ଆସୁଛି ବର୍ଷା; ଅମଳ ସୁରକ୍ଷିତ ପାଇଁ ପରାମର୍ଶ

The Sakala Picture
Published On

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୧୦ ତାରିଖଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଏହାପରେ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ଏବଂ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିପାଇଁ ଅମଳ ହୋଇସାରିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ଯଥା ଶୀଘ୍ର ସ୍ଥାନାନ୍ତରଣ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ସେହପରି ଏହି ବର୍ଷା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ତୁରନ୍ତ ଏହାର ଅମଳ […]

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୧୦ ତାରିଖଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଏହାପରେ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ଏବଂ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିପାଇଁ ଅମଳ ହୋଇସାରିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ଯଥା ଶୀଘ୍ର ସ୍ଥାନାନ୍ତରଣ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ସେହପରି ଏହି ବର୍ଷା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ତୁରନ୍ତ ଏହାର ଅମଳ କରି ନେବାକୁ ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୧୧ ତାରିଖରୁ ପାଣିପାଗରେ ପରିବର୍ତ୍ତନ ହୋଇ ଏହା ୧୫ ପର୍ଯ୍ୟନ୍ତ ଜାରି ରହିବ। ସାରା ରାଜ୍ୟରେ ପାଗ ମେଘୁଆ ସହିତ ବର୍ଷା ହେବ। ୧୩ରୁ ୧୬ ପର୍ଯ୍ୟନ୍ତ କୁହୁଡ଼ି ହେବାର ମଧ୍ୟ ମମ୍ଭାବନା ରହିଛି। ଏହି ୫ ଦିନ ମଧ୍ୟରେ ସମୁଦାୟ ବର୍ଷା ସୁନ୍ଦରଗଡ଼଼ରୁ ଝାରସୁଗୁଡ଼ା ଓ ସମ୍ବଲପୁୁରରେ ୪୦ ମିମିରୁ ଅଧିକ ହେବା ବେଳେ ଗଜପତି, ରାୟଗଡ଼଼ା, ବଲାଙ୍ଗୀର, ସୋନପୁର, ଦେବଗଡ଼଼, ବରଗଡ଼଼ରେ ୩୦-୪୦ ମିମି ବର୍ଷା ହେବ। ସେହିପରି କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼଼, ବୌଦ୍ଧ, କନ୍ଧମାଳରେ ୨୦-୨୫ ଏବଂ ବାକି ଅଞ୍ଚଳରେ ୧୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୧୩ ଓ ୧୪ରେ ସବୁଠାରୁ ଅଧିକ ବର୍ଷା ହେବ।

କେନ୍ଦୁଝର, ଢେଙ୍କାନାଳ, ଦେବଗଡ଼଼, ସମ୍ବଲପୁର, ଅନଗୁଳ, ସୋନପୁର ଓ ବଲାଙ୍ଗୀରରେ ୧୫ ମିମିରୁ ଅଧିକ ବର୍ଷା ହୋଇପାରେ। ୧୧ରେ ପଶ୍ଚିମ ଓଡ଼ିଶାରେ ହାଲୁକାର ବର୍ଷା ହୋଇ ୧୬ରେ ଶୁଖିଲା ପାଗ ରହିବା ସହିତ ରାଜ୍ୟକୁ ସ୍ୱାଭାବିକ ପାଗ ଫେରିବ। ମେଘୁଆ ପାଗ କହୁଡ଼ି ଓ ବାୟୁର ଆର୍ଦ୍ରତା ଅଧିକ ରହିବା ସହିତ ବର୍ଷା ଯୋଗୁଁ ରାଜ୍ୟରେ କୃଷି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଜଉ ପୋକ, ପାଉଁଶିଆ ରୋଗ, ପତ୍ରପୋଡ଼ା, ମୂଳ ସଢ଼ା ଇତ୍ୟାଦି ଦ୍ୱାରା ମୁଗ, ବିରି, ଶିମ୍ବ, ସୋରିଷ, ଚିନାବାଦାମ ପ୍ରଭାବିତ ହେବ। ଟମାଟୋ କୋବି ଆଦି ଶୀତ ଦିନିଆ ପନିପରିବାରେ ରୋଗ ପୋକ ବଢ଼଼଼଼ିବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।ଅନ୍ୟପଟେ ରାତିର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇଛି। ଏହାଦ୍ୱାରା ଶୀତର ପ୍ରକୋପ କମିଛି।

08 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର