ଆସନ୍ତାକାଲିଠାରୁ ବଢିବ ବର୍ଷା: ୧୬ ଜିଲ୍ଲାକୁ ୟେଲୋ ଓ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି…

The Sakala Picture
Published On

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାରେ ବଡ ବର୍ଷା ସମ୍ଭାବନା ।  ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ । ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ। ବର୍ତ୍ତମାନ ଉତ୍ତର ପଶ୍ଚିମ ଝାରଖଣ୍ଡ ଉପରେ ରହିଚି ଲଘୁଚାପ ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହାପରେ ୨୯ ରେ ପୂର୍ବ କେନ୍ଦ୍ରୀୟ […]

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାରେ ବଡ ବର୍ଷା ସମ୍ଭାବନା ।  ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ । ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ। ବର୍ତ୍ତମାନ ଉତ୍ତର ପଶ୍ଚିମ ଝାରଖଣ୍ଡ ଉପରେ ରହିଚି ଲଘୁଚାପ ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଏହାପରେ ୨୯ ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଯାହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ଓଡ଼ିଶାରେ ଏହି ଲଘୁଚାପ ର ପ୍ରଭାବ ସର୍ବାଧିକ ରହିବ ଆସନ୍ତା ୩୧ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ। ୩୦ ଓ ୩୧ ତାରିଖ ସମୁଦ୍ର କୁ ମତ୍ସ୍ୟଜିବୀଙ୍କୁ ଯିବାକୁ ବାରଣ କରାଯାଇଛି। ୨୯ ତାରିଖ ସୁଦ୍ଧା ସମୁଦ୍ର ଭିତରୁ ଫେରି ଆସିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

କାଲି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୨୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ। ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡାକୁ ସତର୍କତା ଜରି ହୋଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି।  ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ସହ ଲୋୟର ମହାନଦୀ ଅବବାହିକାରେ ଅଧିକ ବର୍ଷା ହେବ।ଫଳରେ ନଦୀ ଫୁଲିବା ସହ ବନ୍ୟା ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ମାଛ ଧରା ଜାଲରୁ ଉଦ୍ଧାର ହେଲା ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର