ମଲାୟାଲମ୍‍ ସିନେମାରେ ଧମାଲ କରୁଛନ୍ତି କନ୍ଧମାଳ ବେଲଘରର ଯୁବକ ରାଜକୁମାର

The Sakala Picture
Published On

ଫୁଲବାଣୀ / ବାଲିଗୁଡ଼ା : ସଂଘର୍ଷ ଆଣି ଦେଇଛି ସଫଳତା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଅଞ୍ଚଳ ଝାଲିପଡା ଗାଁରୁ କାମଧନ୍ଦା ଅନ୍ୱେଷଣରେ ସୁଦୂର କେରଳକୁ ଯାଇଥିବା ରାଜକୁମାର ଏବେ ମଲାୟାଲମ୍‍ ସିନେମାରେ ଅଭିନୟ କରୁଛନ୍ତି। ଓସ୍କାର ପାଇଁ ଗତବର୍ଷ ଚୟନ ଦୌଡରେ ଥିବା ଫିଲ୍ମ ‘ଜାଲିକାଟ୍ଟୁରେ’ ମଧ୍ୟ ସେ ଅଭିନୟ କରିଥିଲେ। ମାତ୍ର କନ୍ଧମାଳ ବେଲଘରରୁ ମଲାୟାଲମ୍‍ ସିନେମାର ଯାତ୍ରା ଥିଲା ବହୁ ସଂଘର୍ଷମୟ। ଝାଲିପଡା ଗାଁର ରାଜକୁମାର ନାୟକ। ଯୁକ୍ତ ୨ କଳା ପଢିବାକୁ […]

ଫୁଲବାଣୀ / ବାଲିଗୁଡ଼ା : ସଂଘର୍ଷ ଆଣି ଦେଇଛି ସଫଳତା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଅଞ୍ଚଳ ଝାଲିପଡା ଗାଁରୁ କାମଧନ୍ଦା ଅନ୍ୱେଷଣରେ ସୁଦୂର କେରଳକୁ ଯାଇଥିବା ରାଜକୁମାର ଏବେ ମଲାୟାଲମ୍‍ ସିନେମାରେ ଅଭିନୟ କରୁଛନ୍ତି। ଓସ୍କାର ପାଇଁ ଗତବର୍ଷ ଚୟନ ଦୌଡରେ ଥିବା ଫିଲ୍ମ ‘ଜାଲିକାଟ୍ଟୁରେ’ ମଧ୍ୟ ସେ ଅଭିନୟ କରିଥିଲେ। ମାତ୍ର କନ୍ଧମାଳ ବେଲଘରରୁ ମଲାୟାଲମ୍‍ ସିନେମାର ଯାତ୍ରା ଥିଲା ବହୁ ସଂଘର୍ଷମୟ।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ: ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

ଝାଲିପଡା ଗାଁର ରାଜକୁମାର ନାୟକ। ଯୁକ୍ତ ୨ କଳା ପଢିବାକୁ ତୁମୁଡିବନ୍ଧ କଲେଜରେ ନାମ ଲେଖାଇଥିବାବେଳେ ଅର୍ଥ ଅଭାବରୁ ଅଧାରୁ ପାଠଛାଡି କାମ ଅନ୍ୱେଷଣରେ ସୁଦୂର କେରଳ ଚାଲିଯାଇଥିଲେ। ସେଠାରେ ଏକ ହୋଟେଲରେ ରହି କାମ କରୁଥିଲେ। କାମ କରିବାବେଳେ ମଲାୟାଲମ୍‍ର ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କ ସମ୍ପର୍କରେ ଆସିଥିଲେ। ସେ ତାଙ୍କୁ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ। ଏହାପରେ ୬ଟି ଫିଲ୍ମରେ ପାର୍ଶ୍ବ ଅଭିନେତା ଭାବେ ଅଭିନୟ କରିଥିବା କୁହନ୍ତି ରାଜକୁମାର। ଆଗକୁ ଓଡିଆ ଫିଲ୍ମରେ ସୁଯୋଗ ମିଳିଲେ ନିଶ୍ଚୟ ଅଭିନୟ କରିବି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି: ଦୁଇ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ

ଓସ୍କାର ପାଇଁ ଗତ ବର୍ଷ ଚୟନର ଦୌଡରେ ଥିବା ଫିଲ୍ମ ଜାଲିକାଟ୍ଟୁରେ ମଧ୍ୟ ସେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ ହିରୋର ସାଙ୍ଗ ଭାବେ ଅଭିନୟ କରିଥିଲେ। ଇ ମାଇନୁ, ସ୍ୱାଧାନ୍ତାର ଅର୍ଦ୍ଧରାତ୍ରି ଆଡେଟୁ, ଔକାର୍ତ୍ତା ନାଡେନକାଡା, ବାଡି ନାଖେତ୍ରମ ପ୍ରଭୃତି ମଲାୟାଲମ୍‍ ଚଳଚ୍ଚିତ୍ରରେ ସେ ପାର୍ଶ୍ବ ଅଭିନେତା ଅବା ଅନ୍ୟ କିଛି ଚରିତ୍ରରେ ଅଭିନୟ କରିଛନ୍ତି। କୌଣସି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳି ନଥିଲେ ମଧ୍ୟ ଆଗକୁ ବଢିବାକୁ ଆଶା ରଖିଛି ବୋଲି କୁହନ୍ତି ରାଜକୁମାର। ତେବେ ବଣପାହାଡ ଘେରା ଗାଁରୁ ଅନ୍ୟଏକ ରାଜ୍ୟକୁ ଯାଇ ନିଜ କଳା ପ୍ରଦର୍ଶନ କରିଥିବାରୁ ଅନେକ ମହଲର‌ୁ ତାଙ୍କୁ ଶୁଭେଚ୍ଛା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp