ମଝି ଚିଲିକାରେ ବାଟବଣା ହେଲା ସରକାରୀ ଭସାପୋଲ: ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଉଦ୍ଧାର

Tapas Ranjan Nanda Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅଞ୍ଚଳରେ ଲାଗିରହିଥିବା କାଳବୈଶାଖୀ ପ୍ରଭାବରେ ଏକ ବଡ଼ ଅଘଟଣ ଘଟିଯାଇଛି। ସନ୍ଧ୍ୟା ସମୟରେ ସାତପଡ଼ା ଘାଟରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ସରକାରୀ ଭସାପୋଲ ଦିଗହରା ହୋଇ ମଝି ଚିଲିକାରେ ବାଟବଣା ହୋଇଯାଇଥିଲା। ଫଳରେ ଏଥିରେ ଥିବା ୫୦ରୁ ଅଧିକ ଯାତ୍ରୀ ଏବଂ ବହୁ ଯାନବାହନ ଦୀର୍ଘ ସମୟ ଧରି ପାଣିରେ ଫସି ରହିଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

କାଳବୈଶାଖୀ ଯୋଗୁଁ ବିଗିଡ଼ିଲା ସ୍ଥିତି

ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ପାଗ ଖରାପ ରହିଛି। ଭସାପୋଲଟି ଯାତ୍ରା କରୁଥିବା ସମୟରେ ହଠାତ୍ ପବନ ଓ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। କାଳବୈଶାଖୀ ଜନିତ ଅନ୍ଧକାର କାରଣରୁ ଭସାପୋଲର ଚାଳକ ଦିଗ ନିର୍ଣ୍ଣୟ କରିବାରେ ବିଫଳ ହୋଇଥିଲେ। ନିଜର ଗନ୍ତବ୍ୟସ୍ଥଳକୁ ଯାଇନପାରି ଏହି ଭସାପୋଲଟି ମଇଁଷା ବ୍ରହ୍ମପୁର ଗାଁ ନିକଟରେ ଅଟକି ରହିଥିଲା। ସୂଚନା ଅନୁଯାୟୀ, ଏହି ଭସାପୋଲରେ ଯାତ୍ରୀଙ୍କ ସମେତ ୫ଟି କାର୍ ଏବଂ ୧୦ଟି ବାଇକ୍ ମଧ୍ୟ ରହିଥିଲା। ଚତୁର୍ଦ୍ଦିଗରେ ଘନ ଅନ୍ଧକାର ଓ ପାଣି ଘେରି ରହିଥିବାରୁ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ହୋଇ ମୋବାଇଲ୍ ଫୋନ୍ ଯୋଗେ ପ୍ରଶାସନକୁ ଉଦ୍ଧାର ପାଇଁ ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

ପୋଲିସ ଓ ପ୍ରଶାସନର ତ୍ୱରିତ ପଦକ୍ଷେପ

ଖବର ପାଇବା ମାତ୍ରେ କୃଷ୍ଣପ୍ରସାଦ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପାଣିପାଗ ଖରାପ ଏବଂ ରାତିର ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ପ୍ରାରମ୍ଭିକ ବାଧା ଉପୁଜିଥିଲେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ସହାୟତାରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିଲା। ବିଳମ୍ବିତ ରାତିରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ଯାତ୍ରୀ ଏବଂ ମୋଟରସାଇକେଲ୍ ଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ, ଅର୍ଥାତ୍ ଆଜି ସକାଳେ ଭସାପୋଲଟିକୁ ଜହ୍ନିକୁଦା ପେଣ୍ଠ ଜେଟି ନିକଟକୁ ଅଣାଯାଇ ସେଥିରେ ଥିବା କାର୍ ଗୁଡ଼ିକୁ ମଧ୍ୟ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦୦୦ କେଜି ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର