କୃଷ୍ଣ ପ୍ରସାଦ ରାସ୍ତା ନିର୍ମାଣରେ ନିମ୍ନମାନକାମର ଅଭିଯୋଗ କଲା ବିଜେଡି

The Sakala Picture
Published On

ଭୁବନେଶ୍ୱର : ପୂର୍ତ୍ତ ବିଭାଗର ଏକ ରାସ୍ତାର ନିର୍ମାଣରେ ନିମ୍ନମାନର କାମ ହେଉଛି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ବିଜୁ ଜନତା ଦଳ ତରଫରୁ ଏହି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ରାଜ୍ୟ ସରକାର ଏକ୍ସପର୍ଟ କମିଟି ପଠାଇ ଏହାର ତଦନ୍ତ କରିବାକୁ ଦାବି କରିଛି। ଶଙ୍ଖ ଭବନରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ ଦାସବର୍ମା କହିଥିଲେ, ନନ୍ଦଳା ଠାରୁ କୃଷ୍ଣ ପ୍ରସାଦ ଦୀର୍ଘ ୨୩ […]

ଭୁବନେଶ୍ୱର : ପୂର୍ତ୍ତ ବିଭାଗର ଏକ ରାସ୍ତାର ନିର୍ମାଣରେ ନିମ୍ନମାନର କାମ ହେଉଛି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ବିଜୁ ଜନତା ଦଳ ତରଫରୁ ଏହି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ରାଜ୍ୟ ସରକାର ଏକ୍ସପର୍ଟ କମିଟି ପଠାଇ ଏହାର ତଦନ୍ତ କରିବାକୁ ଦାବି କରିଛି।

ଆହୁରି ପଢ଼ନ୍ତୁ: ଡକ୍ଟର ମାୟାଧର ମାନସିଂହଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଶଙ୍ଖ ଭବନରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ ଦାସବର୍ମା କହିଥିଲେ, ନନ୍ଦଳା ଠାରୁ କୃଷ୍ଣ ପ୍ରସାଦ ଦୀର୍ଘ ୨୩ କିମି ରାସ୍ତା ପାଇଁ ଟେଣ୍ଡର ଡକାଯାଇଥିଲା। ଏହି ଟେଣ୍ଡରକୁ ୨୩ କୋଟି ୧୭ ଲକ୍ଷ ଟଙ୍କାରେ କାମଟିକୁ ବଳଭଦ୍ର ଡେଭେଲପର୍ସ ପ୍ରାଇଭେଟ ଲିମିଟେଡ଼କୁ ଟେଣ୍ଡର ଜରିଆରେ ଦିଆଯାଇଥିଲା। ଏହି ଟେଣ୍ଡରରେ ପୂର୍ବରୁ ଥିବା ୫.୫ ମିଟର ରୋଡ଼କୁ ଉଭୟ ପଟରୁ ୦.୭୫ ମିଟର ଚଉଡା କରି ନିର୍ମାଣ କରାଯିବାର ଥିଲା। ଟେଣ୍ଡରରେ ପୂର୍ବରୁ ଥିବା ରୋଡ଼କୁ ତଡାଯାଇ ସମ୍ପୂର୍ଣ୍ଣ ରୋଡ଼ ନୂଆ କରି ନିର୍ମାଣ କରାଯିବାର ଥିଲା। କିନ୍ତୁ, ଏହି କାମରେ ନିମ୍ନମାନର କାମ ହେଉଛି ବୋଲି ସାଧାରଣ ଲୋକେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ଆହୁରି ପଢ଼ନ୍ତୁ: ବଜ୍ରକୋଟ ଶିଶୁ ମନ୍ଦିରରେ ପଞ୍ଚମ କୁନି ବୈଜ୍ଞାନିକ ମେଳା ଅନୁଷ୍ଠିତ

ପୂର୍ତ୍ତ ବିଭାଗର ଏହି ମନମୁଖୀ କାର୍ଯ୍ୟକୁ ବିଜୁ ଜନତା ଦଳ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ପୂର୍ତ୍ତ ମନ୍ତ୍ରୀ ତୁରନ୍ତ ଏହି କାମକୁ ତଦାରଖ କରିବା ପାଇଁ ଏକ ଏକ୍ସପର୍ଟ କମିଟି ପଠାଇବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି। ଏହି ଏକ୍ସପର୍ଟ କମିଟି ତୁରନ୍ତ ରାସ୍ତା ନିର୍ମାଣ ସ୍ଥଳକୁ ଯାଇ ନିମ୍ନମାନର କାମ ହେଉଛି ବୋଲି ଅଭିଯୋଗ କରୁଥିବା ସ୍ଥାନୀୟ ବାସିନ୍ଦା ମାନଙ୍କ ସହିତ ଆଲୋଚନା କରି ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ମା’ ପାଇଁ ଔଷଧ ଆଣିବାକୁ ଯାଇଥିବା ପୁଅକୁ ଫାଣ୍ଡିରେ ଅଟକ ରଖି ନିସ୍ତୁକ ମାଡ଼ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର