ଆନ୍ଧ୍ରରେ ପ୍ରେମ ବିବାହକରି ଛାଡ଼ି ଆସିବାରୁ ସ୍ୱାମୀକୁ ପିଟିପିଟି ଥାନାରେ ହାଜର କଲେ ଯୁବତୀ

The Sakala Picture
Published On

କଲ୍ୟାଣସିଂହପୁର: ମହଙ୍ଗା ପଡ଼ିଲା ପ୍ରେମ ବିବାହ ପରେ ପ୍ରତାରଣା । ଯୁବକଙ୍କୁ ରାସ୍ତାରେ ମାଡ଼ ମାରି ଥାନାରେ ହାଜର କଲେ ପତ୍ନୀ । ପ୍ରେମ ବିବାହ କରି ସ୍ତ୍ରୀଙ୍କୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଚାଲି ଆସିଥିଲେ ଯୁବକ । ପତ୍ନୀ ଖୋଜି ଖୋଜି ଆସି ରାୟଗଡ଼ା ଜିଲ୍ଲା ବିଷମକଟକରେ ସ୍ୱାମୀକୁ ଠାବ କରି ପିଟିପିଟି ଥାନାରେ ହାଜର କରିଛନ୍ତି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଙ୍କୁବାଡ଼ି ଗାଁରର ସୁମନ କୁସୁଳିଆ ନାମକ ଯୁବକ ଆନ୍ଧ୍ର ପ୍ରଦେଶର ଭୀମାବରମଠାରେ […]

କଲ୍ୟାଣସିଂହପୁର: ମହଙ୍ଗା ପଡ଼ିଲା ପ୍ରେମ ବିବାହ ପରେ ପ୍ରତାରଣା । ଯୁବକଙ୍କୁ ରାସ୍ତାରେ ମାଡ଼ ମାରି ଥାନାରେ ହାଜର କଲେ ପତ୍ନୀ । ପ୍ରେମ ବିବାହ କରି ସ୍ତ୍ରୀଙ୍କୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଚାଲି ଆସିଥିଲେ ଯୁବକ । ପତ୍ନୀ ଖୋଜି ଖୋଜି ଆସି ରାୟଗଡ଼ା ଜିଲ୍ଲା ବିଷମକଟକରେ ସ୍ୱାମୀକୁ ଠାବ କରି ପିଟିପିଟି ଥାନାରେ ହାଜର କରିଛନ୍ତି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଙ୍କୁବାଡ଼ି ଗାଁରର ସୁମନ କୁସୁଳିଆ ନାମକ ଯୁବକ ଆନ୍ଧ୍ର ପ୍ରଦେଶର ଭୀମାବରମଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ପାଡ଼େରୁ ଗାଁର ୱେଲସୁରୁ କୁମାରୀଙ୍କ ସହ ୩ ବର୍ଷ ପୂର୍ବେ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ସୂଚନା ଅନୁଯାୟୀ, ଗତବର୍ଷ ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ସେମାନେ ବିବାହ କରିଥିଲେ । ତିନି ମାସ ଏକାଠି ରହିବା ପରେ ସୁମନ ସେଠାରେ କୁମାରୀଙ୍କୁ ଛାଡ଼ି ଗାଁକୁ ଚାଲି ଆସିଥିଲେ । ସେଦିନଠାରୁ କୁମାରୀ ସୁମନଙ୍କୁ ଖୋଜି ବୁଲୁଥିଲେ । ସୁମନ ଦିଲ୍ଲୀରେ କାମ କରୁଥିବା କହି ବିଷମକଟକରେ ଅଟୋ ଚଳାଉଥିଲେ । କୁମାରୀ ଏହା ଜାଣି ପାରି ବିଷମକଟକ ଆସି ସୁମନଙ୍କୁ ତାଙ୍କ ସହ ଯିବାକୁ କହିଥିଲେ । ତେବେ ସୁମନ ଅନ୍ୟ ଝିଅକୁ ବାହା ହୋଇସାରିଛି ଯାଇ ପାରିବି ନାହିଁ କହିବା ପରେ ସୁମନକୁ କୁମାରୀ ଧରି ବିଚ୍‌ ବଜାରରେ ପିଟିପିଟି ଥାନାରେ ହାଜର କରିଛନ୍ତି । ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

12 Sep 2021 By The Sakala

ଆନ୍ଧ୍ରରେ ପ୍ରେମ ବିବାହକରି ଛାଡ଼ି ଆସିବାରୁ ସ୍ୱାମୀକୁ ପିଟିପିଟି ଥାନାରେ ହାଜର କଲେ ଯୁବତୀ

କଲ୍ୟାଣସିଂହପୁର: ମହଙ୍ଗା ପଡ଼ିଲା ପ୍ରେମ ବିବାହ ପରେ ପ୍ରତାରଣା । ଯୁବକଙ୍କୁ ରାସ୍ତାରେ ମାଡ଼ ମାରି ଥାନାରେ ହାଜର କଲେ ପତ୍ନୀ । ପ୍ରେମ ବିବାହ କରି ସ୍ତ୍ରୀଙ୍କୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଚାଲି ଆସିଥିଲେ ଯୁବକ । ପତ୍ନୀ ଖୋଜି ଖୋଜି ଆସି ରାୟଗଡ଼ା ଜିଲ୍ଲା ବିଷମକଟକରେ ସ୍ୱାମୀକୁ ଠାବ କରି ପିଟିପିଟି ଥାନାରେ ହାଜର କରିଛନ୍ତି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଙ୍କୁବାଡ଼ି ଗାଁରର ସୁମନ କୁସୁଳିଆ ନାମକ ଯୁବକ ଆନ୍ଧ୍ର ପ୍ରଦେଶର ଭୀମାବରମଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ପାଡ଼େରୁ ଗାଁର ୱେଲସୁରୁ କୁମାରୀଙ୍କ ସହ ୩ ବର୍ଷ ପୂର୍ବେ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ସୂଚନା ଅନୁଯାୟୀ, ଗତବର୍ଷ ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ସେମାନେ ବିବାହ କରିଥିଲେ । ତିନି ମାସ ଏକାଠି ରହିବା ପରେ ସୁମନ ସେଠାରେ କୁମାରୀଙ୍କୁ ଛାଡ଼ି ଗାଁକୁ ଚାଲି ଆସିଥିଲେ । ସେଦିନଠାରୁ କୁମାରୀ ସୁମନଙ୍କୁ ଖୋଜି ବୁଲୁଥିଲେ । ସୁମନ ଦିଲ୍ଲୀରେ କାମ କରୁଥିବା କହି ବିଷମକଟକରେ ଅଟୋ ଚଳାଉଥିଲେ । କୁମାରୀ ଏହା ଜାଣି ପାରି ବିଷମକଟକ ଆସି ସୁମନଙ୍କୁ ତାଙ୍କ ସହ ଯିବାକୁ କହିଥିଲେ । ତେବେ ସୁମନ ଅନ୍ୟ ଝିଅକୁ ବାହା ହୋଇସାରିଛି ଯାଇ ପାରିବି ନାହିଁ କହିବା ପରେ ସୁମନକୁ କୁମାରୀ ଧରି ବିଚ୍‌ ବଜାରରେ ପିଟିପିଟି ଥାନାରେ ହାଜର କରିଛନ୍ତି । ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

https://www.thesakala.in/latest-odisha-news/rayagada/youth-beaten-by-wife-in-beach-road-rayagada/article-5351
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର