ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ୟୁଡାଇସ୍‌ ପ୍ଲସ୍‌ ରିପୋର୍ଟ ରାଜ୍ୟର ବିଜେପି ସରକାର ସମୟରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ରକୁ ପଦାରେ ପକାଇଛି।  ପ୍ରାଥମିକ ବିଦ୍ୟାଳୟର ଶୈକ୍ଷିକ ସ୍ଥିିତି ଉଦ୍‌ବେଦଜନକ ଭାବେ ଅବନତି ଘଟୁଥିବାରୁ ବିଜୁ ଜନତା ଦଳ ଗଭୀର ଚିନ୍ତା ପ୍ରକାଶ କରିଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶା ପାଇଁ ବଡ଼ ଖବର: ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ କରାଯାଉଥିବା ରାଜ୍ୟ ସରକାର ଦାବି କରୁଥିବାବେଳେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଏହାକୁ ପାଣିଚିଆ କରି ଦେଇଛି। ହଜାର ହଜାର ଶିକ୍ଷକ ନିଯୁକ୍ତି ଦେଇଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ସରକାରୀ ପରିସଂଖ୍ୟାନ ସମ୍ପୂର୍ଣ୍ଣ ଭିନ୍ନ । ୨୦୨୪-୨୫ ତୁଳନାରେ ୨୦୨୫-୨୬ ରେ ଏକକ ଶିକ୍ଷକ ବିଦ୍ୟାଳୟ ୩୪ ପ୍ରତିଶତ ବୃଦ୍ଧି ପାଇଛି। ଏହି ପ୍ରଶାସନିକ ବିଫଳତାର ମୂଲ୍ୟ ବର୍ତ୍ତମାନ ଏକକ ବିଦ୍ୟାଳୟରେ ପଢ଼ୁଥିବା ୫୯,୬୭୨ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି। ଏହାର ସବୁଠାରୁ ଅଧିକ ପ୍ରଭାବ ଗ୍ରାମାଞ୍ଚଳ, ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ଶିଶୁଙ୍କ ଉପରେ ପଡ଼ିଛି। ଜଣେ ଶିକ୍ଷକଙ୍କୁ ଏକାସାଙ୍ଗରେ ଏକାଧିକ ଶ୍ରେଣୀରେ ବିଭିନ୍ନ ବିଷୟ ପଢ଼ାଇବା, ବିଦ୍ୟାଳୟର ରେକର୍ଡ ପରିଚାଳନା କରିବା, ସରକାରୀ ଯୋଜନାର କାର୍ଯ୍ୟକାରିତା ତଦାରଖ କରିବା ସହିତ ନିର୍ବାଚନ, ଜନଗଣନା ଓ ବିପର୍ଯ୍ୟୟ ପରିଚାଳନା ପରି ପ୍ରଶାସନିକ ଦାୟିତ୍ୱ ତୁଲାଇବାକୁ ଦିଆଯାଉଛି। ସରକାରଙ୍କ ଦୁର୍ବଳ ମାନବ ସମ୍ୱଳ ପରିକଳ୍ପନା, ନିଯୁକ୍ତିରେ ବିଳମ୍ୱ, ପଦୋନ୍ନତିରେ ଶିଥିଳତା ଏବଂ ଶିକ୍ଷକ ନିୟୋଜନରେ ବିଫଳତା ଏହି ରିପୋର୍ଟରେ ପ୍ରତିଫଳିତ ହୋଇଛି। 

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

ଅଧିକାଂଶ ଏକକ ଶିକ୍ଷକ ବିଦ୍ୟାଳୟ ଆଦିବାସୀ ଓ ପଛୁଆ ଅଞ୍ଚଳରେ ରହିଛି। ବିଜେପି ସରକାର ବାରମ୍ୱାର ଆଦିବାସୀ କଲ୍ୟାଣକୁ ପ୍ରାଥମିକତା ଦେଉଥିବା ଦାବି କରୁଥିଲେ ମଧ୍ୟ, ଏହି ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତିରେ ବିଫଳତା ସରକାରଙ୍କ ପ୍ରତିଶ୍ରୁତି ଓ କାର୍ଯ୍ୟଦକ୍ଷତା ମଧ୍ୟରେ ଥିବା ବ୍ୟବଧାନକୁ ସ୍ପଷ୍ଟ କରୁଛି।  ତେଣୁ ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଅତି କମରେ ୩ରୁ ୪ ଜଣ ଶିକ୍ଷକଙ୍କ ନିଯୁକ୍ତି ସୁନିଶ୍ଚିତ କରନ୍ତୁ। ସମସ୍ତ ବକେୟା ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। ଆଦିବାସୀ ଓ ଦୁର୍ଗମ ଅଞ୍ଚଳକୁ ପ୍ରାଥମିକତା ଦେଇ ଶିକ୍ଷକ ନିଯୁକ୍ତି କରନ୍ତୁ। ବିଜେପି ସରକାର କେବଳ ନିଜ ଦଳୀୟ ପ୍ରଚାରରେ ସୀମିତ ନରହି ପ୍ରତ୍ୟେକ ଶିଶୁଙ୍କୁ ପର୍ଯ୍ୟାପ୍ତ ଶିକ୍ଷକ ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଡ. ମହାନ୍ତି ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

21 Jul 2026 By Madhusudan Das

ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ୟୁଡାଇସ୍‌ ପ୍ଲସ୍‌ ରିପୋର୍ଟ ରାଜ୍ୟର ବିଜେପି ସରକାର ସମୟରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ରକୁ ପଦାରେ ପକାଇଛି।  ପ୍ରାଥମିକ ବିଦ୍ୟାଳୟର ଶୈକ୍ଷିକ ସ୍ଥିିତି ଉଦ୍‌ବେଦଜନକ ଭାବେ ଅବନତି ଘଟୁଥିବାରୁ ବିଜୁ ଜନତା ଦଳ ଗଭୀର ଚିନ୍ତା ପ୍ରକାଶ କରିଛି। 

ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ କରାଯାଉଥିବା ରାଜ୍ୟ ସରକାର ଦାବି କରୁଥିବାବେଳେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଏହାକୁ ପାଣିଚିଆ କରି ଦେଇଛି। ହଜାର ହଜାର ଶିକ୍ଷକ ନିଯୁକ୍ତି ଦେଇଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ସରକାରୀ ପରିସଂଖ୍ୟାନ ସମ୍ପୂର୍ଣ୍ଣ ଭିନ୍ନ । ୨୦୨୪-୨୫ ତୁଳନାରେ ୨୦୨୫-୨୬ ରେ ଏକକ ଶିକ୍ଷକ ବିଦ୍ୟାଳୟ ୩୪ ପ୍ରତିଶତ ବୃଦ୍ଧି ପାଇଛି। ଏହି ପ୍ରଶାସନିକ ବିଫଳତାର ମୂଲ୍ୟ ବର୍ତ୍ତମାନ ଏକକ ବିଦ୍ୟାଳୟରେ ପଢ଼ୁଥିବା ୫୯,୬୭୨ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି। ଏହାର ସବୁଠାରୁ ଅଧିକ ପ୍ରଭାବ ଗ୍ରାମାଞ୍ଚଳ, ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ଶିଶୁଙ୍କ ଉପରେ ପଡ଼ିଛି। ଜଣେ ଶିକ୍ଷକଙ୍କୁ ଏକାସାଙ୍ଗରେ ଏକାଧିକ ଶ୍ରେଣୀରେ ବିଭିନ୍ନ ବିଷୟ ପଢ଼ାଇବା, ବିଦ୍ୟାଳୟର ରେକର୍ଡ ପରିଚାଳନା କରିବା, ସରକାରୀ ଯୋଜନାର କାର୍ଯ୍ୟକାରିତା ତଦାରଖ କରିବା ସହିତ ନିର୍ବାଚନ, ଜନଗଣନା ଓ ବିପର୍ଯ୍ୟୟ ପରିଚାଳନା ପରି ପ୍ରଶାସନିକ ଦାୟିତ୍ୱ ତୁଲାଇବାକୁ ଦିଆଯାଉଛି। ସରକାରଙ୍କ ଦୁର୍ବଳ ମାନବ ସମ୍ୱଳ ପରିକଳ୍ପନା, ନିଯୁକ୍ତିରେ ବିଳମ୍ୱ, ପଦୋନ୍ନତିରେ ଶିଥିଳତା ଏବଂ ଶିକ୍ଷକ ନିୟୋଜନରେ ବିଫଳତା ଏହି ରିପୋର୍ଟରେ ପ୍ରତିଫଳିତ ହୋଇଛି। 

ଅଧିକାଂଶ ଏକକ ଶିକ୍ଷକ ବିଦ୍ୟାଳୟ ଆଦିବାସୀ ଓ ପଛୁଆ ଅଞ୍ଚଳରେ ରହିଛି। ବିଜେପି ସରକାର ବାରମ୍ୱାର ଆଦିବାସୀ କଲ୍ୟାଣକୁ ପ୍ରାଥମିକତା ଦେଉଥିବା ଦାବି କରୁଥିଲେ ମଧ୍ୟ, ଏହି ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତିରେ ବିଫଳତା ସରକାରଙ୍କ ପ୍ରତିଶ୍ରୁତି ଓ କାର୍ଯ୍ୟଦକ୍ଷତା ମଧ୍ୟରେ ଥିବା ବ୍ୟବଧାନକୁ ସ୍ପଷ୍ଟ କରୁଛି।  ତେଣୁ ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଅତି କମରେ ୩ରୁ ୪ ଜଣ ଶିକ୍ଷକଙ୍କ ନିଯୁକ୍ତି ସୁନିଶ୍ଚିତ କରନ୍ତୁ। ସମସ୍ତ ବକେୟା ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। ଆଦିବାସୀ ଓ ଦୁର୍ଗମ ଅଞ୍ଚଳକୁ ପ୍ରାଥମିକତା ଦେଇ ଶିକ୍ଷକ ନିଯୁକ୍ତି କରନ୍ତୁ। ବିଜେପି ସରକାର କେବଳ ନିଜ ଦଳୀୟ ପ୍ରଚାରରେ ସୀମିତ ନରହି ପ୍ରତ୍ୟେକ ଶିଶୁଙ୍କୁ ପର୍ଯ୍ୟାପ୍ତ ଶିକ୍ଷକ ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଡ. ମହାନ୍ତି ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର