ପାରିକୁଦ ମହୋତ୍ସବରେ ମନମୋହିଲା ଗୋଟିପୁଅ ନୃତ୍ୟ

Sakala Desk Picture
Published On

କୃଷ୍ଣପ୍ରସାଦ: ‎ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବାଲିଗୋଠ ମେଳଣ ପଡିଆରେ ଦ୍ୱିତୀୟ ବାର୍ଷିକ ପାରିକୁଦ ମହୋତ୍ସବ ଉଦଘାଟନ ହୋଇଛି। ଏହି ମହୋତ୍ସବରେ ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି ଯେ, ଏହି ପୀଠରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଥାଏ। ପାଟ ପଟୁଆରରେ ୪୨ ମୌଜାରୁ ୧୬ ଠାକୁର ଆସି ଏହି ପୀଠରେ ପହଞ୍ଚି ନିଜ ଆସନ ଅଳଙ୍କୃତ କରିଥାନ୍ତି। ଠାକୁରଙ୍କୁ ଅଲଣ୍ଡା ଏବଂ ପାରିକୁଦ ଗଡ଼ରେ ଦଧିବାମନ ସମସ୍ତ ଠାକୁରଙ୍କୁ ନିମନ୍ତ୍ରଣ କରିଥାନ୍ତି। ଠାକୁରଙ୍କ ପ୍ରତିନିଧି ଭାବେ ୪୨ମୌଜା ସଭାପତି କୈଳାଶ ଚନ୍ଦ୍ର ପଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ଜେନା ନିମନ୍ତ୍ରଣ ନେଇ ଥିଲେ। ଦିବା ୨ଘଣ୍ଟା ସମୟରେ ସମସ୍ତ ଠାକୁର ପଡିଆରେ ବିଜେ କରିଥିଲେ। ପାରିକୁଦ ରାଜା ସାହେବ ସନ୍ତୋଷ କୁମାର ମାନସିଂହ ବିଗ୍ରହ ମାନଙ୍କ ଦର୍ଶନ କରିଥିଲେ। ଏହି ମହୋତ୍ସବରେ ସମ୍ପାଦକ ପ୍ରଶାନ୍ତ କୁମାର ପଲେଇ, କୋଷାଧକ୍ଷ ମୋଚିରାମ ନାୟକ, ବାବୁଲା ନାୟକ, ପ୍ରାଣନାଥ ପଲେଇ, ଅଜୟ କୁମାର ପଲେଇ, ଲଷ୍ମୀଧର ସାହୁ ପ୍ରମୁଖ ବହୁ ଶିକ୍ଷାବିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। 

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ

Parikud-mahotsav

ଆହୁରି ପଢ଼ନ୍ତୁ: ଗଲ୍ଫରେ ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଗଞ୍ଜାମର ମାଣିକପୁର ଗାଁରେ ଆତଙ୍କିତ ପରିବାର

ସନ୍ଧ୍ୟାରେ ପାରମ୍ପରିକ ସମରକଳା ପାଇକ ପରିବେଷଣ ହୋଇଥିଲା। ପାଇକ ପରେ ଗୋଟିପୁଅ ନୃତ୍ୟ ହଜାର ହଜାର ଦର୍ଶକ ଙ୍କ ମନ ମୋହିଥିଲା। ରାତ୍ରିରେ ମନୋରଞ୍ଜନ ନିମନ୍ତେ ମାଗଣା ରେ ଏକ ଗଣନାଟ୍ୟ ନାଟ୍ୟ ପରିବେଷଣ କରିଥିଲେ। ଏହି ମହୋତ୍ସବ ୪ ଦିନ ଧରି ଚାଲିବା ଜଣାପଡ଼ିଛି। ହଜାର ହଜାର ଭକ୍ତଙ୍କ ତୃଷା ମେଣ୍ଟାଇବା ପାଇଁ କ୍ୟାବିନେଟ ଗୃପ ଅଲଣ୍ଡା ଙ୍କ ତରଫରୁ ଟଙ୍କ ତୋରାଣିର ବ୍ୟବସ୍ଥା ମଧ୍ୟ ହୋଇଥିଲୁ ।ସମସ୍ତ ଠାକୁର ଙ୍କ ପ୍ରତିଦିନ ର ନିତି ସେହିଠାରେ କରାଯିବ ବୋଲି ପୂଜକ ମାନେ ପ୍ରକାଶ କରିଛନ୍ତି। ବିଭିନ୍ନ ଜିଲାରୁ ଏବଂ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହୋଇଛି। ଶୃଙ୍ଖଳା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଅସୟୋଜକ ମାନେ କହିଛନ୍ତି। 

ଆହୁରି ପଢ଼ନ୍ତୁ: କାଲି ନିଜ ଜନ୍ମକଲା ୨ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମାଆ

Gottipu-dance-at-Parikud-festival

20 Mar 2026 By Sakala Desk

ପାରିକୁଦ ମହୋତ୍ସବରେ ମନମୋହିଲା ଗୋଟିପୁଅ ନୃତ୍ୟ

କୃଷ୍ଣପ୍ରସାଦ: ‎ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବାଲିଗୋଠ ମେଳଣ ପଡିଆରେ ଦ୍ୱିତୀୟ ବାର୍ଷିକ ପାରିକୁଦ ମହୋତ୍ସବ ଉଦଘାଟନ ହୋଇଛି। ଏହି ମହୋତ୍ସବରେ ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି ଯେ, ଏହି ପୀଠରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଥାଏ। ପାଟ ପଟୁଆରରେ ୪୨ ମୌଜାରୁ ୧୬ ଠାକୁର ଆସି ଏହି ପୀଠରେ ପହଞ୍ଚି ନିଜ ଆସନ ଅଳଙ୍କୃତ କରିଥାନ୍ତି। ଠାକୁରଙ୍କୁ ଅଲଣ୍ଡା ଏବଂ ପାରିକୁଦ ଗଡ଼ରେ ଦଧିବାମନ ସମସ୍ତ ଠାକୁରଙ୍କୁ ନିମନ୍ତ୍ରଣ କରିଥାନ୍ତି। ଠାକୁରଙ୍କ ପ୍ରତିନିଧି ଭାବେ ୪୨ମୌଜା ସଭାପତି କୈଳାଶ ଚନ୍ଦ୍ର ପଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ଜେନା ନିମନ୍ତ୍ରଣ ନେଇ ଥିଲେ। ଦିବା ୨ଘଣ୍ଟା ସମୟରେ ସମସ୍ତ ଠାକୁର ପଡିଆରେ ବିଜେ କରିଥିଲେ। ପାରିକୁଦ ରାଜା ସାହେବ ସନ୍ତୋଷ କୁମାର ମାନସିଂହ ବିଗ୍ରହ ମାନଙ୍କ ଦର୍ଶନ କରିଥିଲେ। ଏହି ମହୋତ୍ସବରେ ସମ୍ପାଦକ ପ୍ରଶାନ୍ତ କୁମାର ପଲେଇ, କୋଷାଧକ୍ଷ ମୋଚିରାମ ନାୟକ, ବାବୁଲା ନାୟକ, ପ୍ରାଣନାଥ ପଲେଇ, ଅଜୟ କୁମାର ପଲେଇ, ଲଷ୍ମୀଧର ସାହୁ ପ୍ରମୁଖ ବହୁ ଶିକ୍ଷାବିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। 

Parikud-mahotsav

ସନ୍ଧ୍ୟାରେ ପାରମ୍ପରିକ ସମରକଳା ପାଇକ ପରିବେଷଣ ହୋଇଥିଲା। ପାଇକ ପରେ ଗୋଟିପୁଅ ନୃତ୍ୟ ହଜାର ହଜାର ଦର୍ଶକ ଙ୍କ ମନ ମୋହିଥିଲା। ରାତ୍ରିରେ ମନୋରଞ୍ଜନ ନିମନ୍ତେ ମାଗଣା ରେ ଏକ ଗଣନାଟ୍ୟ ନାଟ୍ୟ ପରିବେଷଣ କରିଥିଲେ। ଏହି ମହୋତ୍ସବ ୪ ଦିନ ଧରି ଚାଲିବା ଜଣାପଡ଼ିଛି। ହଜାର ହଜାର ଭକ୍ତଙ୍କ ତୃଷା ମେଣ୍ଟାଇବା ପାଇଁ କ୍ୟାବିନେଟ ଗୃପ ଅଲଣ୍ଡା ଙ୍କ ତରଫରୁ ଟଙ୍କ ତୋରାଣିର ବ୍ୟବସ୍ଥା ମଧ୍ୟ ହୋଇଥିଲୁ ।ସମସ୍ତ ଠାକୁର ଙ୍କ ପ୍ରତିଦିନ ର ନିତି ସେହିଠାରେ କରାଯିବ ବୋଲି ପୂଜକ ମାନେ ପ୍ରକାଶ କରିଛନ୍ତି। ବିଭିନ୍ନ ଜିଲାରୁ ଏବଂ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହୋଇଛି। ଶୃଙ୍ଖଳା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଅସୟୋଜକ ମାନେ କହିଛନ୍ତି। 

Gottipu-dance-at-Parikud-festival

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର