ଇରାନ ଯୁଦ୍ଧ ପରେ ତୈଳ ଓ ଗ୍ୟାସ ଯୋଗାଣ ପାଇଁ ନେତାନ୍ୟାହୁଙ୍କ ନୂଆ ପ୍ଲାନ୍: ହର୍ମୁଜ୍‌ ପ୍ରଣାଳୀରୁ ମିଳିବ ମୁକ୍ତି!

Suryakanta Picture
Published On

ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବଡ଼ ଘୋଷଣା କରିଛନ୍ତି। ବିଶ୍ୱସ୍ତରରେ ତୈଳ ଏବଂ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି କରୁଥିବା ଇରାନର ଚେତାବନୀ ପରେ, ନେତନ୍ୟାହୁ ମଧ୍ୟପ୍ରାଚ୍ୟର ତୈଳ ଏବଂ ଗ୍ୟାସକୁ ଇସ୍ରାଏଲ୍ ଦେଇ ପ୍ରବାହିତ କରିବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ହୋରମୁଜ୍ ପ୍ରଣାଳୀର ବିକଳ୍ପ ଖୋଜୁଛି ଇସ୍ରାଏଲ୍

ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଯୋଗାଣ ହର୍ମୁଜ୍‌ ପ୍ରଣାଳୀ (Strait of Hormuz) ଦେଇ ହୋଇଥାଏ। ଇରାନ ସହିତ ଯୁଦ୍ଧ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ବାଣିଜ୍ୟ ବର୍ତ୍ତମାନ ବିପଦରେ ପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀରେ ନେତନ୍ୟାହୁ କହିଛନ୍ତି ଯେ, ଆରବ ଉପଦ୍ୱୀପ ଦେଇ ପଶ୍ଚିମ ଆଡ଼କୁ ଅର୍ଥାତ୍ ଇସ୍ରାଏଲ୍ ଏବଂ ଏହାର ଭୂମଧ୍ୟସାଗରୀୟ ବନ୍ଦରଗୁଡ଼ିକ ପର୍ଯ୍ୟନ୍ତ ତୈଳ ଓ ଗ୍ୟାସ୍ ପାଇପଲାଇନ୍ ବିଛାଇବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଇରାନର ଧମକ ଏବଂ 'ଚୋକ୍ ପଏଣ୍ଟ'ର ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଇରାନର ଗ୍ୟାସ୍ ଫିଲ୍ଡ ଉପରେ ଆକ୍ରମଣ ଓ ଟ୍ରମ୍ପଙ୍କ ନିବେଦନ

ନିକଟରେ ଇସ୍ରାଏଲ୍ ଇରାନର ପ୍ରମୁଖ ସାଉଥ୍ ପାର୍ସ ଗ୍ୟାସ୍ ଫିଲ୍ଡ (South Pars gas field) ଉପରେ ଆକ୍ରମଣ କରିଥିଲା, ଯାହା ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଯୁଦ୍ଧ ଆରମ୍ଭ ହେବା ପରଠାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ୪୦% ରୁ ୬୦% ବୃଦ୍ଧି ପାଇଛି। ଇନ୍ଧନ ଦର ବୃଦ୍ଧି କାରଣରୁ ରାଜନୈତିକ ଚାପର ସମ୍ମୁଖୀନ ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭବିଷ୍ୟତରେ ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ନକରିବାକୁ ଇସ୍ରାଏଲକୁ ଅନୁରୋଧ କରିଛନ୍ତି। ନେତନ୍ୟାହୁ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଇସ୍ରାଏଲ ଏକାକୀ ଏହି ଆକ୍ରମଣ କରିଥିଲା ଏବଂ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ସେମାନେ ପରବର୍ତ୍ତୀ ଆକ୍ରମଣରୁ ନିବୃତ୍ତ ରହିବେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଇରାନର ପରମାଣୁ କ୍ଷମତା ନେଇ ନେତନ୍ୟାହୁଙ୍କ ବଡ଼ ଦାବି

ଏହି ସମ୍ମିଳନୀରେ ବେଞ୍ଜାମିନ୍ ନେତନ୍ୟାହୁ ଏକ ବଡ଼ ଦାବି କରି କହିଛନ୍ତି ଯେ ଇରାନ ପାଖରେ ଆଉ ୟୁରାନିୟମ୍ ସମୃଦ୍ଧ କରିବା କିମ୍ବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିର୍ମାଣ କରିବାର କ୍ଷମତା ନାହିଁ। ତେବେ ତାଙ୍କର ଏହି ଦାବିକୁ ଜାତିସଂଘର ପରମାଣୁ ନିରୀକ୍ଷକ ସଂସ୍ଥା ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ଖଣ୍ଡନ କରିଛି। ସଂସ୍ଥାର ମୁଖ୍ୟ ରାଫେଲ ଗ୍ରୋସିଙ୍କ କହିବା ଅନୁଯାୟୀ, ଇରାନର ପରମାଣୁ ସମୃଦ୍ଧ କ୍ଷମତାର ଏକ ବଡ଼ ଅଂଶ ଏବେ ମଧ୍ୟ ସୁରକ୍ଷିତ ରହିଛି ଏବଂ ସେମାନଙ୍କ ପାଖରେ ଏହି ଜ୍ଞାନକୌଶଳ ବଜାୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର