କୃଷ୍ଣପ୍ରସାଦରେ ଉତ୍ସାହର ସହ ସାଧାରଣତନ୍ତ୍ର ଦିବସ ପାଳିତ: ବିଭିନ୍ନ ଅନୁଷ୍ଠାନରେ ଉଡିଲା ତ୍ରିରଙ୍ଗା

Sakala Desk Picture
Published On

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

republic-day-celebration-krushnaprasad-block-puri

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

ବୁଦ୍ଧିବର ପଞ୍ଚାୟତର ବୁଦ୍ଧିବର ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ଏବଂ ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳନା କମିଟିର ସଦସ୍ୟମାନେ ଏକତ୍ରିତ ହୋଇ ପ୍ରାତଃ ସମୟରୁ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ବୁଦ୍ଧିବର ଉନ୍ନିତ ପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସହକାରୀ ଶିକ୍ଷକ ବୁଦ୍ଧଦେବ ତରେଇ, ଶୁଶାନ୍ତ କୁମାର ପ୍ରଧାନ, ପ୍ରିୟଦର୍ଶିନୀ ଜେନା ଏବଂ ସ୍କୁଲ ସଭାପତି ରମେଶ ଚନ୍ଦ୍ର ତରେଇ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

republic-day-celebration-krushnaprasad-block-puri2

ସେହିପରି ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ସଭାପତି ଅଭିମନ୍ୟୁ ତରେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ବିଦ୍ୟାଧର ସ୍ୱାଇଁ, କ୍ରୀଡା ଶିକ୍ଷକ ପଞ୍ଚାନନ ଜେନା ଓ ଦୈତାରି ବିଶ୍ବାଳଙ୍କ ସମେତ ପରିଚାଳନା କମିଟି ସହଯୋଗ କରିଥିଲେ। ବୁଦ୍ଧିବର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ପତାକା ଉତ୍ତୋଳନ କରିଥିବାବେଳେ ସରପଞ୍ଚଙ୍କ ପ୍ରତିନିଧି ବୁଦ୍ଧଦେବ ବିଶ୍ବାଳ, ସମସ୍ତ ଏସ.ଜି ଗ୍ରୁପ ଓ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ।

ସିଆଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ବାବୁଲା ନାୟକ, ସମିତି ସଭ୍ୟ ଲଳିତ କୁମାର ତରେଇ, ରାମଚନ୍ଦ୍ର ବିଶ୍ବାଳ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଏ.ଡି.ଓ ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

27 Jan 2026 By Sakala Desk

କୃଷ୍ଣପ୍ରସାଦରେ ଉତ୍ସାହର ସହ ସାଧାରଣତନ୍ତ୍ର ଦିବସ ପାଳିତ: ବିଭିନ୍ନ ଅନୁଷ୍ଠାନରେ ଉଡିଲା ତ୍ରିରଙ୍ଗା

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା।

republic-day-celebration-krushnaprasad-block-puri

ବୁଦ୍ଧିବର ପଞ୍ଚାୟତର ବୁଦ୍ଧିବର ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ଏବଂ ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳନା କମିଟିର ସଦସ୍ୟମାନେ ଏକତ୍ରିତ ହୋଇ ପ୍ରାତଃ ସମୟରୁ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ବୁଦ୍ଧିବର ଉନ୍ନିତ ପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସହକାରୀ ଶିକ୍ଷକ ବୁଦ୍ଧଦେବ ତରେଇ, ଶୁଶାନ୍ତ କୁମାର ପ୍ରଧାନ, ପ୍ରିୟଦର୍ଶିନୀ ଜେନା ଏବଂ ସ୍କୁଲ ସଭାପତି ରମେଶ ଚନ୍ଦ୍ର ତରେଇ ସହଯୋଗ କରିଥିଲେ।

republic-day-celebration-krushnaprasad-block-puri2

ସେହିପରି ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ସଭାପତି ଅଭିମନ୍ୟୁ ତରେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ବିଦ୍ୟାଧର ସ୍ୱାଇଁ, କ୍ରୀଡା ଶିକ୍ଷକ ପଞ୍ଚାନନ ଜେନା ଓ ଦୈତାରି ବିଶ୍ବାଳଙ୍କ ସମେତ ପରିଚାଳନା କମିଟି ସହଯୋଗ କରିଥିଲେ। ବୁଦ୍ଧିବର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ପତାକା ଉତ୍ତୋଳନ କରିଥିବାବେଳେ ସରପଞ୍ଚଙ୍କ ପ୍ରତିନିଧି ବୁଦ୍ଧଦେବ ବିଶ୍ବାଳ, ସମସ୍ତ ଏସ.ଜି ଗ୍ରୁପ ଓ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ।

ସିଆଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ବାବୁଲା ନାୟକ, ସମିତି ସଭ୍ୟ ଲଳିତ କୁମାର ତରେଇ, ରାମଚନ୍ଦ୍ର ବିଶ୍ବାଳ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଏ.ଡି.ଓ ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର