ଚିଲିକାରୁ ୨୦୦ ଏକର ବେଆଇନ ଘେରି ଉଚ୍ଛେଦ

The Sakala Picture
Published On

କୃଷ୍ଣପ୍ରସାଦ  : ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ମଙ୍ଗଳବାର ଖଟିଆକୁଦି କ, ଖ ବାହାର ଅଞ୍ଚଳରୁ ୨୦୦ ଏକର ଚିଲିକାରେ ହୋଇଥିବା ମାଟି ବନ୍ଧ ଓ ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି । ଘେରୀ ଉଚ୍ଛେଦରେ ବ୍ୟବହୃତ ସାମଗ୍ରୀ ଜାଲ, କିଳା, ବାଉଁଶ […]

କୃଷ୍ଣପ୍ରସାଦ  : ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ମଙ୍ଗଳବାର ଖଟିଆକୁଦି କ, ଖ ବାହାର ଅଞ୍ଚଳରୁ ୨୦୦ ଏକର ଚିଲିକାରେ ହୋଇଥିବା ମାଟି ବନ୍ଧ ଓ ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି । ଘେରୀ ଉଚ୍ଛେଦରେ ବ୍ୟବହୃତ ସାମଗ୍ରୀ ଜାଲ, କିଳା, ବାଉଁଶ ଆଦିକୁ ନିଆଁ ଲଗାଇ ନଷ୍ଟ କରାଯାଇଛି ।

ଆହୁରି ପଢ଼ନ୍ତୁ: ଡକ୍ଟର ମାୟାଧର ମାନସିଂହଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଆହୁରି ପଢ଼ନ୍ତୁ: ବଜ୍ରକୋଟ ଶିଶୁ ମନ୍ଦିରରେ ପଞ୍ଚମ କୁନି ବୈଜ୍ଞାନିକ ମେଳା ଅନୁଷ୍ଠିତ

ଏହି ଉଚ୍ଛେଦରେ କୃଷ୍ଣପ୍ରସାଦ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ଜ ଜେସିବ ମେସିନ ସହିତ ୩୦ ଜଣ ଶ୍ରମିକଙ୍କୁ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳା ଲାଗି କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀ ଭାବଗ୍ରାହୀ ରାଉତଙ୍କ ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ନିରୀକ୍ଷକ କୃଷ୍ଣପ୍ରସାଦ ଦିଲ୍ଲୀପ କୁମାର କିଶାନ, କୃଷ୍ଣପ୍ରସାଦ ଥାନା ଏଏସଆଇ ସୁବ୍ରତ କୁମାର ନାୟକ, ସୁପରଭାଇଜର ମୋହନ କୁମାର ସ୍ୱାଇଁ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜିପିଏସ ଅପରେଟର ପ୍ରମୁଖ ସହଯୋଗ କରିଥିଲେ । ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ତହସିଲଦାର ବିକାଶ ସେଠୀ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଅଧ୍ୟାପକ ଗଙ୍ଗାଧର ଦାଶଙ୍କ ଦ୍ୱାଦଶାହ କାର୍ଯ୍ୟ ସମ୍ପନ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp