ଦନ୍ତାହାତୀ କଙ୍କାଳ ମିଳିବା ଘଟଣାରେ ଫେରାର ଥିବା ରେଞ୍ଜ ଅଫିସର ନିଲମ୍ବିତ

The Sakala Picture
Published On

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରା ଯାଇଛି । ଆଜି ଏ ନେଇ ପିସିସିଏଫ ଶଶି ପୌଲ ସୂଚନା ଦେଇଛନ୍ତି । ପୂର୍ବରୁ ତିନି ଜଣ ୱାଚରଙ୍କୁ ଗିରଫ କରା ଯାଇଥିବାବେଳେ, ଦୁଇଜଣ ଫରେଷ୍ଟରଙ୍କୁ ନିଲମ୍ବନ କରା ଯାଇଥିଲା । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟର କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା […]

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରା ଯାଇଛି । ଆଜି ଏ ନେଇ ପିସିସିଏଫ ଶଶି ପୌଲ ସୂଚନା ଦେଇଛନ୍ତି । ପୂର୍ବରୁ ତିନି ଜଣ ୱାଚରଙ୍କୁ ଗିରଫ କରା ଯାଇଥିବାବେଳେ, ଦୁଇଜଣ ଫରେଷ୍ଟରଙ୍କୁ ନିଲମ୍ବନ କରା ଯାଇଥିଲା ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା: 'ମବ୍ ଲିଞ୍ଚିଂର ଯାହା ସବୁ ମାନଦଣ୍ଡ ଅଛି, ତାହା ଏଠାରେ ନାହିଁ'

ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟର କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗାତ ଖୋଳି ପୋତି ଦିଆ ଯାଇଥିଲା । ବନ ବିଭାଗର ୱାଚର, ଫରେଷ୍ଟର ଓ ରେଞ୍ଜ ଅଫିସରଙ୍କ ଜାଣତରେ ଏହି ଘଟଣା ଘଟିଥିବା ବେଳେ ବର୍ଷେ କାଳ ଘଟଣାକୁ ଚପାଇ ରଖା ଯାଇଥିଲା । ହେଲେ ଗତ ୨୩ ତାରିଖ ରାତିରେ ଜିଲିଣ୍ଡା ରେଞ୍ଜରୁ ହାତୀ କଙ୍କାଳ ଜବତ ହୋଇଥିଲା । ଏହାପରେ ସାତକୋଶିଆ ଡ଼ିଏଫଓ ସରୋଜ ପଣ୍ଡା ଖୋଦ ଘଟଣାର ତଦନ୍ତ କରିଥିଲେ । ଆଉ ତଦନ୍ତ ପରେ ହାତୀକୁ ପୋତିବା ଘଟଣାରେ ସ୍ଥାନୀୟ ବନ ବିଭାଗର କର୍ମଚାରୀମାନଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା । ଏଥିପାଇଁ ଡ଼ିଏଫଓ ସରୋଜ ପଣ୍ଡାଙ୍କ ନିର୍ଦେଶରେ ୩ ଜଣ ୱାଚରଙ୍କୁ ଗିରଫ କରାଯାଇଛି । ଏହା ସହ ଫରେଷ୍ଟର ଅନୁପମା ସାହୁ ଓ ଫରେଷ୍ଟର ସହଦେବ ସୋରେନଙ୍କୁ ନିଲମ୍ବନ କରାଯାଇଥିଲା । ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କର ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଡ଼ିଏଫଓ ଚିଠି ଲେଖିଥିଲେ । ଆଉ ଏହି ଆଧାରରେ ଆଜି ହରିଶ୍ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇକୁ ପିଟିପିଟି ମାରିଦେଲେ ବଡଭାଇର ପରିବାର ଲୋକେ

28 Jun 2022 By The Sakala

ଦନ୍ତାହାତୀ କଙ୍କାଳ ମିଳିବା ଘଟଣାରେ ଫେରାର ଥିବା ରେଞ୍ଜ ଅଫିସର ନିଲମ୍ବିତ

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରା ଯାଇଛି । ଆଜି ଏ ନେଇ ପିସିସିଏଫ ଶଶି ପୌଲ ସୂଚନା ଦେଇଛନ୍ତି । ପୂର୍ବରୁ ତିନି ଜଣ ୱାଚରଙ୍କୁ ଗିରଫ କରା ଯାଇଥିବାବେଳେ, ଦୁଇଜଣ ଫରେଷ୍ଟରଙ୍କୁ ନିଲମ୍ବନ କରା ଯାଇଥିଲା ।

ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟର କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗାତ ଖୋଳି ପୋତି ଦିଆ ଯାଇଥିଲା । ବନ ବିଭାଗର ୱାଚର, ଫରେଷ୍ଟର ଓ ରେଞ୍ଜ ଅଫିସରଙ୍କ ଜାଣତରେ ଏହି ଘଟଣା ଘଟିଥିବା ବେଳେ ବର୍ଷେ କାଳ ଘଟଣାକୁ ଚପାଇ ରଖା ଯାଇଥିଲା । ହେଲେ ଗତ ୨୩ ତାରିଖ ରାତିରେ ଜିଲିଣ୍ଡା ରେଞ୍ଜରୁ ହାତୀ କଙ୍କାଳ ଜବତ ହୋଇଥିଲା । ଏହାପରେ ସାତକୋଶିଆ ଡ଼ିଏଫଓ ସରୋଜ ପଣ୍ଡା ଖୋଦ ଘଟଣାର ତଦନ୍ତ କରିଥିଲେ । ଆଉ ତଦନ୍ତ ପରେ ହାତୀକୁ ପୋତିବା ଘଟଣାରେ ସ୍ଥାନୀୟ ବନ ବିଭାଗର କର୍ମଚାରୀମାନଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା । ଏଥିପାଇଁ ଡ଼ିଏଫଓ ସରୋଜ ପଣ୍ଡାଙ୍କ ନିର୍ଦେଶରେ ୩ ଜଣ ୱାଚରଙ୍କୁ ଗିରଫ କରାଯାଇଛି । ଏହା ସହ ଫରେଷ୍ଟର ଅନୁପମା ସାହୁ ଓ ଫରେଷ୍ଟର ସହଦେବ ସୋରେନଙ୍କୁ ନିଲମ୍ବନ କରାଯାଇଥିଲା । ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କର ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଡ଼ିଏଫଓ ଚିଠି ଲେଖିଥିଲେ । ଆଉ ଏହି ଆଧାରରେ ଆଜି ହରିଶ୍ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର