ଆସୁଛି ଚନ୍ଦନ ଯାତ୍ରା, ପ୍ରସ୍ତୁତ ହେଉଛି ନରେନ୍ଦ୍ର ପୁଷ୍କରିଣୀ

The Sakala Picture
Published On

ପୁରୀ: ଆସନ୍ତା ୧୦ ତାରିଖରେ ଅକ୍ଷୟା ତୃତୀୟା। ଏହି ଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନରେ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ଠାକୁର। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସହିତ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ଚାପ ଖେଳିବେ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ଗତ ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ରରୁ ୫ଟି ଡଙ୍ଗା ଉଠାଯାଇଥିଲା। ଡଙ୍ଗାଗୁଡ଼ିକ ଶୁଖିଯିବା ପରେ ସେଥିରେ ଭୋଇ ସେବକମାନେ ପିଚୁ, […]

ପୁରୀ: ଆସନ୍ତା ୧୦ ତାରିଖରେ ଅକ୍ଷୟା ତୃତୀୟା। ଏହି ଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନରେ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ଠାକୁର। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସହିତ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ଚାପ ଖେଳିବେ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ଗତ ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ରରୁ ୫ଟି ଡଙ୍ଗା ଉଠାଯାଇଥିଲା। ଡଙ୍ଗାଗୁଡ଼ିକ ଶୁଖିଯିବା ପରେ ସେଥିରେ ଭୋଇ ସେବକମାନେ ପିଚୁ, ରାଳ ଆଦି ଦେଇଛନ୍ତି। ଏହା ମଧ୍ୟ ଶୁଖିଗଲାଣି। ଏଥିରେ ରଙ୍ଗ ଦିଆଯାଉଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ଅସ୍ଥାୟୀ ମଞ୍ଚ ତିଆରି ଚାଲିଛି। ସେହିପରି ରଙ୍ଗ କାମ ମଧ୍ୟ ଚାଲିଛି। ଚନ୍ଦନ ଚକଡ଼ା ସମେତ ଠାକୁରଙ୍କ ଆସ୍ଥାନକୁ ପାରମ୍ପରିକ ଶୈଳୀରେ ରଙ୍ଗ ଦିଆଯାଉଛି। ଏଥର ପ୍ରମୁଖ ଆକର୍ଷଣ ହେବ ନନ୍ଦା ଓ ଭଦ୍ରାର ସ୍ଥାୟୀ ପ୍ରତିକୃତି। ନରେନ୍ଦ୍ର ପୁଷ୍କରିଣୀ ପ୍ରବେଶ ଦ୍ୱାରରେ ନନ୍ଦା ଓ ଭଦ୍ରାର ସ୍ଥାୟୀ ପ୍ରତିକୃତି ତିଆରି ଚାଲିଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ଦେଖିବାକୁ ଆସିଲେ ଏହାକୁ ମଧ୍ୟ ଦେଖିପାରିବେ।

ଆହୁରି ପଢ଼ନ୍ତୁ: ମାନସିଂହ ସାହିତ୍ୟ ସଂସଦର 67 ତମ କବିତା ଆସର

05 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର