ବର୍ଷା ଉଜାଡ଼ିଲା ଅମଳ ଧାନ: ୩ ଦିନରେ ଗଲାଣି ୩ ଜୀବନ, କ୍ଷତିପୂରଣ ଦେବାକୁ ସରକାର କୁନ୍ଥକୁନ୍ଥ…

The Sakala Picture
Published On

ଭୁବନେଶ୍ୱର: ଝାଳବୁହା ପରିଶ୍ରମ କରି ଖେତରେ ଫଳାଇଥିବା ସୁନାର ଫସଲକୁ ଘରକୁ ଆଣିବା ପାଇଁ ସଜବାଜ ହେଉଥିବାବେଳେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି ପୁଷ ମାସର ଲଗାଣ ବର୍ଷା। ଲଘୁଚାପ ବର୍ଷା କାରଣରୁ ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷଜମି ବର୍ଷା ପାଣିରେ ଧାନ ବତୁରି ପଡ଼ିଛି। ଲଗାତାର ଦୁଇ ଦୁଇଟି ଲଘୁଚାପଜନିତ ବର୍ଷା ଯୋଗୁଁ ବିଲରେ ପଡ଼ିଥିବା ପାଚିଲା ଧାନ ଗଜା ମାରିଗଲାଣି। ଖାଇବା ମୁହଁରୁ ଦାନା […]

ଭୁବନେଶ୍ୱର: ଝାଳବୁହା ପରିଶ୍ରମ କରି ଖେତରେ ଫଳାଇଥିବା ସୁନାର ଫସଲକୁ ଘରକୁ ଆଣିବା ପାଇଁ ସଜବାଜ ହେଉଥିବାବେଳେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି ପୁଷ ମାସର ଲଗାଣ ବର୍ଷା। ଲଘୁଚାପ ବର୍ଷା କାରଣରୁ ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷଜମି ବର୍ଷା ପାଣିରେ ଧାନ ବତୁରି ପଡ଼ିଛି। ଲଗାତାର ଦୁଇ ଦୁଇଟି ଲଘୁଚାପଜନିତ ବର୍ଷା ଯୋଗୁଁ ବିଲରେ ପଡ଼ିଥିବା ପାଚିଲା ଧାନ ଗଜା ମାରିଗଲାଣି। ଖାଇବା ମୁହଁରୁ ଦାନା ଛଡ଼ାଇନେବା ଭଳି ଅମଳଧାନର ଅବସ୍ଥା ଦେଖି ଚାଷୀର ଛାତି ଫାଟିପଡ଼ୁଛି। ଧାର, କରଜରେ ବୁଡ଼ି ନିଜ ତେଲଲୁଣର ସଂସାର ଚଳାଇବା ପାଇଁ ଅରଜିଥିବା ବର୍ଷକର ଦାନା କଥା ଭାବି ଭାବି କାହାକୁ ହୃଦ୍‌ଘାତ ହେଲାଣି ତ କିଏ ଜୀବନ ହାରିଦେଲାଣି। ଉଜୁଡ଼ା ଚାଷ ଚିନ୍ତାରେ ଗତ ଦୁଇ ଦିନ ମଧ୍ୟରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ର ଦୁଇ ଜଣ ଚାଷୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହେବା ଏବଂ ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍‌ର ଜଣେ ଚାଷୀ ଆତ୍ମହତ୍ୟା କରିବା ଘଟଣା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ବିପର୍ଯ୍ୟୟ ପ୍ରବଣ ଓଡ଼ିଶାର ଚାଷୀ ଯେକୌଣସି ପରିସ୍ଥିତିକୁ ସାମ୍‌ନା କରି ସୁନାର ଫସଲ ଫଳାଇବାରେ ସିଦ୍ଧହସ୍ତ ହୋଇଥିଲେ ହେଁ ଋତୁକାଳୀନ ବର୍ଷାର ବିଲକ୍ଷଣ ସବୁ ଅଙ୍କକୁ ବିଗାଡ଼ି ଦେଇଛି। ଏଭଳି ସ୍ଥିତିରେ ବିଲମୁଣ୍ଡରୁ ଖଳାକୁ ପାଚିଲା ଧାନ ଆଣିବାର ସବୁ ଆଶା ହରାଇଦେଇଥିବା ଚାଷୀ ପରିବାରକୁ ସରକାରୀ ସହାୟତା ହିଁ ଏକମାତ୍ର ଭରସା। ତେଣୁ ସରକାର ନିର୍ଦ୍ଧାରିତ ବିଧିବ୍ୟବସ୍ଥାର ଗଣ୍ଡିରୁ ବାହାରି କ୍ଷେତ୍ର ରିପୋର୍ଟକୁ ଅପେକ୍ଷା ନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ପରିବାରକୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଧାନ ଖେତର ଦୁର୍ଦ୍ଦଶା ବଖାଣି ଜଣେ ଚାଷୀ କୋହଭରା କଣ୍ଠରେ କହିଛନ୍ତି, ପ୍ରଥମ ଅବପାତ ପରେ ଯାହା କିଛି ବଞ୍ଚିଥିଲା ତାକୁ ଶୁଖାଇ ଅମଳ କରିବାକୁ ଚେଷ୍ଟା କରିଥିଲି; ହେଲେ ଆଉ ଗୋଟେ ଲଘୁଚାପ ଆମର ସବୁକିଛି ଉଜାଡ଼ିଦେଲା। ଧାନ ବିଲରେ ପଡ଼ିଛି। ରାତିରେ ନିଦ ହେଉନି। ଭୋକ ନାହିଁ କି ଶୋଷ ବି ନାହିଁ। ଏମିତି ଦୁର୍ଦ୍ଦଶା ଦେଖିକି ଆମେ ରହିପାରୁନୁ କି ସହିବି ପାରୁନୁ। ଗଜପତି ଜିଲ୍ଲାର ଜଣେ ଚାଷୀ କାନ୍ଦ କାନ୍ଦ କଣ୍ଠରେ କହିଛନ୍ତି, ଆମର ୩୧୦୦ ଟଙ୍କା ଦରକାର ନାହିଁ। ସରକାରଙ୍କୁ ଗୁହାରି କରୁଛୁ। ଆମର ଯାହା ଖର୍ଚ୍ଚ ହେଇଛି, ସେତିକି ଫେରେଇ ଦିଅନ୍ତୁ। ସୁଧକୁ ଟଙ୍କା ଆଣି ୩ ଏକର ବିଲ ଚାଷ କରିଛି। ଗୁଣ୍ଠେ ବିଲର ଧାନ ବି ଘରକୁ ନେଇନି। ସବୁ ବିଲରେ ଗଜା ହୋଇଗଲାଣି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ନୟାଗଡ଼ ଅଞ୍ଚଳର ଜଣେ ଚାଷୀ କହିଛନ୍ତି, ସବୁ କ୍ଷତିପୂରଣ ମିଳିବ ବୋଲି ୫-୬ ଦିନ ହେଲାଣି ବଡ଼ ବଡ଼ ମନ୍ତ୍ରୀମାନେ କହୁଛନ୍ତି; ମାତ୍ର ଜଣେ ହେଲେ ସରକାରୀ ଅଧିକାରୀ ଆମ ବିଲବାଡ଼ି ଦେଖିବାକୁ ଏଯାଏ ଆସିଲେନି। ଏମିତି କ’ଣ ଚାଷୀଙ୍କ ସହ ବ୍ୟବହାର କରାଯାଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଗଲା ୧୦-୧୫ ବର୍ଷ ଧରି ଆମେ ଏମିତି ଫସଲ ନଷ୍ଟ ଦେଖି ନ ଥିଲୁ। ଏବେ ବର୍ଷକ ଯାକ କେମିତି ଚଳିବୁ। ଝିଅପୁଅଙ୍କ ବାହାପୁଆଣି କେମିତି କରିବୁ ବୋଲି ଭଦ୍ରକ ଜିଲ୍ଲାର ଜଣେ ଚାଷୀ କାନ୍ଦ କାନ୍ଦ କଣ୍ଠରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ପାଣିପାଗର କୋରଡ଼ା ମାଡ଼ରେ ଖାଲି ବିଲରେ ଧାନ ଭିଜୁନାହିଁ; ଖଳାରୁ ଆରମ୍ଭ କରି ମଣ୍ଡି ଯାଏଁ ଚାଷୀଙ୍କ ଧାନ ଭିଜୁଛି। ଅନ୍ୟପଟେ ମିଲ୍‌ ମାଲିକମାନେ କଟ୍‌ନୀଛଟ୍‌ନୀକୁ ନେଇ ମନମାନୀ କରୁଥିବା ବେଳେ ଚାଷୀଙ୍କ ଧାନ ମଣ୍ଡିରୁ ଉଠିପାରୁ ନାହିଁ। ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସବୁ ମହଲରେ ଦୃଢ଼ ଦାବି ହେଉଥିବା ବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୟାନକୁ ନେଇ ରାଜ୍ୟବାସୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରାଜସ୍ୱ, କୃଷି, ସମବାୟ ଏବଂ ଏଭଳି ପରିସ୍ଥିତିରେ କ୍ଷେତ୍ରରେ ଯେଉଁ ବିଭାଗ ଗୁଡ଼ିକର ଭୂମିକା ରହିଛି, ସମସ୍ତେ ମିଳିତ ଭାବେ ବୈଠକ କରିବୁ। ଏ ବାବଦରେ ନିୟମାବଳୀ ମଧ୍ୟରେ କ’ଣ ହୋଇପାରିବ, ସେନେଇ ଚର୍ଚ୍ଚା ଏବଂ ଚିନ୍ତା କରିବୁ। ଏପରି ବିପର୍ଯ୍ୟୟ ସମୟରେ ଚାଷୀଙ୍କୁ ସହାୟତା କରିବା ପାଇଁ ଯାହା ବ୍ୟବସ୍ଥା ଅଛି, ସେହି ଅନୁଯାୟୀ ପଦକ୍ଷେପ ନେବୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ପାଇଁ ମନ୍ତ୍ରୀ ସିଧାସଳଖ କିଛି କହିନାହାନ୍ତି। ମାତ୍ର ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରୁଥିବା ବେଳେ ମନ୍ତ୍ରୀ ସହାୟତା ପାଇଁ ଚର୍ଚ୍ଚା, ଆଲୋଚନା କରାଯିବ ବୋଲି ମନ୍ତବ୍ୟ ଦେବା ଆଦୌ ଶୋଭନୀୟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ଅପରପକ୍ଷେ ସମବାୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଫସଲ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ ଉଦ୍ଦିଷ୍ଟ ପୋର୍ଟାଲ ଏବଂ ହେଲ୍ପଲାଇନ ନମ୍ବରରେ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଉଜୁଡ଼ା ଫସଲକୁ ଛାଡ଼ି ଚାଷୀ ବିଲରୁ ଘରକୁ ଆସୁନଥିବା ବେଳେ ଚାଷୀଙ୍କୁ ଏହି ୭୨ ଘଣ୍ଟିଆ ମହଲତ୍‌ ସେମାନଙ୍କ ପାଇଁ ଉପହାସ ନୁହେଁ ତ ଆଉ କ’ଣ ବୋଲି ସାଧାରଣରେ ମତପ୍ରକାଶ ପାଇଛିି। ସରକାର ଚାଷୀଙ୍କ ପାଇଁ କୌଣସି ଜଟିଳ ରାସ୍ତା ପ୍ରସ୍ତୁତ ନ କରି, ତୁରନ୍ତ ସେମାନେ ଯେପରି ସହାୟତା ପାଇପାରିବେ, ସେନେଇ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

ଉଜୁଡ଼ା ଫସଲ ଦେଖି ଜୀବନ ହାରିଲେ ଚାଷୀ, ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକଲା ବିଜେଡି

ଛତ୍ରପୁର ବ୍ଲକ ଅଧୀନ ବରଙ୍ଗ ଗାଁର ଜଣେ ଚାଷୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ (୬୪)। ଅଦିନିଆ ବର୍ଷାରେ ତାଙ୍କ ଧାନ ଫସଲ ପୂରା ନଷ୍ଟ ହୋଇଯିବାର ଦୁଃଖ ସହି ନପାରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ଗରିବ ବନମାଳୀଙ୍କ ଅଳ୍ପ ପରିମାଣର ନିଜସ୍ୱ ଚାଷ ଜମି ଥିବାରୁ ସେ ଗ୍ରାମର କେତେଜଣଙ୍କ ଜମିରେ ଭାଗଚାଷ କରି ଆସୁଥିଲେ। ଧାର କରଜ କରି ସେ ଏଥର ଧାନ ଫସଲ କରିଥିଲେ। କିନ୍ତୁ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷାରେ ତାଙ୍କ ପାଚିଲା ଧାନ ଜମିରେ ଭିଜି ଯାଇଥିଲା। ଏହାକୁ ଉଦ୍ଧାର କରିବାକୁ ବନମାଳି ୨/୩ ଦିନ ହେଲା ଚେଷ୍ଟା ଚଳାଇଥିଲେ। କିନ୍ତୁ ମଙ୍ଗଳବାରଠାରୁ ପୁଣିଥରେ ଲଗାଣ ବର୍ଷା ହେବାରୁ ତାଙ୍କର ସବୁତକ ଫସଲ ଉଜୁଡ଼ି ଯାଇଥିଲା। ଏହା ଦେଖି ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଧାରକରଜ କିପରି ଶୁଝିବେ, ସେହି ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କର ଭଉଣୀ ଅପସରା ପ୍ରଧାନ ଅଭିଯୋଗ କରିଛନ୍ତି। ଖବର ପାଇ ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ, ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ସ୍ମୃତି ଶୁଭଦର୍ଶନୀ ସାହୁ, ଏଆର୍‌ଆଇ ରାମଚନ୍ଦ୍ର ଦଳେଇ, ଛତ୍ରପୁର ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନ ମାର୍ଗ, ଗ୍ରାମ୍ୟ କୃଷି ଅଧିକାରୀ ନିହାରିକା ପଣ୍ଡା ଓ କୃଷି ଅଧିଦର୍ଶକ ଦୁର୍ଗା ପ୍ରଧାନ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବଚ୍ଛେଦ ପରେ ବନମାଳିଙ୍କ ଶବକୁ ପୁଲିସ୍‌ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

ସୂଚନାଯୋଗ୍ୟ, ବନମାଳୀଙ୍କ ୪ଟି ଝିଅ ଓ ଗୋଟିଏ ପୁଅ ବିବାହ କରି ସାରିଛନ୍ତି। ସେ ଚଳିତବର୍ଷ ପ୍ରାୟ ୫ ଏକର ଜମିରେ ଧାନ ଫସଲ ଭାଗ ହିସାବରେ ଚାଷ କରୁଥିଲେ। ଦୁଇଲକ୍ଷରୁ ଅଧିକା ଟଙ୍କା ଅନ୍ୟମାନଙ୍କଠାରୁ ଧାର କରଜ ଆଣି ଚାଷ କାର୍ଯ୍ୟ ଲଗାଇଥିଲେ।

ବିଜେଡିର ଏକ ପ୍ରତିନିଧିଦଳ ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କ ପରିବାରଲୋକଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି। ଜିଲ୍ଲା ବିଜେଡି ଉପସଭାପତି ଶଙ୍କର ପ୍ରସାଦ ଦାଶ କହିଛନ୍ତି ଯେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ବର୍ଷଯାକର ପରିଶ୍ରମ ଉଜୁଡ଼ି ଯାଇଥିବା ବେଳେ ସରକାରଙ୍କ ନିରବତା ଯୋଗୁଁ ଆଜି ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ବିମଳ କୁମାର ପଣ୍ଡା, ଟି. ଚନ୍ଦ୍ରଶେଖର ଓ କିଶୋର ବେହେରା ଉପସ୍ଥିତ ଥିଲେ। ଅପରପକ୍ଷେ, ତହସିଲଦାର ଦିବ୍ୟା ମହାନ୍ତି ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ରେଡକ୍ରସ୍‌ ତରଫରୁ ନଗଦ ୬୦ ହଜାର ଟଙ୍କା ଏବଂ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି।

27 Dec 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର