ମନୋରଞ୍ଜନ
ଓଡ଼ିଶା
ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୫ ଦୋକାନ, ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ
କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପଣାଯାତ୍ରା ପଡ଼ିଆରେ ଅଘଟଣ। ପଣାଯାତ୍ରାରେ ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୫ ଦୋକାନ। ଯେଉଁଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ କୃଷ୍ଣପ୍ରସାଦ ପଣାଯାତ୍ରା ପଡ଼ିଆରେ ମେଳା ଚାଲିଥିଲା। ଅଞ୍ଚଳରେ ପଣା ସଂକ୍ରାନ୍ତି ସମୟରେ ଏହା ଏକ ବଡ଼ ମେଳା ହୋଇଥିବାରୁ ବହୁ ଲୋକଙ୍କ ସମାଗମ ହୋଇଥାଏ। ଯେଉଁଥି ପାଇଁ ବହୁ ଉଠା ଦୋକାନ ମଧ୍ୟ ଖୋଲିଥିଲା। ତେବେ ଆଜି ଅପରାହ୍ନରେ ହଠାତ […]
କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପଣାଯାତ୍ରା ପଡ଼ିଆରେ ଅଘଟଣ। ପଣାଯାତ୍ରାରେ ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୫ ଦୋକାନ। ଯେଉଁଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
ଆହୁରି ପଢ଼ନ୍ତୁ: ଚିଲିକାରେ ଜାଲବାଡ଼ ଯୋଗୁଁ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ
ମିଳିଥିବା ସୂଚନା ମୁତାବକ କୃଷ୍ଣପ୍ରସାଦ ପଣାଯାତ୍ରା ପଡ଼ିଆରେ ମେଳା ଚାଲିଥିଲା। ଅଞ୍ଚଳରେ ପଣା ସଂକ୍ରାନ୍ତି ସମୟରେ ଏହା ଏକ ବଡ଼ ମେଳା ହୋଇଥିବାରୁ ବହୁ ଲୋକଙ୍କ ସମାଗମ ହୋଇଥାଏ। ଯେଉଁଥି ପାଇଁ ବହୁ ଉଠା ଦୋକାନ ମଧ୍ୟ ଖୋଲିଥିଲା। ତେବେ ଆଜି ଅପରାହ୍ନରେ ହଠାତ ଗ୍ୟାସ୍ ଟାଙ୍କି ଫାଟି ୫ ଖେଳନା ଦୋକାନ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।






