ଓଡିଶାରେ ରାଜସ୍ଥାନ ଫର୍ମୂଲା : ମୁଖ୍ୟମନ୍ତ୍ରୀଙ୍କ ସହ ରହିଲେ ଦୁଇ ଉପମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ଥର ଶାସନ କ୍ଷମତା ହାସଲ କରିଥିବା ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ନୂଆ ସରକାର ଗଠନ କରିବ। ବୁଧବାର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳର ବୈଠକରେ କେନ୍ଦୁଝରର ବିଧାୟକ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଏଥି ସହିତ ଦୁଇ ଜଣ […]

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ଥର ଶାସନ କ୍ଷମତା ହାସଲ କରିଥିବା ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ନୂଆ ସରକାର ଗଠନ କରିବ। ବୁଧବାର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳର ବୈଠକରେ କେନ୍ଦୁଝରର ବିଧାୟକ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଏଥି ସହିତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ରହିବା ନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ତେବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଘୋଷଣା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଓଡିଶାରେ ବି ଲାଗୁ ହୋଇଛି ରାଜସ୍ଥାନ ଓ ଛତିଶଗଡ ଫର୍ମୂଲା। ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ପାଇଁ ଶାସନ ଭାର ସମ୍ଭାଳିବା ବଡ ଚ୍ୟାଲେଞ୍ଜ ହେବ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରଖାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

ଆଦିବାସୀ ଚେହେରାକୁ ସୁଯୋଗ ମିଳିଲା

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

ଭାରତୀୟ ଜନତା ପାର୍ଟି ସବୁବେଳେ ସରପ୍ରାଇଜ କାର୍ଡ ଖେଳି ସମସ୍ତଙ୍କୁ ଚକିତ କରେ। ଏଥର ମଧ୍ୟ ସେମିତି ହୋଇଛି। ଏଥି ସହିତ ବିଜେପି ଆଦିବାସୀ ଚେହେରାଙ୍କୁ ଫୋକସ୍‌ କରି ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଘୋଷଣା କରିଛି। କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ପୂର୍ବରୁ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ ମୋହନ ମାଝୀ।

ଉପମୁଖ୍ୟମନ୍ତ୍ରୀ ପଦରେ ମହିଳା

ବିଜେପି ରାଜ୍ୟରେ ପ୍ରଥମ ଥର ସରକାର କରିବାକୁ ଯାଉଥିବା ବେଳେ ଜଣେ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ସମସ୍ତଙ୍କୁ ଚକିତ କରିଛି। ରାଜସ୍ଥାନରେ ଦିୟା କୁମାରୀ ଡେପୁଟି ସିଏମ୍ ହୋଇଛନ୍ତି। ସେହି ଫର୍ମୁଲାରେ ଓଡ଼ିଶାରେ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

ପଶ୍ଚିମ ଓଡିଶାରୁ କେଭି ସିଂହଦେଓ ଉପମୁଖ୍ୟମନ୍ତ୍ରୀ 

ପଶ୍ଚିମ ଓଡିଶାର ଟାଣୁଆ ଚେହେରା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। କେଭି ସିଂହଦେଓ ବିଜେଡି ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ରହିଥିଲେ । ରାଜ୍ୟ ବିଜେପି ସଭାପତି ରହି ମଧ୍ୟ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ପୂର୍ବରୁ ମନ୍ତ୍ରୀ ଥିବାରୁ ଶାସନ ବ୍ୟବସ୍ଥା ସଂପର୍କରେ କେଭିଙ୍କର ଅଭିଜ୍ଞତା ରହିଛି ।

11 Jun 2024 By The Sakala

ଓଡିଶାରେ ରାଜସ୍ଥାନ ଫର୍ମୂଲା : ମୁଖ୍ୟମନ୍ତ୍ରୀଙ୍କ ସହ ରହିଲେ ଦୁଇ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ଥର ଶାସନ କ୍ଷମତା ହାସଲ କରିଥିବା ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ନୂଆ ସରକାର ଗଠନ କରିବ। ବୁଧବାର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳର ବୈଠକରେ କେନ୍ଦୁଝରର ବିଧାୟକ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଏଥି ସହିତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ରହିବା ନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

ତେବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଘୋଷଣା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଓଡିଶାରେ ବି ଲାଗୁ ହୋଇଛି ରାଜସ୍ଥାନ ଓ ଛତିଶଗଡ ଫର୍ମୂଲା। ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ପାଇଁ ଶାସନ ଭାର ସମ୍ଭାଳିବା ବଡ ଚ୍ୟାଲେଞ୍ଜ ହେବ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରଖାଯାଇଛି।

ଆଦିବାସୀ ଚେହେରାକୁ ସୁଯୋଗ ମିଳିଲା

ଭାରତୀୟ ଜନତା ପାର୍ଟି ସବୁବେଳେ ସରପ୍ରାଇଜ କାର୍ଡ ଖେଳି ସମସ୍ତଙ୍କୁ ଚକିତ କରେ। ଏଥର ମଧ୍ୟ ସେମିତି ହୋଇଛି। ଏଥି ସହିତ ବିଜେପି ଆଦିବାସୀ ଚେହେରାଙ୍କୁ ଫୋକସ୍‌ କରି ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଘୋଷଣା କରିଛି। କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ପୂର୍ବରୁ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ ମୋହନ ମାଝୀ।

ଉପମୁଖ୍ୟମନ୍ତ୍ରୀ ପଦରେ ମହିଳା

ବିଜେପି ରାଜ୍ୟରେ ପ୍ରଥମ ଥର ସରକାର କରିବାକୁ ଯାଉଥିବା ବେଳେ ଜଣେ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ସମସ୍ତଙ୍କୁ ଚକିତ କରିଛି। ରାଜସ୍ଥାନରେ ଦିୟା କୁମାରୀ ଡେପୁଟି ସିଏମ୍ ହୋଇଛନ୍ତି। ସେହି ଫର୍ମୁଲାରେ ଓଡ଼ିଶାରେ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

ପଶ୍ଚିମ ଓଡିଶାରୁ କେଭି ସିଂହଦେଓ ଉପମୁଖ୍ୟମନ୍ତ୍ରୀ 

ପଶ୍ଚିମ ଓଡିଶାର ଟାଣୁଆ ଚେହେରା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। କେଭି ସିଂହଦେଓ ବିଜେଡି ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ରହିଥିଲେ । ରାଜ୍ୟ ବିଜେପି ସଭାପତି ରହି ମଧ୍ୟ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ପୂର୍ବରୁ ମନ୍ତ୍ରୀ ଥିବାରୁ ଶାସନ ବ୍ୟବସ୍ଥା ସଂପର୍କରେ କେଭିଙ୍କର ଅଭିଜ୍ଞତା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର