ମନୋରଞ୍ଜନ
ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ରସକୁଦୀ ପରିସରରେ ବ୍ଳକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗ୍ରୀନ ପାରିକୁଦ ଏବଂ ପାରିକୁଦ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନ ପାରିକୁଦର ବରିଷ୍ଠ ସଦସ୍ୟା ଅମିତା ତରେଇଙ୍କ ନେତୃତ୍ୱରେ ବଡ଼ଅଁଳ ପଞ୍ଚାୟତ ସରପଞ୍ଚ ବୀଣାପାଣି ପ୍ରଧାନ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ବକ୍ତବ୍ୟ […]
କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ରସକୁଦୀ ପରିସରରେ ବ୍ଳକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗ୍ରୀନ ପାରିକୁଦ ଏବଂ ପାରିକୁଦ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନ ପାରିକୁଦର ବରିଷ୍ଠ ସଦସ୍ୟା ଅମିତା ତରେଇଙ୍କ ନେତୃତ୍ୱରେ ବଡ଼ଅଁଳ ପଞ୍ଚାୟତ ସରପଞ୍ଚ ବୀଣାପାଣି ପ୍ରଧାନ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ ।
ତତ ସଙ୍ଗେ ସଙ୍ଗେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା ଙ୍କ ନାମରେ ଗୋଟିଏ ଗଛ ଲଗେଇବା ସକାଶେ ଆହ୍ୱାନ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଗ୍ରାମରେ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ । ବିଦ୍ୟାଳୟ ପରିସରରେ ଅଁଳା,ବେଲ, ଆମ୍ବ,ଡାଲିମ୍ବ ଭଳି ବିଭିନ୍ନ କିସମର ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୁନ ହେମ୍ବ୍ରମ, ପୂର୍ବତନ ସରପଞ୍ଚ କୁମାର ସିଂହ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସିଂହ ସାମନ୍ତ, ସାମାଜିକ କର୍ମୀ ବିଷ୍ଣୁ ଚରଣ ବେହେରା, ପ୍ରଶାନ୍ତ ନନ୍ଦ, ସଂଗଠନର ମୀନାରାଣୀ ସାହୁ, ପ୍ରଭାତୀ ପାହାଣ, ଧୂଶାସନ ତରେଇ, ନକୁଳ ସୁନ୍ଦରା, ବନରକ୍ଷୀ ତ୍ରିଲୋଚନ ମହାରଣା, ସୁରକ୍ଷା କର୍ମୀ ଲଲାଟ ସ୍ୱାଇଁ, ଜୟନ୍ତ କୁମାର ଜେନା, ପବିତ୍ର କୁମାର ସେଠୀ, ସାଧୁ ଚରଣ ସାହୁ, ସୁରଥ ଜେନା ପ୍ରମୁଖ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।