ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ

Madhusudan Das Picture
Published On

ଭୁବନେଶ୍ୱର CRP ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ନିଆଁ ଲିଭାଇବାକୁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ନିଆଁ ଲାଗି ମେଡିସିନ ଦୋକାନ, ପ୍ଲାଷ୍ଟିକ ଦୋକାନ, ବହି ଦୋକାନ, ଗିଫ୍ଟ ଆଇଟମ ଦୋକାନ ଆଦି ଛାରଖାର ହୋଇଛି। 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସୂଚନା ଅନୁସାରେ, ମାକେର୍ଟ କମ୍ପ୍ଲେକ୍ସରେ ଥିବା ପ୍ରଥମ ମହଲାରେ ଥିବା ଏକାଧିକ ଦୋକାନରେ ନିଆଁ ବ୍ୟାପି ଯାଇଥିଲା। ଭିତରେ ଥିବା ସମସ୍ତ ଦୋକାନୀ ବାହାରକୁ ଦୌଡ଼ିଥିଲେ। ଏନେଇ ଅଗ୍ନିଶମ ବାହିନୀ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଜଣାପଡିଛି। ଫାୟାର ଫାଇଟ୍ ଟିମ୍ ନିଆଁକୁ ଆୟତ୍ତ କରିବକୁ ଉଦ୍ୟମ ଜାରି ରଖିଛି। ମାର୍କେଟ୍ କମ୍ପ୍ଲେକ୍ସ କିଛି ଗୋଦାମ ଘର ଥିବା ଜୋରଦାର ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପକ୍ଷରୁ ପାଣିମାଡ଼ କରାଯାଇଛି। ପ୍ରବଳ ଧୂଆଁ ଯୋଗୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଛି। ଅନେକ ଦୋକାନୀଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ୪ ତାଲା ବିଶିଷ୍ଟ କୋଠାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡ଼ ବଡ଼ ପାଣି ଟ୍ୟାଙ୍କରରୁ ପାଣି ମାଡ଼ କରାଯାଇଛି। ଏକ ଖେଳନା ଦୋକାନରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୪ଟି ଫାୟାର ଟିମ ଅଗ୍ନିକାଣ୍ଡ ରୋକିବାରେ ନିୟୋଜିତ ହୋଇଛନ୍ତି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ମାର୍କେଟ କମ୍ପ୍ଲେକ୍ସରେ ନିରାପତ୍ତା ଲାଗି ଅଗ୍ନିଶମ ବ୍ୟବସ୍ଥା ଥିଲା କି ନାହିଁ ତାହା ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର