ ଯିବାକୁ ନଦୀ ପାର ହେବା ସହ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନଦୀ ପାର ହେଉଥିବା ଜଣେ ଛାତ୍ରୀଙ୍କ ମତାମତ ହସ୍ତଗତ ହୋଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରାୟଗଡ଼ା ଜିଲ୍ଲା ସଦର ବ୍ଲକ କେରେଡ଼ା ପଞ୍ଚାୟତ ଅନିଜା ଗ୍ରାମର ସପ୍ତମ ଶ୍ରେଣୀରେ ଅଧ୍ୟନରତ ଛାତ୍ରୀ ଦୀପିକା କାଲାକା କହିଛନ୍ତି ଯେ, ବ୍ରିଜ୍‌ ନ ଥିବାରୁ ଆମକୁ ନଦୀ ପାରହୋଇ ଯିବାକୁ ପଡ଼ୁଛି। ତାଙ୍କର ବାପାଙ୍କ ମୃତ୍ୟୁ ପରେ ଘରେ ବୃଦ୍ଧା ମା’ ଆଉ ଭଉଣୀ ଅଛନ୍ତି । ହଷ୍ଟେଲରେ ରହିବା ପାଇଁ ଅର୍ଥାଭାବରୁ ସେ ମନା କରୁଛନ୍ତି । ନଦୀରେ ବନ୍ୟା ଆସିଲେ ସ୍କୁଲ ଯିବା ସମ୍ଭବ ହୋଇ ନ ଥାଏ। ପୁଣି ବେଳେ ବେଳେ ଠିକ୍ ସମୟରେ ସ୍କୁଲରେ ନ ପହଞ୍ଚିଲେ ଶିକ୍ଷକଙ୍କଠାରୁ ଗାଳିଗୁଲଜ ଶୁଣିବାକୁ ପଡ଼ିଥାଏ। ତେଣୁ ଅନେକ ଥର ଅକୃତ କାର୍ୟ୍ୟ ହେଲେ ମଧ୍ୟ ଏଥର ନିଶ୍ଚିତ କୃତକାର୍ୟ୍ୟ ହୋଇ ହାଇସ୍କୁଲରେ ପାଠ ପଢିବି ବୋଲି ଦୀପିକା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଗାଁ ମୁଣ୍ଡୁରେ ପ୍ରବାହିତ ନାଗାବଳୀ ନଦୀ ବର୍ଷାଦିନେ ବିପଦ ସୃଷ୍ଟିକରୁଛି। ଏହି ନଦୀରେ ବନ୍ୟା ଆସିଲେ କିମ୍ବା ଅନ୍ୟ ସମୟରେ ଜଳସ୍ତର ବୃଦ୍ଧି ପାଇଲେ ସ୍କୁଲଯିବା ବନ୍ଦ ହୋଇଯାଏ । ଆଉ ଏଥିପାଇଁ କେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ କମ୍ ରହିଥାଏ । ଫଳରେ ଉପସ୍ଥାନ କମ ସକାଶେ ଛାତ୍ରୀ ଜଣକ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାରୁ ବଞ୍ଚିତ ହୋଇଥାନ୍ତି । ସବୁଦିନ ନଦୀ ପାରହୋଇ ମନରେ ସାହସ ଧରି ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁ ନିରନ୍ତର ପ୍ରୟାସ କରୁଛନ୍ତି ଦୀପିକା । ପିଲାଟି ଦିନରୁ ବାପାକୁ ହରାଇଥିବା ଏହି ଛାତ୍ରୀ ପରିବାର ବୋଝ ମୁଣ୍ଡାଇଥିବା ବେଳେ ଉଚ୍ଚଶ୍ରେଣୀକୁ ଯିବାର ଜିଦ୍ ଆଉ ପଢ଼ାସାରି ଭଲ ଚାକିରି କରି ସମାଜରେ ଭଲ ମଣିଷ ହେବା ସଙ୍ଗେ ସଙ୍ଗେ ପରିବାର ପ୍ରତିପୋଷଣ ପାଇଁ ଉପାର୍ଜନ କରିବା ନିଶା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି। ତେବେ ସମ୍ପୃକ୍ତ ଛାତ୍ରୀଙ୍କ ପାଠପଢା ଉତ୍ସାହ ଆଗରେ ନାନା ପ୍ରତିବନ୍ଧକ ହାର ମାନିଛି । ଏଭଳି ସ୍ଥିତିରେ ପିଲା ନଦୀ ପାରହୋଇ ହାଇସ୍କୁଲ ଯିବା କେତେଦୂର ସମୀଚିତ, ତାହା ବିଚାରଯୋଗ୍ୟ। ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

29 Dec 2021 By The Sakala

https://www.thesakala.in/latest-odisha-news/rayagada/children-are-crossing-the-river-to-go-to-the-school/article-7970
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର