ମାସ ମାସ ହେଲା ମଣ୍ଡିରୁ ଉଠୁନି ଧାନ, ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

Madhusudan Das Picture
Published On

ଚାନ୍ଦବାଲି : ମାସ ମାସ ଧରି ମଣ୍ଡିରୁ ଉଠୁନି ଧାନ । ଧାନ ରଖିବାକୁ ମଣ୍ଡିରେ ନାହିଁ ଜାଗା । ଯେତେ ଗୁହାରି କଲେ ବି ଶୁଣୁନି ପ୍ରଶାସନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଳକର ଚାରିତରଫ ସେବା ସମବାୟ ସମିତିରେ । ଉକ୍ତ ସମବାୟ ସମିତିରେ ପ୍ରାୟ ୯ ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପଡି ରହିଥିବା ବେଳେ ଆହୁରି ୪ ହଜାର କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ଅଛନ୍ତି ଚାଷୀ । ମାତ୍ର ମିଲରଙ୍କ ମାନମାନି ଯୋଗୁଁ ମଣ୍ଡିରୁ ଉଠିପାରୁନି ଧାନ । 

ଆହୁରି ପଢ଼ନ୍ତୁ: ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଛନ୍ତି ବହୁ ଓଡ଼ିଆ ଶ୍ରମିକ

ଦୀର୍ଘ ଦିନ ହେବ ମଣ୍ଡିରୁ ଧାନ ନ ଉଠିବାରୁ ଧାନ ଟଙ୍କା ବି ପାଇ ପାରୁନାହାନ୍ତି ଚାଷୀ । ସମସ୍ୟା ସଂପର୍କରେ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ବି ଫଳ ଶୂନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ବସି ରହିଛନ୍ତି ଶହ ଶହ ଚାଷୀ । ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିବାର ବ୍ୟବସ୍ଥା ପ୍ରଶାସନ ନ କରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବଢ଼ିଲା CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା, ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

20 Mar 2026 By Madhusudan Das

ମାସ ମାସ ହେଲା ମଣ୍ଡିରୁ ଉଠୁନି ଧାନ, ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

ଚାନ୍ଦବାଲି : ମାସ ମାସ ଧରି ମଣ୍ଡିରୁ ଉଠୁନି ଧାନ । ଧାନ ରଖିବାକୁ ମଣ୍ଡିରେ ନାହିଁ ଜାଗା । ଯେତେ ଗୁହାରି କଲେ ବି ଶୁଣୁନି ପ୍ରଶାସନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଳକର ଚାରିତରଫ ସେବା ସମବାୟ ସମିତିରେ । ଉକ୍ତ ସମବାୟ ସମିତିରେ ପ୍ରାୟ ୯ ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପଡି ରହିଥିବା ବେଳେ ଆହୁରି ୪ ହଜାର କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ଅଛନ୍ତି ଚାଷୀ । ମାତ୍ର ମିଲରଙ୍କ ମାନମାନି ଯୋଗୁଁ ମଣ୍ଡିରୁ ଉଠିପାରୁନି ଧାନ । 

ଦୀର୍ଘ ଦିନ ହେବ ମଣ୍ଡିରୁ ଧାନ ନ ଉଠିବାରୁ ଧାନ ଟଙ୍କା ବି ପାଇ ପାରୁନାହାନ୍ତି ଚାଷୀ । ସମସ୍ୟା ସଂପର୍କରେ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ବି ଫଳ ଶୂନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ବସି ରହିଛନ୍ତି ଶହ ଶହ ଚାଷୀ । ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିବାର ବ୍ୟବସ୍ଥା ପ୍ରଶାସନ ନ କରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର