ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଅନ୍ଧାରରେ ତଦନ୍ତ, ଅଦୃଶ୍ୟରେ ଅପରାଧୀ……

The Sakala Picture
Published On

ପୁରୀ : ଦୀର୍ଘ ୧୫ ଦିନ ଧରି ଜୀବନ ମରଣ ସହ ଯୁଝି ହେଉଥିବା ବଳଙ୍ଗା ପୀଡ଼ିତା ଶେଷରେ ହାରି ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତଦନ୍ତରୁ କିଛି ନିଷ୍କର୍ଷ ବାହାରି ନ ଥିବାବେଳେ ପୀଡ଼ିତା ଆଖି ବୁଜି ଦେଇଛନ୍ତି। ଏବେ ତଦନ୍ତ କୁଆଡେ଼ ଯିବ ତାହା ବଡ଼ ପ୍ରଶ୍ନ? ପୀଡ଼ିତାଙ୍କଠାରୁ ୪ ଥର ବୟାନ ରେକର୍ଡ ପରେ ବି ପୁଲିସ ଏବଂ […]

ପୁରୀ : ଦୀର୍ଘ ୧୫ ଦିନ ଧରି ଜୀବନ ମରଣ ସହ ଯୁଝି ହେଉଥିବା ବଳଙ୍ଗା ପୀଡ଼ିତା ଶେଷରେ ହାରି ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତଦନ୍ତରୁ କିଛି ନିଷ୍କର୍ଷ ବାହାରି ନ ଥିବାବେଳେ ପୀଡ଼ିତା ଆଖି ବୁଜି ଦେଇଛନ୍ତି। ଏବେ ତଦନ୍ତ କୁଆଡେ଼ ଯିବ ତାହା ବଡ଼ ପ୍ରଶ୍ନ? ପୀଡ଼ିତାଙ୍କଠାରୁ ୪ ଥର ବୟାନ ରେକର୍ଡ ପରେ ବି ପୁଲିସ ଏବଂ କ୍ରାଇମ୍‌ବ୍ରାଞ୍ଚ ୧୫ ଦିନ ମଧ୍ୟରେ ଏହି ଜଘନ୍ୟ କାଣ୍ଡ ଉପରୁ ପରଦା ହଟାଇପାରି ନାହିଁ। ଘଟଣାର ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇନାହାନ୍ତି। ଏହି ରହସ୍ୟମୟ ଘଟଣାର ସବୁଠୁ ବଳିଷ୍ଠ ପ୍ରତ୍ୟକ୍ଷଦର୍ଶୀ ନିଜେ ପୀଡ଼ିତା ହିଁ ଥିଲେ। ହେଲେ ତାଙ୍କ ବୟାନକୁ ନେଇ ନାନା ପ୍ରକାର ଚର୍ଚ୍ଚା ଆଲୋଚନା ହୋଇଛି। ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁ ନ ଥିବା ଖବର ଲୋକମୁଖରେ ପ୍ରଚାରିତ ହୋଇଛି। ତେଣୁ କ’ଣ ପାଇଁ ଜଣେ ନାବାଳିକାଙ୍କୁ ଜିଅନ୍ତା ପୋଡ଼ି ମାରିଦେବାକୁ ହୋଇଥିଲା ଉଦ୍ୟମ ତାହା ରହସ୍ୟରେ ହିଁ ରହିଯିବ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଡକ୍ଟର ମାୟାଧର ମାନସିଂହଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗାରେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଯେଉଁଠି ଥିଲେ ବି ଖୋଜି ଧରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ କହିଥିଲେ, ଅପରାଧୀଙ୍କୁ ଖୋଜି ବାହାର କରିବୁ, କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ। ଘଟଣାଦିନ ବଳଙ୍ଗାର ନୂଆ ଗୋପାଳପୁରରେ ପୁରୀ ଏସ୍‌ପି ପିନାକ ମିଶ୍ର ଏବଂ କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର ପହଞ୍ଚି ତଦନ୍ତ କରିଥିଲେ। ୧୯ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଏମ୍ସରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ମନୋରଞ୍ଜନ ସାହୁଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଥିଲା। ବିଏନ୍‌ଏସ୍‌ଏସ୍‌ ଧାରା-୧୮୦ ଅନୁଯାୟୀ ବୟାନ ରେକର୍ଡ କରାଯାଇଥିଲା। ଏହି ସମୟରେ ପୀଡ଼ିତାଙ୍କ ପରିବାର ଲୋକେ, ଡାକ୍ତର, ବଳଙ୍ଗା ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବଜ୍ରକୋଟ ଶିଶୁ ମନ୍ଦିରରେ ପଞ୍ଚମ କୁନି ବୈଜ୍ଞାନିକ ମେଳା ଅନୁଷ୍ଠିତ

୨୦ ତାରିଖରେ ବଳଙ୍ଗା ପୀଡ଼ିତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ କରାଯାଇଥିଲା। ସେହିପରି ବଳଙ୍ଗା ଗସ୍ତ କରିଥିଲେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ। ଡିଜି ଘଟଣାସ୍ଥଳ ପରିଦର୍ଶନ ପରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ତେରହଳ ଗ୍ରାମର ଦୁଃଖିଶ୍ୟାମ ସେନାପତିଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅବଗତ ହେବା ସହ ସାହିପଡ଼ିଶା ଲୋକଙ୍କ ସହିତ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଅଧ୍ୟାପକ ଗଙ୍ଗାଧର ଦାଶଙ୍କ ଦ୍ୱାଦଶାହ କାର୍ଯ୍ୟ ସମ୍ପନ୍ନ

୨୧ ତାରିଖରେ ଏହି ଘଟଣାକୁ ନେଇ ଜାତୀୟସ୍ତର ବେଶ୍‌ ଚର୍ଚ୍ଚା ହୋଇଥିଲା। କଂଗ୍ରେସର ଜାତୀୟ ନେତୃତ୍ୱମାନେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ବଳଙ୍ଗା ଘଟଣାକୁ ନେଇ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ‘ଆମେ ଲଜ୍ଜିତ’ ବୋଲି କହିଥିଲେ।

୨୪ ତାରିଖରେ ବଳଙ୍ଗା ନାବାଳିକା ପୋଡ଼ି ମାମଲା ନେଇ କ୍ରାଇମବ୍ରାଞ୍ଚର ୪ ଜଣିଆ ଦଳ ଦିଲ୍ଲୀ ଏମ୍‌ସରେ ପୀଡ଼ିତାର ବୟାନ ରେକର୍ଡ କରିଥିଲେ। ସ୍ୱତନ୍ତ୍ର ଟିମ୍‌ରେ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣ ଅଧିକାରୀଙ୍କ ସହ ଜଣେ ମାଜିଷ୍ଟ୍ରେଟ ଏବଂ ଜଣେ ଭିଡିଓଗ୍ରାଫର ରହିଥିଲେ।
୨୫ ତାରିଖରେ ନିମାପଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ପୀଡ଼ିତାଙ୍କ ସାଙ୍ଗ, ପିଉସୀ, ଦାଦା ଓ ଖୁଡ଼ୀଙ୍କର ବୟାନ ରେକର୍ଡ କାଯାଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବିଧିବଦ୍ଧ ଭାବେ ଏହି ୪ ଜଣଙ୍କର ନିଜସ୍ୱ ମତକୁ ଲିପିବଦ୍ଧ କରାଯାଇଥିଲା। ଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ବାପାଙ୍କର ମଧ୍ୟ ବୟାନ ରେକର୍ଡ ହୋଇଥିଲା। ୨୭ ତାରିଖରେ ଏମ୍ସରେ ପୀଡ଼ିତାଙ୍କର ତୃତୀୟଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ପୀଡ଼ିତାଙ୍କ ବାପା ଓ ପିଉସୀଙ୍କୁ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ପଚରାଉଚରା କରିଛି ପୁଲିସ।

୩୦ ତାରିଖରେ ଏମ୍ସରେ ପୀଡ଼ିତାଙ୍କର ତୃତୀୟଥର ବୟାନ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଏମ୍ସରେ ଥରେ ଏହିପରି ୪ ଥର ବୟାନ ରେକର୍ଡ କରିଥିଲା ପୁଲିସ। ଆଉ ଶେଷରେ ଆଜି ପୀଡ଼ିତା ଆଖି ବୁଜିଦେବା ପରେ ଏଥିରେ ଅନ୍ୟ କାହାରି ସମ୍ପୃକ୍ତି ନାହିଁ ବୋଲି କହି ସବୁ ଦୋଷ ପୀଡ଼ିତା ମୁଣ୍ଡରେ ଥୋପି ଦେଇଛି ପୁଲିସ। ଆଜି ପୀଡ଼ିତାଙ୍କ ମୃତ୍ୟୁ ଘୋଷଣା ପରେ ଓଡ଼ିଶା ପୁଲିସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇ କୁହାଯାଇଛି, ଆଜି ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ କାହାରି ସମ୍ପୃକ୍ତି ଥିବା ଜଣାପଡ଼ି ନାହିଁ।

ଗତ ୩୦ ତାରିଖରେ ପୁରୀ ଏସ୍‌ପି ପିନାକ ମିଶ୍ର କହିଥିଲେ, ଏହି ମାମଲାରେ ପୁଲିସକୁ ଗୁଡ଼ାଏ ତଥ୍ୟ ହସ୍ତଗତ ହୋଇଛି। ବହୁତ ଲୋକଙ୍କୁ ପଚରାଉଚରା କରାଯାଇଛି। ଯେହେତୁ ଏଥିରେ ପୀଡ଼ିତା ଜଣେ ନାବାଳିକା ତେଣୁ ପୁଲିସ ବେଶ୍‌ ସନ୍ତର୍ପଣରେ କାମ କରୁଛି। ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। କ’ଣ ପାଇଁ ହେଲା କିଏ ନିଆଁ ଲଗାଇଲା ସେ ସମ୍ପର୍କରେ ଏବେ କହିପାରିବି ନାହିଁ ବୋଲି ସୂଚନା ଦେଇଥିଲେ। ହେଲେ ପ୍ରଶ୍ନଉଠୁଛି ପୁଲିସ କେଉଁସବୁ ତଥ୍ୟ ହାସଲ କରିଥିଲା। ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ସେହି ତଥ୍ୟ କ’ଣ ପର୍ଯ୍ୟାପ୍ତ ନ ଥିଲା?

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନାବାଳିକା ଦେହରେ ନିଆଁ ଲଗାଯିବା ପରେ ପ୍ରଥମେ ତାକୁ ଠାବ କରିଥିଲେ ଦୁଃଖିଶ୍ୟାମ ସେନାପତି। ନାବାଳିକା ତାଙ୍କୁ କ’ଣ କହିଥିଲେ ଏବଂ ସେ ଓ ତାଙ୍କ ପତ୍ନୀ ପୀଡ଼ିତାଙ୍କୁ କ’ଣ ସାହାଯ୍ୟ କରିଥିଲେ ତାହା ତଦନ୍ତରେ କହିଥିଲେ। କିନ୍ତୁ ତାଙ୍କ ବୟାନକୁ ନେଇ ମଧ୍ୟ ଅନେକ ନାନା ପ୍ରକାର ଚର୍ଚ୍ଚା ହୋଇଥିଲା। ସେହିପରି ଘଟଣାସ୍ଥଳରୁ ପୁଲିସ ଜବତ କରିଥିବା କିଛି ସାମଗ୍ରୀ ଯେପରି କି ଚୁଡ଼ି, ମୁଦି ପୀଡ଼ିତାଙ୍କର ନୁହେଁ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ପ୍ରଶ୍ନ ଉଠିଥିଲା ଯଦି ପୀଡ଼ିତାଙ୍କର ନୁହେଁ, ତେବେ ସେଠାରୁ ମିଳିଲା କେମିତି? ପୋଡ଼ି ଘଟଣା ଏମିତି ଅନେକ ପ୍ରଶ୍ନବାଚୀ ଭିତରେ ରହିଯାଇଥିବା ବେଳେ ଆଜି ଆଖି ବୁଝିଛନ୍ତି ନାବାଳିକା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର