ମନୋରଞ୍ଜନ
ଓଡ଼ିଶା
ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ଶୌଚ ହେବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ । ରାଜି ନହେବାରୁ ନାବାଳିକାଙ୍କ ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଦେଇଥିଲେ ଧମକ । ପୁଣି ପ୍ରବଳ ମାଡ଼ ମାରି ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ ଦୁଇଜଣ ଦୁର୍ବୃତ୍ତ । ସକାଳୁ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇଥିଲେ ପିଡ଼ିତା । ଏଭଳି ଘଟଣା ଘଟିଛି ବେଲଘର ଥାନା ଅନ୍ତର୍ଗତ ଝିରିପାଣି ଅଞ୍ଚଳରେ । ପରିବାର ପକ୍ଷରୁ ବେଲଘର ଥାନାରେ ଏତଲା ଦିଆଯାଇଛି । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ବେଲଘର ପୋଲିସ । ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟ ଜଣେ ଯୁବକ ଏବେ ବି ଫେରାର ରହିଛି । ନାବାଳିକା ଜଣଙ୍କ ନାଳକୁ ଏକୁଟିଆ ଗାଧେଇବା ପାଇଁ ଯାଇଥିବା ବେଳେ ଏହି କାଣ୍ଡ କରିଛନ୍ତି ସେହି ଗାଁର ଦୁଇଜଣ ଅଭିଯୁକ୍ତ ।





