ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ, ସୁଚାରୁ ରୂପେ ପରିଚାଳନା ପାଇଁ ପରାମର୍ଶ

The Sakala Picture
Published On

ପୁରୀ: ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା ଜୁନ୍‌ ୧୧ ତାରିଖରେ ଅନୁଷ୍ଠିତ ହେବ। ତାହାର ପରଦିନଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ। ସ୍ନାନଯାତ୍ରା ଓ ଅଲାରନାଥଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସଦ୍‌ଭାବନା ସଭାଗୃହଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୂର୍ବରୁ ଏକାଧିକ ବୈଠକ ମାଧ୍ୟମରେ ସ୍ନାନଯାତ୍ରା, ଅଲାରନାଥ ଦର୍ଶନ ଓ ରଥଯାତ୍ରାକୁ ସୁଚାରୁ ରୂପେ ପରିଚାଳନା […]

ପୁରୀ: ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା ଜୁନ୍‌ ୧୧ ତାରିଖରେ ଅନୁଷ୍ଠିତ ହେବ। ତାହାର ପରଦିନଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ। ସ୍ନାନଯାତ୍ରା ଓ ଅଲାରନାଥଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସଦ୍‌ଭାବନା ସଭାଗୃହଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୂର୍ବରୁ ଏକାଧିକ ବୈଠକ ମାଧ୍ୟମରେ ସ୍ନାନଯାତ୍ରା, ଅଲାରନାଥ ଦର୍ଶନ ଓ ରଥଯାତ୍ରାକୁ ସୁଚାରୁ ରୂପେ ପରିଚାଳନା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାହାର ନିର୍ଯ୍ୟାସ ଆଧାରରେ ସମସ୍ତ ବିଭାଗ ସେମାନଙ୍କ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଯେଭଳି ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନେ ଭଲ ଭାବେ ମହାପ୍ରଭୁଙ୍କ ଦର୍ଶନ କରନ୍ତି ଓ ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରାପ୍ତ ହୁଅନ୍ତି ସେଥିପାଇଁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱେଚ୍ଛାସେବୀ ନିୟୋଜନ, ଅଗ୍ନି ନିର୍ବାପକ ଓ ଜଳ ସିଞ୍ଚନ ବ୍ୟବସ୍ଥା ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଏସ୍‌ପି ବିନୀତ ଅଗ୍ରୱାଲ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଉପଜିଲ୍ଲାପାଳ ରାଜକିଶୋର ଜେନା, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅଲାରନାଥ ମନ୍ଦିର ସେବାୟତ ବୃନ୍ଦ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଧାର୍ଯ୍ୟ ସମୟ ଅନୁସାରେ ନୀତିକାନ୍ତି ସମ୍ପର୍ଣ୍ଣ ପାଇଁ ସେବାୟତମାନଙ୍କୁ ଅନୁରୋଧ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର